ଫ୍ୟାମିଲି ପ୍ଲାନିଂ ଅପରେସନ ପାଇଁ ଯାଇଥିଲେ ଏହି ମହିଳା, ଡାକ୍ତରଙ୍କ ଭୁଲ୍ ପାଇଁ ଚାଲିଗଲା ଜୀବନ, ଜାଣନ୍ତୁ ପୁରା ଘଟଣା

 

ପରିବାର ନିୟୋଜନ ପାଇଁ ଡାକ୍ତରଖାନା ଯାଇଥିଲେ। ସେଠାରେ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା କିନ୍ତୁ, ଡାକ୍ତରଙ୍କର ସାମାନ୍ୟ ଭୁଲ ପାଇଁ ଆଜି ଚାଲିଯାଇଛି ମହିଳାଙ୍କ ଜୀବନ, ଏବେ ମାଆ ଛେଉଣ୍ଡ ହୋଇ ଯାଇଛି ତାଙ୍କ ଶିଶୁ। ଭଦ୍ରକ ଜିଲ୍ଲା ରାଉତରାୟପୁର ଠାରୁ ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିବା ବେଳେ ମୃତକାଙ୍କ ନାମ ଜୟନ୍ତୀ ବେଜ ବୋଲି ଜଣାପଡିଛି। 

ମିଳିଥିବା ସୂଚନା ଅନୁଯାଇ ପରିବାର ନିୟୋଜନ ପାଇଁ ଜୟନ୍ତୀ ୨୫ ତାରିଖରେ ବରପଦାରେ ହୋଇଥିବା ଶିବିରକୁ ଯାଇଥିଲେ। ସେଠାରେ ତାଙ୍କର ଅପରେସନ କରାଯାଇଥିଲା। ଭଲରେ ଘରକୁ ଫେରିଥିଲେ ହେଁ ରାତିରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଥିଲା। ସେ ଗୁରୁତର ହୋଇ ପଡିବାରୁ ତାଙ୍କୁ ତୁରନ୍ତ ଆଗରପଡ଼ା ହସ୍ପିଟାଲ, ପରେ ପରେ ଭଦ୍ରକ ଓ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା।  <a href=https://youtube.com/embed/2LRIUH83sZ8?autoplay=1&mute=1><img src=https://img.youtube.com/vi/2LRIUH83sZ8/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

କିନ୍ତୁ, ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ୨୭ ତାରିଖରେ ମୃତ୍ୟୁ ଘଟିଥିବା କୁହାଯାଉଅଛି। ସବୁଠାରୁ ବଡ଼ କଥା ହେଉଛି ପରିବାର ନିୟୋଜନ ଅସ୍ତ୍ରୋପଚାର କରିବା ସମୟରେ ଡାକ୍ତର ତାଙ୍କର ପରିସ୍ରା ନାଡ଼ି କାଟି ଦେଇଥିବା ଅଭିଯୋଗ ହେଉଛି। ଏପରିକି ଅସ୍ତ୍ରୋପଚାର ସମୟରେ ସେଠାରେ ଲାଇଟ୍ ନଥିବା ମଧ୍ୟ ପରିବାର ତରଫରୁ ଅଭିଯୋଗ କରାଯାଇଅଛି। ଏଭଳି ଅସ୍ତ୍ରୋପଚାର ଜଣେ ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ହେବା କଥା। କିନ୍ତୁ, ତାଙ୍କ ଦ୍ୱାରା ଏଭଳି ଭୁଲ କିପରି ହେଲା ସେଥିନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ, ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ଭଦ୍ରକ ସିଡିଏମ୍‌ଓ କହିଛନ୍ତି।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡ଼ିଓ: ସ୍ୱାମୀ ନଥିବା ବେଳେ ପ୍ରେମିକ ସହ ରାସଲୀଳା କରୁଥିଲା ସ୍ତ୍ରୀ, ରାତି ଅଧରେ ପୋଲିସ ଧରି ଆସିଗଲା ସ୍ୱାମୀ