ଶାଶୁର ସେବା କରି ଅତିଷ୍ଟ ହୋଇପଡ଼ିଥିଲା ବୋହୂ, ତାୱାରେ ପିଟିପିଟି ନେଇଗଲା ଜୀବନ, ଜାଣନ୍ତୁ ପୂରା ଘଟଣା

 
Sasu bohu

ପୋଲିସ୍ କହିଛି ଯେ ଦକ୍ଷିଣ ଦିଲ୍ଲୀର ନବ ସାରାଇ ଅଞ୍ଚଳରେ ଜଣେ 48 ବର୍ଷ ବୟସ୍କା ମହିଳା ତାଙ୍କ ଶାଶୁଙ୍କୁ ଏକ ତାୱାରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । 86 ବର୍ଷିୟା ପୀଡିତା ଆଥ୍ରାଇଟିସ୍‌ ରୋଗରେ ପୀଡିତ ଥିଲେ । ପୋଲିସ କହିଛି ଯେ ଏପ୍ରିଲ 28 ରେ ଜଣେ ବ୍ୟକ୍ତି ପୋଲିସକୁ ସୂଚନା ଦେଇଥିଲେ ଯେ ତାଙ୍କ ବନ୍ଧୁଙ୍କ ମା ହାସି ସୋମ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କର ପ୍ରଚୁର ରକ୍ତସ୍ରାବ ହେଉଥିଲା ।

daughter in law kills mother in law

ପୁଅ ସୁରଜିତ୍ ସୋମ୍‌ ସହ ଏକ ଭଡ଼ା ଘରେ ରହୁଥିଲେ ମୃତ ହଶି ସୋମ୍‌ । ସୁରଜିତଙ୍କ ସୂଚନା ଅନୁଯାୟୀ, ସୁରଜିତ ସୋମ ତାଙ୍କ ପତ୍ନୀ ଶର୍ମିଷ୍ଟା ସୋମ ଏବଂ ସେମାନଙ୍କର 16 ବର୍ଷର ଝିଅ ସହ 2014 ମସିହାରୁ ନବ ସରାଇର ସ୍ଵସ୍ତିକ ରେସିଡେନ୍ସିରେ ରହୁଛନ୍ତି । ଶର୍ମିଷ୍ଠା ସୋମ୍‌ଙ୍କ ସହ 21 ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିଲା । ଏବେ ଶର୍ମିଷ୍ଠାଙ୍କୁ 48 ବର୍ଷ । 2022 ମସିହା ପର୍ଯ୍ୟନ୍ତ ସୁରଜିତଙ୍କ ମାଆ କୋଲକତାରେ ଏକା ରହୁଥିଲେ । କାରଣ ସମସ୍ତେ କୋଲକତାର ମୂଳ ବାସିନ୍ଦା । 2022 ବେଳକୁ ମାଆଙ୍କ ଦେହ ଖରାପ ହେବାରୁ ନିଜ ପାଖକୁ ନେଇଆସିଥିଲେ । ଦିଲ୍ଲୀରେ ତାଙ୍କର 1BHK ଫ୍ଲାଟ୍‌ରେ ମାଆଙ୍କୁ ଆଣି ରଖିଲେ । ମାଆଙ୍କୁ ପାଖରେ ରଖି ତାଙ୍କର ଦେଖାଶୁଣା କରିବେ ବୋଲି ସେ ଆଣିଥିଲେ ।

ପୋଲିସ ଆହୁରି ମଧ୍ୟ କହିଛି ଯେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆମେ ଦେଖିଥିଲୁ ଯେ ଜଣେ ମହିଳା ରୋଷେଇ ଘର ପାଖରେ କ୍ଷତାକ୍ତ ଅବସ୍ଥାରେ ପଡ଼ିଛନ୍ତି । ତାଙ୍କ ମୁହଁରେ ଅନେକ କ୍ଷତ ଚିହ୍ନ ରହିଛି । ଅନ୍ୟପଟେ ତାଙ୍କ ପୁଅ କହିଛନ୍ତି, ‘ମା ଅସୁସ୍ଥ ଥିଲେ, ସିଏ ଚଲାବୁଲା କରିପାରୁ ନଥିଲେ । ମାଆଙ୍କୁ ତାଙ୍କ ପତ୍ନୀ ପସନ୍ଦ କରୁନଥିଲେ । ମାଆକୁ ବୃଦ୍ଧାଶ୍ରମକୁ ପଠାଇବାକୁ ଚାହୁଁଥିଲେ ତାଙ୍କ ପତ୍ନୀ ।’

ଆହୁରି ପଢନ୍ତୁ :- ୮ ବର୍ଷର ପ୍ରେମ ପରେ ବିବାହ ପାଇଁ ମନା କରିଦେବାରୁ ପ୍ରେମିକକୁ ମାରି ନାଳରେ ଫିଙ୍ଗିଦେଲା ପ୍ରେମିକା, ଆଉ ତା'ପରେ ...

