ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଭଉଣୀ ପରିବାରର ଅଂଶ ନୁହଁନ୍ତି, ଭାଇ ଜାଗାରେ ମିଳିପାରିବ ନାହିଁ କିଛି, ଜାଣନ୍ତୁ ପୁରା ଖବର

 
Highcourt

ଚର୍ଚ୍ଚାକୁ ଆସିଲା କର୍ଣ୍ଣାଟକ ହାଇକୋର୍ଟର ନିଷ୍ପତ୍ତି। ହାଇକୋର୍ଟ କହିଲେ ଅନୁକମ୍ପା ଚାକିରୀ ଦିଆ ଯାଇ ପାରିବ ନାହିଁ ଭଉଣୀକୁ।ବିଶେଷ ଭାବେ ବିବାହିତା ମହିଳା ମାନଙ୍କୁ ମିଳିବ ନାହିଁ ଏହି ସୁବିଧା। ବିବାହ ପରେ ସେ ଆଉ ଉକ୍ତ ପରିବାରର ସଦସ୍ୟ ଭାବେ ଗଣିତ ହେବେ ନାହିଁ। ଯେହେତୁ ନିୟମ ରହିଛି କେବଳ ପରିବାର ର ଲୋକେ ଅମୁକମ୍ପା ଚାକିରୀ ପାଇପାରିବେ ସେହି ଦୃଷ୍ଟି କୋଣରୁ କର୍ଣ୍ଣାଟକ ହାଇକୋର୍ଟ ବାଦ ଦେଇଛି ମହିଳାଙ୍କୁ।

Highcourt

ଏ ନେଇ ଜଣେ ମହିଳାଙ୍କ ଦାବୀକୁ ଖାରଜ କରିଛି କର୍ଣ୍ଣାଟକ ହାଇକୋର୍ଟ ।ସୂଚନା ଅନୁସାରେ ଉକ୍ତ ମହିଳାଙ୍କ ଭାଇ ୨୦୧୬ ରେ ଡ୍ୟୁଟି ରେ ଥିବା ବେଳେ ମୃତ୍ୟୁ ବରଣ କରିଥିଲେ।ତାଙ୍କ ଭାଇ ବେଙ୍ଗାଲୁରୁ ବିଦ୍ୟୁତ୍ ଯୋଗାଣ କମ୍ପାନୀରେ ଜୁନିଅର ଲାଇନ ମ୍ୟାନ ଭାବେ କାମ କରୁଥିଲେ। ତାଙ୍କର ମୃତ୍ୟୁ ପରେ ତାଙ୍କ ଭଉଣୀ ଉକ୍ତ ଚାକିରୀ ପାଇଁ ଆବେଦନ କରିଥିବା ବେଳେ ହାଇକୋର୍ଟ ଭଉଣୀଙ୍କୁ ଯୋଗ୍ୟ ବିବେଚନା କରି ନାହାନ୍ତି।
Fg
ଏହି ମାମଲା ଶୁଣାଣି ବେଳେ କର୍ଣ୍ଣାଟକ ହାଇକୋର୍ଟ ପ୍ରଧାନ ବିଚାରପତି ପ୍ରସନ୍ନ ବି ଭାରାଲେ ଏବଂ ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତ ଙ୍କ ଏକ ଡିଭିଜନ ବେଞ୍ଚ କହିଛି ଯେ ନିୟମ ୧,୨(B) ଅନୁସାରେ ଏପରି ମାମଲାରେ ମୃତ ବ୍ୟକ୍ତିଙ୍କ ପତ୍ନୀ ପୁଅ ବା ଝିଅ ଯେ ମୃତ ବ୍ୟକ୍ତିଙ୍କ ଉପରେ ବାସ୍ତବ ନିର୍ଭରଶିଳ ଏବଂ ତାଙ୍କ ପରିବାରର ସଦସ୍ୟ ସେହି ମାନଙ୍କୁ ହିଁ ଅନୁକମ୍ପା ଚାକିରୀ ଦିଆ ଯିବ।
କର୍ଣ୍ଣାଟକ ହାଇକୋର୍ଟ ନିଜ ରାଜ୍ୟ ସିଭିଲ ସର୍ଭିସ ନିୟମ ୧୯୯୯ କୁ ଦୃଷ୍ଟିରେ ରଖି ଏହା କହିଛନ୍ତି ଯେ ଜଣେ ଭଉଣୀକୁ ପରିବାରର ପରିସର ଭୁକ୍ତ କରାଯାଇ ପାରିବ ନାହିଁ ଏବଂ ବିଶେଷ କରି ଯେଉଁ ଭଉଣୀ ବିବାହ କରି ସାରିଛନ୍ତି ତାଙ୍କୁ ଅନୁକମ୍ପା ରାଶି ଦିଆଯାଇ ପାରିବ ନାହିଁ।
କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏପରି ମାମଲାରେ ବ୍ୟକ୍ତି ଜଣକ ପରିବାରର ସଦସ୍ୟ ହେବା ସହିତ ମୃତ ବ୍ୟକ୍ତିଙ୍କ ଉପରେ ସମ୍ପୂର୍ଣ ନିର୍ଭର ଶିଳ ମଧ୍ୟ ହୋଇଥିବା ଆବଶ୍ୟକ। ଅନୁକମ୍ପା ଚାକିରୀର ଆବେଦନ ସମୟରେ ଏହି ସବୁ ପ୍ରମାଣ ପତ୍ର ମଧ୍ୟ ପୈଠ କରିବା ବାଧ୍ୟତା ମୂଳକ। ଯଦି ବିଧବା ପତ୍ନୀ ପୁଅ ଓ ଝିଅ ବ୍ୟତୀତ ଅନ୍ୟ କେହି ଏହି ଚାକିରୀ ପାଇଁ ଆବେଦନ କରିବେ ତେବେ ତାଙ୍କୁ ନେଇ ଏକ ବିସ୍ତାର ତଦନ୍ତ କରାଯିବ। ଯାହାର ପ୍ରକ୍ରିୟା ଦୀର୍ଘ ଏବଂ ସମୟବ୍ୟାପି ହୋଇପାରେ। ହେଲେ ସମସ୍ତ ନିୟମକୁ ଆଖି ଆଗରେ ରଖି କାର୍ଯ୍ୟ କରାଯିବ।