ଦେଖନ୍ତୁ ଭିଡ଼ିଓ: ଯୁବତୀ ଆଣିଲେ ସଂଗୀନ ଅଭିଯୋଗ, କହିଲେ "ମିଠା କଥା କହି ସୁରଟ ନେଇଗଲା, ଦେହ ସୁଖ ନେଇ ମାସେ ପରେ ମୋତେ..."

 
Love sex dhoka

ଲଭ୍, ସେକ୍ସ ଓ ଧୋକାର ଏକ ନୂତନ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଘରୁ ଫେରାର କରାଇ ନେଇ ନିଜ ପାଖରେ ରଖିଲା ମାସେ କାଳ ପର୍ଯ୍ୟନ୍ତ ଦେହ ସୁଖଃ ମଧ୍ୟ ନେଲା। କିନ୍ତୁ, ଏବେ ପ୍ରେମିକାକୁ ଟ୍ରେନରେ ବସାଇ ଦେଇ ଛୁ ମାରିଛି ପ୍ରେମିକ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଆଳୁଆଝରଣ ଅଞ୍ଚଳରେ ଘଟିଥିବା ଏଭଳି ଏକ ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାଇ ଅଭିଯୁକ୍ତଙ୍କ ନାମ ମନୀଷ ହୋଇଥିବା ବେଳେ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ଯୁବକ ଜଣକ ସେହି ଗାଁକୁ ଝିଅ ଦେଖିବାକୁ ଯାଇଥିଲେ। ଉଭୟ ପରିବାର ସହମତିରେ ସେମାନଙ୍କର ରିଙ୍ଗ ସେରେମନି ମଧ୍ୟ ଅନୁଷ୍ଠିତ ହୋଇଥିଲା। କିନ୍ତୁ, ପରବର୍ତ୍ତୀ ସମୟରେ କୌଣସି କାରଣ ବଶତଃ ମନୀଷଙ୍କ ପରି ପରିବାର ଲୋକେ ଏହି ବାହାଘର ଭାଙ୍ଗି ଦେଇଥିଲେ। 

 ମାତ୍ର ପ୍ରେମିକ ପ୍ରବର ମନୀଷ ଝିଅକୁ ଉଡ଼ାଜାହାଜରେ ବସାଇ ସୁରଟ ନେଇ ଯାଇଥିଲେ। ସେଠାରେ ଉଭୟଙ୍କର ବିବାହ ମଧ୍ୟ ହୋଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ତେବେ, ଏହି ବିବାହକୁ ମନୀଷଙ୍କ ପରିବାରବର୍ଗ ଗ୍ରହଣ ନ କରିବାରୁ ଜୁନ ମାସରେ ମନୀଷ ଉକ୍ତ ୧୮ ବର୍ଷୀୟା ଯୁବତୀଙ୍କୁ ଟ୍ରେନରେ ବସାଇ କେଉଁଆଡେ ଫେରାର ହୋଇଯାଇଥିଲେ। ଶାରୀରିକ ସମ୍ପର୍କ ଏବଂ ବିବାହ କରିବା ପରେ ମନୀଷ ଏଭଳି ପ୍ରତାରଣା କରିଥିବାରୁ ସମ୍ପୃକ୍ତ ଯୁବତୀ ଏବଂ ତାଙ୍କ ପରିବାର ତରଫରୁ ଏଥିନେଇ ଥାନାରେ ଅଭିଯୋଗ କରାଯାଇଅଛି।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡ଼ିଓ : 5T ସଚିବ ପାଣ୍ଡିଆନ ଙ୍କୁ ଯୁବଗୋଷ୍ଠୀ ମାଗିଲେ "ସାର୍ ମୋତେ ମାଣ୍ଡୁ (Mandu) ଦରକାର, ଆଉ ତାପରେ..."