ସୁରଜିତ ଆହୁରି ମଧ୍ୟ କହିଛନ୍ତି ଯେ, ମାଆ ଚଲାବୁଲା କରିପାରୁନଥିବାରୁ ପାଖରେ କିଚେନ୍ ଓ ବାଥ୍‌ରୁମ୍ ଥିବା ଭଳି ଏକ ଘର ସେ ଭଡ଼ାରେ ନେଇଥିଲେ । ଯାହାକି ତାଙ୍କ ଘର ସମ୍ମୁଖରେ ରହିଥିଲା । ମାଆଙ୍କ ଉପରେ ସବୁବେଳେ ନଜର ରଖିବା ପାଇଁ ସେ ଘରେ ସିସିଟିଭି ଲଗାଇଥିଲେ । ଘଟଣା ଦିନ ଲାଇନ୍‌ କଟିଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ମହିଳାଙ୍କ ଶରୀରରେ ଥିବା କ୍ଷତ ଚିହ୍ନକୁ ସାଧାରଣ ବୋଲି କୁହାଯାଇନଥିଲା । 

ଡେପୁଟି କମିଶନର ଅଫ୍ ପୋଲିସ୍ (ଦକ୍ଷିଣ) ଚନ୍ଦନ ଚୌଧୁରୀ କହିଛନ୍ତି ଯେ ପୋଷ୍ଟମର୍ଟମ ସମୟରେ ଡାକ୍ତର କହିଛନ୍ତି ଯେ ସାଧାରଣ ପତନ ହେତୁ ଏପରି ଆଘାତ ହୋଇପାରିବ ନାହିଁ ଏବଂ ଏହାର ବିସ୍ତୃତ ତଦନ୍ତ କରାଯିବା ଉଚିତ। ସୁରଜିତଙ୍କ ଝିଅ କହିଛନ୍ତି ଯେ ତାଙ୍କ ମା ଏବଂ ଜେଜେମାଙ୍କର ଭଲ ସମ୍ପର୍କ ନାହିଁ । ପୋଲିସ କହିଛି ଯେ ସୁରଜିତ ମଧ୍ୟ ଏହା ନିଶ୍ଚିତ କରିଛନ୍ତି । ଘଟଣା ଦିନ ଫ୍ଲାଟରେ କେବଳ ଶର୍ମିଷ୍ଟା ଉପସ୍ଥିତ ଥିଲେ ।

Tawa

ତେବେ ଘଟଣା ଦିନ ସୁରଜିତଙ୍କ ପତ୍ନୀ ଶର୍ମିଷ୍ଠା ଘରେ ଉପସ୍ଥିତ ଥିଲେ । ଖାଲି ସେତିକି ନୁହେଁ ସାମ୍ନା ଘରର ଚାବି ମଧ୍ୟ ତାଙ୍କ ପାଖରେ ରହିଥିଲା । ସିସିଟିଭି ଫୁଟେଜ୍‌ ପୁରା ଘଟଣାର ସତ ପଦାକୁ ଆଣିଥିଲା । ସେଦିନ ଶର୍ମଷ୍ଠା ସକାଳ ସାଢ଼େ 10 ଟା ସମୟରେ ମାଆ ରହୁଥିବା ଫ୍ଲାଟ୍‌କୁ ଯାଇଥିବା ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି । ସେ ଏକ ତାୱା ଧରି ଘର ଭିତରେ ପ୍ରବେଶ କରିଥିଲେ । ଏହାର କିଛି ସମୟ ପରେ ମାଆଙ୍କ ଚିତ୍କାର ଶବ୍ଦ ଶୁଣାଯାଇଥିଲା । ତାଙ୍କ ମାଆ କାନ୍ଦୁଥିବା ଶବ୍ଦ ମଧ୍ୟ ରେକର୍ଡ ହୋଇଛି । ମାଆଙ୍କୁ ପିଟିପିଟି ହତ୍ୟା କରିବା ପରେ ସେ ତାୱାକୁ ସଫା କରି ପୁଣି ବାହାରି ଆସିଥିଲେ ।

ସୋମବାର ଦିନ ପୋଷ୍ଟମର୍ଟମ ରିପୋର୍ଟ ଗ୍ରହଣ କରାଯାଇଥିଲା ଯେଉଁଥିରେ ମୃତ୍ୟୁର କାରଣ ତାୱାର ଆଘାତ ଭାବରେ ଦିଆଯାଇଛି । ପୋଲିସ କହିଛି ଯେ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଶରୀରରେ 14 ଟି ଆଘାତ ଚିହ୍ନ ରହିଛି । ପଚରାଉଚୁରାର ସାମଗ୍ରୀ, ସୁରଜିତଙ୍କ ସାକ୍ଷ୍ୟ, ସିସିଟିଭି ଫୁଟେଜ ଏବଂ ପୋଷ୍ଟମର୍ଟମ ରିପୋର୍ଟକୁ ଭିତ୍ତି କରି ଆଇପିସିର ଧାରା 302 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ଶର୍ମଷ୍ଠାଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି ।