ପତ୍ନୀ ମାନେ ବି କମ୍ ନୁହନ୍ତି! ଭାରତୀୟ କ୍ରିକେଟରଙ୍କ ପତ୍ନୀ ମାନଙ୍କ ରୋଜଗାର ଜାଣିଲେ ହେବେ ଆଶ୍ଚର୍ଯ୍ୟ

 
Indian cricketers wifes

କଣ ଆପଣ ଭାରତୀୟ କ୍ରିକେଟରଙ୍କ ପତ୍ନୀଙ୍କ ରୋଜଗାର ବିଷୟରେ କେବେ ଭାବିଛନ୍ତି ? କାରଣ କେବଳ କ୍ରିକେଟର ନୁହଁନ୍ତି ସେମାନଙ୍କ ପତ୍ନୀମାନେ ମଧ୍ୟ କମାଇଥାନ୍ତି  କୋଟି କୋଟି ଟଙ୍କା । ତେବେ କ୍ରିକେଟର ମାନଙ୍କ ରୋଜଗାରକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଥିବା ବେଳେ ସେମାନଙ୍କ ପତ୍ନୀଙ୍କ କଥା ଏତେ ଲୋକଲୋଚନକୁ ଆସି ନ ଥାଏ । ତେବେ ଆସନ୍ତୁ ଆଜି ଜାଣିବା କେଉଁ କ୍ରିକେଟରଙ୍କ ପତ୍ନୀ କେତେ ରୋଜଗାର କରନ୍ତି ଓ ସେମାନଙ୍କ ବାର୍ଷିକ ଆୟ କେତେ ।

ଭୁ

ତେବେ କ୍ରିକେଟରଙ୍କ ପତ୍ନୀ ମାନଙ୍କ ମଧ୍ୟରେ ସର୍ବାଧିକ ରୋଜଗାର କରନ୍ତି ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା । ଅନୁଷ୍କାଙ୍କର ପ୍ରାୟ ୨୧୫ କୋଟିର ସମ୍ପତ୍ତି ରହିଛି । ଗୋଟିଏ ଫିଲ୍ମ ପାଇଁ ସେ ପ୍ରାୟ ୧୦ ରୁ ୧୬ କୋଟି ଦାବି କରନ୍ତି । ଏହା ଛଡ଼ା ଆଡଭାଟାଇଜମେଣ୍ଟ୍ ରୁ ମଧ୍ୟ ଭଲ ପଇସା ଇନକମ୍ କରନ୍ତି । ଏବଂ ସେ କିଛି କମ୍ପାନିର ବ୍ରାଣ୍ଡ ଆମ୍ବାସେଡର୍ ମଧ୍ୟ ଅଛନ୍ତି ।

ଏହି ସ୍ଥାନର ଦ୍ଵିତୀୟରେ ବୁମ୍ରାଙ୍କ ସ୍ତ୍ରୀ ଅଛନ୍ତି । ବୁମରାଙ୍କ ସ୍ତ୍ରୀ ସଞ୍ଜନା ଗନେସନ ଜଣେ ସଫ୍ଟୱେୟାର୍ ଇଂଜିନିୟର ଅଟନ୍ତି । ଏହା ସହିତ ଜଣେ ଖେଳାଳି ଆଙ୍କରିଂ ମଧ୍ୟ ଅଟନ୍ତି । ସେ ମିସ୍ ଇଣ୍ଡିଆର ଫାଇନାଲିଷ୍ଟ ମଧ୍ୟ ରହିଛନ୍ତି । ତାଙ୍କର ସମ୍ପତ୍ତି ପ୍ରାୟ ୪୧ ହେବ ।

ସେହିପରି ତୃତୀୟ ସ୍ଥାନରେ କେ. ଏଲ ରାହୁଲଙ୍କ ପତ୍ନୀ ଆଥିୟା ସେଟ୍ଟୀ । ଯାହାଙ୍କର ସମ୍ପତ୍ତି ପ୍ରାୟ ୨୮ ରୁ ୩୦ କୋଟି ହେବ । ଇନକମ୍ ର ୪ର୍ଥ ସ୍ଥାନରେ ନତାଶା ଷ୍ଟାନକିଭ୍ ରହିଛନ୍ତି । ଯେ କି ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ସ୍ତ୍ରୀ । ନତାସା ଜଣେ ଡ୍ୟାନ୍ସର ଓ ମଡେଲ ଅଟନ୍ତି । ତାଙ୍କର ସମ୍ପତ୍ତି ପ୍ରାୟ ୨୦ କୋଟି ହେବ ।

ପଞ୍ଚମ ଓ ଷଷ୍ଠ ସ୍ଥାନରେ ଯଥାକ୍ରମେ ରିତିକା ସଜ୍ଜେଦ ଓ ରିଭାବା ଜାଡେଜା  ରହିଛନ୍ତି । ଜାଡେଜା ସ୍ତ୍ରୀଙ୍କର ପ୍ରାୟ ୬୨.୫ ଲକ୍ଷ ଟଙ୍କାର ରହିଥିବା ବେଳେ ରୋହିତ ଶର୍ମାଙ୍କ ପତ୍ନୀ ରିତିକାଙ୍କର ପ୍ରାୟ ୫୦ ରୁ ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।