ପାଣ୍ଡିଆନଙ୍କୁ ଟମାଟୋ ମାଡ଼, ପୋଲିସ ଗିରଫ କରିବା ପୂର୍ବରୁ ଆକ୍ରମଣକାରୀକୁ ନିର୍ଧୁମ ଛେଚିଲେ ବିଜେଡ଼ି କର୍ମୀ

 

ନିର୍ବାଚନ ପାଖେଇ ଆସୁଥିବା ବେଳେ ଜୋରସୋରରେ ଚାଲିଥିଲା ବିଜେଡି ସଭା। କିନ୍ତୁ, ଏହାରି ମଧ୍ୟରେ ଘଟିଗଲା ଅଘଟଣ। ଭି.କେ ପାଣ୍ଡିଆନଙ୍କ ଉପରେ ହେଲା ଟମାଟୋ ମାଡ଼। ଆଜ୍ଞା ହଁ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଠାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେବଳ ଟମାଟୋ ମାଡ଼ ତାହା ନୁହେଁ ବରଂ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଅଛି।

Follow our WhatsApp channel and get all the Latest news:- 

WhatsApp Channel (Join Now) Join Now

ବ୍ୟକ୍ତି ଜଣକ କଣ ପାଇଁ ଏପରି କରିଛନ୍ତି ତାହାର କାରଣ ସ୍ପଷ୍ଟ ହୋଇପାରିନାହିଁ। ତେବେ, ଏହି ଘଟଣା ଘଟିବା ପରେ ଯୁବକ ଜଣଙ୍କୁ ସ୍ଥାନୀୟ ବିଜେଡି ସମର୍ଥକ କାବୁ କରି ନେଇଥିଲେ। ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇ ଗିରଫ କରିବାକୁ ଚେଷ୍ଟା କରିଥିଲେ ହେଁ ସେ  ବିଜେଡି ଗୁଣ୍ଡା ମାନଙ୍କ କବଳରୁ ବର୍ତ୍ତିପାରିନଥିଲେ। ସେମାନେ ଟମାଟୋ ଫିଙ୍ଗିଥିବା ଯୁବକଙ୍କୁ ନିର୍ଧୁମ ଛେଚିଥିଲେ।

କିନ୍ତୁ କାହିଁକି ସଂପୃକ୍ତ ଯୁବକ ଜଣକ ପାଣ୍ଡିଆନଙ୍କୁ ଟମାଟୋ ମାଡ କଲେ ? ତାଙ୍କ ନାଁ କଣ ? ବିରୋଧ ପ୍ରଦର୍ଶନ କରିବାର କାରଣ କଣ ? ତାହା ଏପର୍ଯ୍ୟନ୍ତ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଜିଲ୍ଲା ବୁଲି ବୁଲି ପାଣ୍ଡିଆନ ବିଜେଡିର ପ୍ରଚାର କରୁଛନ୍ତି।

<a href=https://youtube.com/embed/FV0EwDJZVqQ?autoplay=1&mute=1><img src=https://img.youtube.com/vi/FV0EwDJZVqQ/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ଏହା ସବୁ କରାଯାଉଥିବା ବେଳେ କିନ୍ତୁ କିଛି ସ୍ଥାନରେ ଲୋକଙ୍କ ଆକ୍ରୋସ ସାମ୍ନାକୁ ଆସୁଛି। ନବୀନ ସରକାର କେବଳ ପ୍ରତିସୃତି ଦେଉଥିବା ବେଳେ ଲୋକମାନେ ଏହାର ହିତାଧିକାରୀ ହୋଇପାରିନାହାଁନ୍ତି। ତେଣୁ, ବିଭିନ୍ନ ସ୍ଥାନରେ ବିଜେଡି ଏବଂ ଖାସ୍ କରି ପାଣ୍ଡିଆନଙ୍କୁ ବିରୋଧ କରାଯାଉଅଛି। 

ଆହୁରି ପଢ଼ନ୍ତୁ:- ବାହାଘରର ୬ ବର୍ଷ ପରେ ଆଉ ଭଲ ଲାଗୁ ନାହାଁନ୍ତି ପ୍ରିୟଙ୍କା, ନିକ୍ କହିଲେ- ତାକୁ ବିବାହ କରି ଅନୁତାପ୍‌ କରୁଛି, କାରଣ...