ରସିକିଆ ଖେଳ ସାର: ୧୩ ଜଣ ଝିଅଙ୍କ ସହ ସମ୍ପର୍କ ରଖି ବିବାହ ପ୍ରତିଶ୍ରୁତି ଦେଇ କରୁଥିଲେ ଏମିତି କାମ

 
Khela sir

ଶିକ୍ଷା ନାଁରେ ଚାଲିଛି ରାସଲୀଳା । ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ଅଭିଯୋଗ । ରଙ୍ଗୀନ ମିଜାଜ ପାଇଁ ଚର୍ଚ୍ଚାରେ ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲର ରଙ୍ଗୀଲା ପି.ଟି ସାର । ଖେଳ ଶିକ୍ଷକ ସୌରଭ ପ୍ରଧାନ ବଲାଙ୍ଗୀର ସହରର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଏକ ବର୍ଷ କାଳ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବତୀ ଜଣକ ବିବାହ ପାଇଁ ଜିଦ୍ ଧରି ବସିବାରୁ ସୌରଭ ଗାଳିଗୁଲଜ କରିବା ସହ ବିବାହ ପାଇଁ ମନା କରି ଦେଇଥିଲେ ।

P.T Sir

ସୂଚନା ଅନୁସାରେ ତାଲପାଲି ପଡ଼ାର ଜନୈକା ଯୁବତୀଙ୍କ ସହିତ ସୌରଭ ଫେସବୁକରେ ଚିହ୍ନା ପରିଚିତ ହୋଇଥିଲେ । କଥାବାର୍ତ୍ତା ହେବା ପରେ ସେମାନେ ପରସ୍ପରକୁ ଭଲ ପାଉ ବସିଥିଲେ । ଏପରିକି ଦୁହେଁ ଶାରୀରିକ ସର୍ମ୍ପକ ମଧ୍ୟ ରଖିଥିଲେ । ତେବେ ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହିତ ଯୌନ ସର୍ମ୍ପକ ରଖିଥିଲେ ।

ଆହୁରି ପଢନ୍ତୁ :- ଜନ୍ମଦିନରେ ଘରକୁ ଡାକି କେକ୍ କଟିଲା, ସେହି ଛୁରୀରେ ପ୍ରେମିକାର ବେକ କାଟିଲା ପ୍ରେମିକ, ପୂରା ଘଟଣା ଜାଣି ହେବେ ତାଜୁବ୍

ଏପରିକି ଶିକ୍ଷକଙ୍କ ଅନେକ ଝିଅଙ୍କ ସହ ପ୍ରେମ ସମ୍ପର୍କ ଥିବାର ଫଟୋ ଓ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଇଛି । ଏବେ ଅଭିଯୁକ୍ତ ଶିକ୍ଷକ ଫେରାର ଅଛନ୍ତି । ରଙ୍ଗୀଲା ଖେଳ ଶିକ୍ଷକଙ୍କର ଗୋଟିଏ କି ଦୁଇଟି ନୁହେଁ ବରଂ 13 ଜଣ ଯୁବତୀଙ୍କ ସହ ଥିଲା ପ୍ରେମ ସମ୍ପର୍କ ଆଉ ବିବାହର ପ୍ରତିଶୃତି ମଧ୍ୟ ଦେଇଥିଲେ ।

ତେବେ ଗତ କିଛି ଦିନ ହେବ କାହାକୁ କିଛି ନ କହି ଖେଳ ଶିକ୍ଷକ ସ୍କୁଲକୁ ଆସୁନଥିବା କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ । ଖେଳ ଶିକ୍ଷକ ସ୍କୁଲରେ ଅନୁପସ୍ଥିତ ଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି । ସେପଟେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ବଲାଙ୍ଗୀର ଏସ୍‌ଡିପିଓ ତୋଫାନ ବାଗ କହିଛନ୍ତି, "ଶିକ୍ଷକ ଜଣକ ଫେରାର ଥିବା ବେଳେ ତାଙ୍କୁ ପାଇବା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ।"