ଦେଖନ୍ତୁ ଭିଡ଼ିଓ : 5T ସଚିବ ପାଣ୍ଡିଆନ ଙ୍କୁ ଯୁବଗୋଷ୍ଠୀ ମାଗିଲେ "ସାର୍ ମୋତେ ମାଣ୍ଡୁ (Mandu) ଦରକାର, ଆଉ ତାପରେ..."

 
pandian

ବର୍ତ୍ତମାନ ଓଡ଼ିଶାର ର ବିକାଶର ଚିନ୍ତା ମୁଖ୍ୟମନ୍ତ୍ରୀ ନବୀନ ପତ୍ତନୟକ ପାଣ୍ଡିଆନଙ୍କୁ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ କ୍ଷେତ୍ର ପରିଦର୍ଶନ ରେ ବ୍ୟସ୍ତ ଅଛନ୍ତି ପାଣ୍ଡିଆନ । ମାତ୍ର ଓଡିଶା  ବିକାଶ କ୍ଷେତ୍ର ରେ ବହୁ ପଛରେ ଥିବାରୁ ସେ ଓଡିଶାବାସୀ ଙ୍କ ସହ ବିରୋଧୀଙ୍କ ମଧ୍ୟ କଟୁ ସମାଲୋଚନାର ଶିକାର ହେଉଛନ୍ତି ।

ତଥାପି ସେ ଏହାକୁ ଅଣଦେଖା କରି ବୁଲା ବୁଲି ଜାରି ରଖିଛନ୍ତି । ଯିଏ ଯେତେ କହିଲେ ବି ପାଣ୍ଡିଆନଙ୍କୁ କୌଣସି ଫରକ ପଡ଼ିବନି ସବୁ ଓଡ଼ିଶାବାସୀ ଜାଣିଛନ୍ତି । ହେଲେ ଆଜି ଆମେ ପାଣ୍ଡିଆନଙ୍କୁ ନେଇ ଏମିତି ଏକ ଖବର ଦେଖାଇବୁ ଯାହା ଆପଣ କେବେ ତାଙ୍କ ଗସ୍ତ ବେଳେ ଦେଖିବାକୁ ପାଇନଥିଲେ । ଯାହା ଏବେ ସାରା ଓଡ଼ିଶାରେ ଚହଳ ପକାଇ ଦେଇଛି । ସମସ୍ତଙ୍କୁ ହସି ହସି ତ ବେଦମ କରାଉଛି କିନ୍ତୁ ଏଭଳି ଆଚରଣକୁ ସହଜରେ କେହି ଗ୍ରହଣ ମଧ୍ୟ କରିପାରୁନାହାନ୍ତି । କଣ ଜାଣନ୍ତୁ...

ସୋସିଆଲ ମିଡିଆରେ ଏବେ ନିଆଁ ଭଳି ଭାଇରାଲ ହେଉଛି ପାଣ୍ଡିଆନଙ୍କୁ ନେଇ ଏକ ସ୍ୱଳ୍ପ ଅବଧୀର ଭିଡିଓ । ଏହି ଭିଡ଼ିଓରେ ଦେଖାଯାଉଛି ଯେ, ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍ ଯେତେବେଳେ ସମ୍ବଲପୁର ଗସ୍ତ କରିଥିଲେ ସେତେବେଳେ ସେ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମଞ୍ଚକୁ ଚଢୁଥିଲେ । ବାସ୍ ସେହି ସମୟରେ ହିଁ ଘଟିଥିଲା କିଛି ଏଭଳି ଘଟଣା ଯାହା ସମସ୍ତଙ୍କୁ ହତବାକ କରିଦେଇଥିଲା ।

ଯେଉଁମାନେ ସେହି ସ୍ଥାନରେ ଥିଲେ ସେମାନେ ସବୁ ନିଜକୁ ଅସହଜ ମନେ କଲେ । ଜଣେ ଆଇଏଏସ ଅଫିସର ସେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବଙ୍କୁ ଏମିତି ଆଚରଣ ପ୍ରଦର୍ଶନ ସତରେ କେହି ଏହାକୁ ଗ୍ରହଣ କରିବାକୁ ବି ରାଜି ନଥିଲେ । ଏମିତି ଏକ ଆଚରଣ ଓ ଉଚାରଣ ସତରେ ସମସ୍ତଙ୍କୁ ଅକଳରେ ପକାଇ ଦେଇଥିଲା ।

କହିଲେ "ସାର୍ ଆମକୁ ମାଣ୍ଡୁ (Mandu) ଦରକାର":

ଏମିତି କି ଖୋଦ୍ ପାଣ୍ଡିଆନ ମଧ୍ୟ କିଛି ପ୍ରତିକ୍ରିୟା ଦେବା ଭଳି ସ୍ଥିତିରେ ମଧ୍ୟ ନଥିଲେ । ସେ ଅଳ୍ପ ସ୍ମିତହାସ୍ୟ ଦେଇ ନିଜ କର୍ମ ସମ୍ପାଦନ ପାଇଁ ଆଗକୁ ଆଗକୁ ବଢୁଥିଲା । ତଥାପି ସେଠାରେ ଉପସ୍ଥିତ ରହି ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରୁଥିବା ଯୁବଗୋଷ୍ଠୀ ଗୋଟିଏ ହିଁ କଥାକୁ ବାରମ୍ବାର ଦୋହରାଉଥିଲେ । ଆଉ ତାହା ଥିଲା, ସାର୍ ଆମକୁ ମାଣ୍ଡୁ (Mandu) ଦରକାର...

ହଁ, ସାର୍ ଆମକୁ ମାଣ୍ଡୁ (mandu) ଦରକାର । ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନଙ୍କ ସଭାରେ ସାମିଲ ହୋଇ ଅଞ୍ଚଳର ବିକାଶ ପାଇଁ ଦାବି କଣ ରଖିବେ ବରଂ ନିଜ ପାଇଁ ଗୋଟେ ମାଣ୍ଡୁ ଦରକାର ବୋଲି ଦାବି ରଖିଲେ । ଆଉ ଏହାକୁ ନେଇ ସେଠାରେ କିଛି ସମୟ ମଧ୍ୟ ଚାପା ଗୁଞ୍ଜରଣ ଖେଳି ଯାଇଥିଲା ।