ହମାସ୍ ର ଆତଙ୍କବାଦୀ ଚିନ୍ତାଧାରା, ଇସ୍ରାଇଲ୍ ପରେ ଭାରତ ସହ ସାରା ବିଶ୍ୱକୁ ନିଜ ଅଧିନକୁ ନେବାକୁ ଚାହୁଁଛି ଏହି ଆତଙ୍କବାଦୀ ସଂଘଠନ

 

ଇସ୍ରାଇଲ୍ ଏବଂ ଆତଙ୍କବାଦୀ ସଂଗଠନ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ସୁଦ୍ଧା ଭୟଙ୍କର ପରିସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ ହମାସ୍ ଘନଘନ ରାକେଟ ମାଡ଼ କରିବା ସହିତ ଇସ୍ରାଇଲ୍ ଜନ ସାଧାରଣଙ୍କୁ ମଧ୍ୟ ଅତି ନିର୍ମମ ଭାବରେ ହତ୍ୟା କରିଥିଲା। ତେବେ, ଏହି ଆକ୍ରମଣ ପରେ ହମାସ୍‌ କମାଣ୍ଡର୍‌ ମହମ୍ମଦ୍‌ ଅଲ୍‌-ଜହର୍‌ ଆହୁରି ଭୟଙ୍କର ମନ୍ତବ୍ୟ ଦେଇଛନ୍ତି।

ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଇସ୍ରାଏଲ୍‌ ହେଉଛି ଗୋଟାଏ ପ୍ରାରମ୍ଭିକ ଲକ୍ଷ୍ୟ ମାତ୍ର। ସମଗ୍ର ବିଶ୍ବରେ ପ୍ରଭାବ ବିସ୍ତାର କରିବା ହେଉଛି ତାଙ୍କର ଟାର୍ଗେଟ୍‌ ବୋଲି କହିଛନ୍ତି ଏହି କମାଣ୍ଡର। ୧ ମିନିଟରୁ ଅଧିକ ସମୟର ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ସମୁଦାୟ ୫୧୦ ନିୟୁତ ବର୍ଗକିଲୋମିଟର୍‌ ବିଶ୍ବ ଗୋଟିଏ ବ୍ୟବସ୍ଥା ମଧ୍ୟକୁ ଆସିବ।

ଯେଉଁଠି ପାଲେଷ୍ଟେନୀୟ ଓ ସମସ୍ତ ଆରବ ରାଷ୍ଟ୍ରମାନଙ୍କରେ ଥିବା ଆରବୀୟ, ଲେବାନନ୍‌, ସିରିଆ, ଇରାକ୍‌ ଓ ଅନ୍ୟାନ୍ୟ ଦେଶର ଲୋକମାନଙ୍କ ପ୍ରତି ହେଉଥିବା ଅବିଚାର, ଅତ୍ୟାଚାର, ହତ୍ୟା ଓ ଅପରାଧ ହେବ ନାହିଁ ବୋଲି କହିଛି ହମାସ୍।

ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ନେତାହନ୍ୟାହୁ ଏଥିନେଇ ପ୍ରତିକ୍ରିୟା ରଖିବା ସହିତ ହମାସ୍ ଭଳି ଆତଙ୍କବାଦୀ ସଂଗଠନକୁ ଦମନ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଆହୁରି ପଢ଼ନ୍ତୁ:- ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଭଉଣୀ ପରିବାରର ଅଂଶ ନୁହଁନ୍ତି, ଭାଇ ଜାଗାରେ ମିଳିପାରିବ ନାହିଁ କିଛି, ଜାଣନ୍ତୁ ପୁରା ଖବର