ଯଦି ମହିଳା ଖାଇ ଦିଅନ୍ତି ଭାଏଗ୍ରା ଟାବଲେଟ୍, ତେବେ କ'ଣ ହେବ ପରିସ୍ଥିତି? ଜାଣି ରଖନ୍ତୁ

 
Vigra

ପୁରୁଷଙ୍କ ଇରେକ୍ଟାଇଲ ଡିସଫଙ୍କସନ ପାଇଁ ଏକ ସ୍ୱୀକୃତୀପ୍ରାପ୍ତ ଔଷଧ ହେଉଛି ଭାଇଗ୍ରା । ପୁରୁଷଙ୍କ କ୍ଷେତ୍ରରେ ଏହା ଶାରୀରିକ ସମ୍ବନ୍ଧକୁ ବଢାଇବା ପାଇଁ ବ୍ୟବହାର କରାଯାଇଥାଏ । ଏହା ଏକ ଏନଜାଇମର କାର୍ଯ୍ୟକୁ ଅବରୋଧ କରି କାର୍ଯ୍ୟ କରିଥାଏ, ଯାହା ରକ୍ତ ସଞ୍ଚାଳକକୁ ବାଧା ଦେଇପାରେ ।

Viagra

ଏହାକୁ ସମ୍ବନ୍ଧର ସାଧାରଣତଃ 30 ମିନିଟ କିମ୍ବା 1 ଘଣ୍ଟା ପୂର୍ବରୁ ସେବନ କରାଯାଇପାରେ । ତେବେ ମୁଖ୍ୟତଃ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଏ । କିନ୍ତୁ ଯଦି କେବେ ଏହାକୁ ମହିଳା ସେବନ କରି ଦିଅନ୍ତି ତେବେ କ'ଣ ହୋଇପାରେ?

ଆହୁରି ପଢନ୍ତୁ :- ସବୁବେଳେ ଏସିରେ ରହୁଥିଲେ ସାବଧାନ! ହୋଇପାରନ୍ତି ଏହି ୫ଟି ସାଙ୍ଘାତିକ ରୋଗରେ ଆକ୍ରାନ୍ତ

ମହିଳାଙ୍କ ଶରୀରରେ ଭାଇଗ୍ରାର କୌଣସି ବିଶେଷ ପ୍ରଭାବ ଦେଖିବାକୁ ମିଳି ନଥାଏ । ମହିଳାଙ୍କ କ୍ଷେତ୍ରରେ ଏହା ଇରେକ୍ସନ କିମ୍ବା ଅନ୍ୟ କୌଣସି ପ୍ରକ୍ରିୟାରେ ପ୍ରଭାବ ପକାଏ ନାହିଁ । ରିପୋର୍ଟରୁ ଜଣାପଢିଛି ଯେ, ମେନୋପୋଜ ପରେ ଭାଇଗ୍ରା ମେଡିସିନ କିଛି ମାତ୍ରାରେ ପ୍ରଭାବଶାଳୀ ହୋଇପାରେ । ଭାଇଗ୍ରା ଶରୀରରେ ଥିବା ଶିରା ଚାନେଲଗୁଡିକୁ ବିସ୍ତାର କରି କାମ କରେ, ଯାହା ବିଭିନ୍ନ ଅଙ୍ଗରେ ରକ୍ତ ଜମାଟ ବାନ୍ଧି ଦେଇଥାଏ ।

Vigra

ଫଳରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, କ୍ଳାନ୍ତ ଅନୁଭବ କରିବା ଏବଂ ମୁହଁ ଶୁଖିଯିବା ଭଳି ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ । ତେବେ ଏସବୁ ଲକ୍ଷଣ ପ୍ରେମେନୋପୋଜଲ ମହିଳାଙ୍କ କ୍ଷେତ୍ରରେ ଅଧିକ ଗମ୍ଭୀର ହୋଇପାରେ । ତେବେ ଏହି ମେଡିସିନର ଅତ୍ୟଧିକ ଡୋଜ ଖାଇଲେ ଏହାର ତୀବ୍ରତା ମଧ୍ୟ ବୃଦ୍ଧି ପାଇଥାଏ । ଏହା ରକ୍ତଚାପ କମ୍ କରିବା ସହିତ ଆହୁରି ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ । ଏହି ମେଡିସିନକୁ ଅଧିକ ଖାଇଲେ ଘାତକ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଜଣାଯାଇଛି ।