ଜନ୍ମଦିନରେ ଘରକୁ ଡାକି କେକ୍ କଟିଲା, ସେହି ଛୁରୀରେ ପ୍ରେମିକାର ବେକ କାଟିଲା ପ୍ରେମିକ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Murder

ଜନ୍ମଦିନ ପାଳନ କରିବାକୁ ଡାକି ପ୍ରେମିକାର ବେକ କଟିଦେଲା ଯୁବକ। କର୍ଣ୍ଣାଟକ ବେଙ୍ଗାଳୁରୁ ଠାରେ ଏଭଳି ହିଁ ଏକ ଭୟଙ୍କର ହତ୍ୟାକାଣ୍ଡ ଘଟିଥିବା ବେଳେ ଏହା ସମସ୍ତଙ୍କୁ ଚକିତ କରି ଦେଇଛି। ମିଳିଥିବା ସୂଚନା ଅନୁଯାଇ ମୃତକାଙ୍କ ନାମ ନାଭ୍ୟା ହୋଇଥିବା ବେଳେ ହତ୍ୟାକାରୀର ନାମ ପ୍ରଶାନ୍ତ ଅଟେ। ଉଭୟଙ୍କର ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ଜଣାପଡିଛି।

Nabhya

ଖବର ଅନୁଯାଇ ନାଭ୍ୟା ପୋଲିସ ବିଭାଗର ଆଭ୍ୟନ୍ତରୀଣ ସୁରକ୍ଷା ଡିଭିଜନ୍‌ରେ କିରାଣୀ ଚାକିରି କରୁଥିଲେ। ଏପ୍ରିଲ ୧୧ ଟାରିଖରେ ନାଭ୍ୟାଙ୍କ ଜନ୍ମ ଦିନ ଥିଲା। କିନ୍ତୁ,ସେହିଦିନ ପ୍ରଶାନ୍ତ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଗତ ଶୁକ୍ରବାର ଦିନ ତାଙ୍କର ଜନ୍ମଦିନ ପାଳନ କରିବାକୁ ନାଭ୍ୟାଙ୍କୁ ଡକାଇଥିଲେ।

Prasanth

ନାଭ୍ୟା ପ୍ରଶାନ୍ତଙ୍କ ଘରକୁ ଆସିଥିବା ବେଳେ ସେଠାରେ ଉଭୟେ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ। କିନ୍ତୁ, ଏହାର ମାତ୍ର କିଛି ସମୟ ପରେ ପ୍ରଶାନ୍ତ ସେହି ଛୁରୀ ସାହାଯ୍ୟରେ ହିଁ ନାଭ୍ୟାଙ୍କ ବେକ କାଟି ଦେଇଥିଲେ। ଝିଅ ନିଖୋଜ ଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ନାଭ୍ୟାଙ୍କ ଶେଷ ଫୋନ୍ ଲୋକେସନକୁ ଟ୍ରାକ୍ କରି ପୋଲିସ ପ୍ରଶାନ୍ତଙ୍କ ଘରେ ପହଞ୍ଚି ତାକୁ ଗିରଫ କରିଛି। ନାଭ୍ୟାଙ୍କର ଅନ୍ୟ ଜଣେ ଯୁବକଙ୍କ ସହିତ ସମ୍ପର୍କ ଥିବା ସନ୍ଦେହ କରି ସେ ଏପରି କାଣ୍ଡ କରିଥିବା ପ୍ରଶାନ୍ତ କହିଛି।