ବିଶ୍ୱକପ ମ୍ୟାଚ ନ ଦେଖି ପାରିବାରୁ ବ୍ରେକଅପ୍! ଯୁବକଙ୍କ ଅଡିଓ ହେଲା ଭାଇରାଲ….

 

ଆଜିକାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡ଼ିଓ ଏବଂ ଅଡିଓ ଭାଇରାଲ ହେବାରେ ଲାଗିଛି। ଏଭଳି ହିଁ ଏକ ଅଡିଓ କ୍ଲିପ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ଏହି ଅଡିଓରେ ଜଣେ ଯୁବକ ଭାରତର ବିଶ୍ୱକପ ମ୍ୟାଚ ନ ଦେଖିପାରିବା ନେଇ ନିଜ ପ୍ରେମିକାଙ୍କୁ ଦୋଷ ଦେଉଥିବା ଶୁଣିବାକୁ ମିଳିଛି।

ପ୍ରକୃତରେ ବର୍ତ୍ତମାନ ସମୟରେ କ୍ରିକେଟ ବିଶ୍ୱକପ ପାଇଁ ଭାରତୀୟ ଦଳର ମ୍ୟାଚ ରହୁଥିବା ବେଳେ ଯୁବକ ଜଣକ ଏହି ମ୍ୟାଚ ଦେଖିପାରିନଥିଲେ। ଆଉ ଏଥିପାଇଁ ସିଧାସଳଖ ଭାବରେ ସେ ନିଜ ପ୍ରେମିକାଙ୍କୁ ଦାୟୀ କରିଛନ୍ତି। ତାଙ୍କର ପ୍ରେମିକା ନିହାତି ଜିଦଖୋର୍ ବୋଲି ସେ କହିଛନ୍ତି।

ଅଡିଓରେ ଯୁବକ ଜଣକ କହିଛନ୍ତି ଯେ,"ଶୁଣ ତମେ ଗୋଟେ ପକ୍କା ଜିଦଖୋର ଝିଅ। ପୁଣି ଏବେ ଚୁଟିକୁ ନାଲି କରିଛ ଆହୁରି ଭୂତୁଣୀ ପରି ଦେଖାଯାଉଛ। ତୁମ ହେତୁ ମୁଁ ଭାରତ-ପାକିସ୍ତାନ ମ୍ୟାଚ୍ ମିସ୍ କଲି"। ବୟଫ୍ରେଣ୍ଡ ଜଣକ ଆହୁରି କହିଛନ୍ତି ଯେ ‘ସବୁଠାରୁ ବଡ କଥା ହେଉଛି ତୋର ସବୁଦିନେ ମୋମୋ ଖାଇବା ଦରକାର।

ଗୋଟେ ପ୍ଳେଟ ମୋମୋରେ ୬୩୩ କ୍ୟାଲୋରୀ ଅଛି ବୋଲି ଜାଣିଛ ନା ନାହିଁ? ତାକୁ ହଜମ କରିବା ପାଇଁ କେତେ ଏନର୍ଜି ଦରକାର ତମେ ଜାଣିଛ କି ବୋଲି ଯୁବକ ଜଣକ ପ୍ରଶ୍ନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୧୪ ତାରିଖରେ ଭାରତ ବିଶ୍ୱକପର ଏକ ମ୍ୟାଚରେ ପାକିସ୍ତାନକୁ ଭେଟିଥିଲା। ଯୁବକ ଜଣକ ସେହି ମ୍ୟାଚ ବିଷୟରେ ହିଁ କହିଛନ୍ତି।

<a href=https://youtube.com/embed/f1hIBl9dNcs?autoplay=1&mute=1><img src=https://img.youtube.com/vi/f1hIBl9dNcs/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଯୁବକ ଜଣଙ୍କ ଆହୁରି ମଧ୍ୟ କହିଥିଲେ ଯେ ମୋମୋ ହଜମ କରି କରି ଏନର୍ଜିର ବି ଆଉ ଏନର୍ଜି ନଥିବ। ଦେଖ ଖରାପ ଭାବ ନାହିଁ କିନ୍ତୁ ତୁମର ବୟଫ୍ରେଣ୍ଡ ନୁହେଁ ଗୋଟେ ଚାକର ଦରକାର ଅଛି। କ୍ଷମା କରିବ ମୁଁ ତୁମ ଚାକର ହେଇପାରିବି ନାହିଁ। ଗୁଡ ବାୟ’। ଯୁବକ ଜଣକ ଏପ୍ରକାର କହି ବ୍ରେକଅପ୍ କରିଥିବା ନେଇ କୁହାଯାଇପାରେ। ଏହି ଅଡିଓ ଭାଇରାଲ ହେବାପରେ ଏଥିନେଇ ଲୋକଙ୍କର ମିଶ୍ରିତ ମତ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ:- ପତ୍ନୀ ମାନେ ବି କମ୍ ନୁହନ୍ତି! ଭାରତୀୟ କ୍ରିକେଟରଙ୍କ ପତ୍ନୀ ମାନଙ୍କ ରୋଜଗାର ଜାଣିଲେ ହେବେ ଆଶ୍ଚର୍ଯ୍ୟ