୨୦୨୩ ବିଶ୍ୱକପ୍: ଭାରତର ପରାଜୟ ପରେ ଭାରତୀୟ ଦଳକୁ ସାନ୍ତ୍ୱନା ଦେଲେ ପ୍ରଧାନମନ୍ତ୍ରୀ! କହିଲେ ଏପରି କଥା

 

କ୍ରିକେଟ ବିଶ୍ୱକପ ୨୦୨୩ ଫାଇନାଲରେ ଅଷ୍ଟ୍ରେଲିଆ ହାତରେ ୭ ୱିକେଟରେ ପରାଜୟ ବରଣ କରିଛି ଭାରତ। ଏହି ଟୁର୍ଣ୍ଣାମେଣ୍ଟ ସାରା ଭାରତ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଏବର୍ଷ ଭାରତ ହିଁ ବିଶ୍ୱକପ ଟ୍ରଫି ନିଜ ନାଁରେ କରିବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ।

କିନ୍ତୁ, ଅଷ୍ଟ୍ରେଲିଆ ଏହା ହେବାକୁ ଦେଇନଥିଲା। ତେବେ, ଏହି ପରାଜୟ ପରେ ଖେଳାଳି ମାନଙ୍କ ସମେତ ସାରା ଭାରତ ନିରାଶ ହୋଇଛି। ଏହାରି ମଧ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳ ପାଇଁ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି। ଏଥିସହିତ ସେ ବିଜୟୀ ଅଷ୍ଟ୍ରେଲିଆ ଦଳକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ନିଜ ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ମୋଦୀ ଲେଖିଛନ୍ତି ଯେ,"ପ୍ରିୟ ଟିମ୍ ଇଣ୍ଡିଆ, ବିଶ୍ୱକପ୍ ମାଧ୍ୟମରେ ଆପଣଙ୍କର ପ୍ରତିଭା ଏବଂ ନିଷ୍ଠା ଉଲ୍ଲେଖନୀୟ ଥିଲା। ଆପଣ ସାହସର ​​ସହିତ ଖେଳି ଦେଶ ପାଇଁ ଅପାର ଗର୍ବ ଆଣିପାରିଛନ୍ତି। ଆମେ ଆଜି ଏବଂ ସଦାସର୍ବଦା ଆପଣଙ୍କୁ ସମର୍ଥନ କରିବୁ"।

ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ଭଲ ଆରମ୍ଭ କରିଥିଲେ ହେଁ ମାତ୍ର ୨୪୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ବୋଲିଂ କରିବାକୁ ଆସି ଭାରତ ବିପକ୍ଷ ଦଳର ୩ଟି ୱିକେଟ ସଅଳ ନେଇଥିଲେ ହେଁ ଟ୍ରାଭିସ୍ ହେଡ୍ ସତକ ହାସଲ କରି ଭାରତର ଆଶାକୁ ଧୂଳିସାତ୍ କରି ଦେଇଥିଲେ।

ଆହୁରି ପଢ଼ନ୍ତୁ:- ଯଦି ମହିଳା ଖାଇ ଦିଅନ୍ତି ଭାଏଗ୍ରା ଟାବଲେଟ୍, ତେବେ କ'ଣ ହେବ ପରିସ୍ଥିତି? ଜାଣି ରଖନ୍ତୁ