ବାହାଘରର ୬ ବର୍ଷ ପରେ ଆଉ ଭଲ ଲାଗୁ ନାହାଁନ୍ତି ପ୍ରିୟଙ୍କା, ନିକ୍ କହିଲେ- ତାକୁ ବିବାହ କରି ଅନୁତାପ୍‌ କରୁଛି, କାରଣ...

 
Nick Priyanka
କଣ ସତରେ ନିକ୍ ପ୍ରିୟଙ୍କାଙ୍କୁ ବିବାହ କରି କରୁଛନ୍ତି ଅନୁତାପ ! ଏକ ସାକ୍ଷାତକାରରେ ଏପରି କିଛି କହିବାର ନଜରରେ ଆସିଛନ୍ତି ନିକ୍ । ୨୦୧୮ ମସିହା ଡିସେମ୍ବର ମାସରେ ଦୁହେଁ ରାଜସ୍ଥାନ ଠାରେ ପ୍ରେମ ବିବାହ କରିଥିଲେ । ବିବାହଟି ତାଙ୍କର ହିନ୍ଦୁ ଓ ଖ୍ରୀଷ୍ଟିଆନ ରୀତି ନୀତି ଅନୁସାରେ ହୋଇଥିଲା । ଯାହାକୁ ବେଶ୍ ପସନ୍ଦ କରିଥିଲେ ଲୋକେ । 

E

ନିକ୍ ଜୋନସ୍ ଜଣେ ହଲିଉଡ୍ ର ବେଶ୍ ଲୋକ ପ୍ରିୟ ସିଙ୍ଗର ହୋଇଥିବା ବେଳେ ବଲିଉଡ୍ ର ଦେଶୀ ଗାର୍ଲ୍ ପ୍ରିୟଙ୍କା ଚୋପ୍ରା ନିଜର ଅନୋଖା ଅନ୍ଦାଜ ପାଇଁ ବେଶ୍ ଲୋକ ପ୍ରିୟତା ହାସଲ କରିଛନ୍ତି । ଜାଣନ୍ତୁ ନିକ୍ କଣ କହିଥିଲେ ସାକ୍ଷାତକାରରେ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ନିକଟରେ ଏକ ସାକ୍ଷାତକାରରେ ନିକ୍ ତାଙ୍କ ଭାଇ କେବିଲ୍ ଙ୍କ ସହ ଯୋଗ ଦେଇଥିଲେ । ଯେଉଁଥିରେ ତାଙ୍କୁ ତାଙ୍କ ବିବାହ ବିଷୟରେ ପ୍ରଶ୍ନ ପଚରା ଯାଇଥିଲା । ସାକ୍ଷାତକାରରେ ତାଙ୍କୁ ପଚାରିଥିଲେ ଯେ ତୁମେ ବିବାହ ପରେ କେବେ ଅନୁଭବ କରିଛ କି ତୁମେ ବିବାହ କରି ସାରିଛ ବୋଲି । ଏହାର ଉତ୍ତରରେ ନିକ୍ କହିଥିଲେ ହଁ ବିଲକୁଲ । 

ସେ ହସି ହସି ଏହା ମଧ୍ୟ କହିଥିଲେ ଯେ ବିଶେଷ କରି ବିଲ୍ ଦେଖିବା ପରେ ବର୍ତ୍ତମାନ ନିକ୍ ଙ୍କର ଏପରି ଏକ ଉତ୍ତର ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କିଛି ୟୁଜର୍ସ ମାନେ କମେଣ୍ଟ୍ ଦେଇଛନ୍ତି ଯେ ନିକ୍ ବୋଧେ ପ୍ରିୟଙ୍କାଙ୍କୁ ବାହା ହୋଇ ଖୁସି ନାହାନ୍ତି ।