ମାତ୍ର ୩୭ ଦିନ ମଧ୍ୟରେ ବଦଳିଗଲା ସବୁକିଛି, ସୁନ୍ଦର ଚେହେରା କଳାକାଠ ପଡିଗଲା, ଏମିତି ଥିଲା ଖୁସିଙ୍କ ଦୁଃଖଭରା କାହାଣୀ
ମଣିଷ ଜୀବନରେ ଭାଗ୍ୟ କାହାକୁ କେଉଁଆଡକୁ ଟାଣି ନେବ ତାହା ପୂର୍ବାନୁମାନ କରିବା ମୁସ୍କିଲ ଅଟେ। ଏଇ ଯେମିତି ମାତ୍ର କେଇ ଦିନ ମଧ୍ୟରେ ଖୁସି ଏବଂ ଅର୍ଜୁନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିଛି। ଆଜ୍ଞା ହଁ, ଖୁସି ଏବଂ ଅର୍ଜୁନ ଦୁହେଁ ଦମ୍ପତ୍ତି ହୋଇଥିବା ବେଳେ ସୋସିଆଲ ମିଡିଆରେ ସେମାନଙ୍କର ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ।
ନାଁଟି ଯେମିତି ଖୁସି ସେ ତାଙ୍କ ଭିଡ଼ିଓ ଏବଂ କଥାବାର୍ତ୍ତା ମାଧ୍ୟମରେ ସମସ୍ତଙ୍କ ମୁହଁରେ ହସ ଆଣିଦେଉଥିଲେ। କିନ୍ତୁ, ଅର୍ଜୁନ ଏବଂ ଖୁସିଙ୍କର ଏହି ସୁନ୍ଦର ପରିବାର ଉପରେ ବୋଧେ କାହାର ନଜ଼ର ଲାଗି ଯାଇଥିଲା। ମାତ୍ର କେଇ ଦିନ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇ ଯାଇଥିଲା।
ରୋଗାଗ୍ରସ୍ତ ହୋଇ ଡାକ୍ତରଖାନାରେ ପଡି ରହିଥିଲେ ଖୁସି। ସବୁଠାରୁ ବଡ଼ କଥା ହେଉଛି ଖୁସି ଗର୍ଭବତୀ ଥିଲେ। ଘରକୁ ନୂଆ ଅତିଥି ଆସିବା ଖବର ପାଇ ସମସ୍ତେ ବେସ୍ ଆନନ୍ଦିତ ରହିଥିଲେ। କିନ୍ତୁ, ଦିନେ ଚେକ୍ ଅପ୍ କରାଇବା ବେଳକୁ ପେଟରେ ଥିବା ଛୁଆଟି ମୃତ ବୋଲି ଜଣାପଡିଥିଲା।
ଯାହାପରେ ଖୁସିଙ୍କର ଗର୍ଭପାତ ମଧ୍ୟ କରାଯାଇଥିଲା। କିନ୍ତୁ, ଏହାପରେ ତାଙ୍କର ଦେହ ଖରାପ ରହିବାକୁ ଲାଗିଥିଲା। ଦୀର୍ଘ ୩୭ ଦିନ ପର୍ଯ୍ୟନ୍ତ ଡାକ୍ତରଖାନା ଆଇସିୟୁରେ ରହି ଜୀବନ ମରଣ ସହିତ ସଂଘର୍ଷ କରିଥିଲେ ଖୁସି। ସ୍ୱାମୀ ଅର୍ଜୁନଙ୍କ ପାଖରେ ଯାହା ସମ୍ବଳ ଥିଲା ସେ ସବୁକିଛି ଖୁସିଙ୍କୁ ଠିକ୍ କରିବାରେ ଲଗାଇ ଦେଇଥିଲେ।
ଏବେ ଦୀର୍ଘଦିନର ସଂଘର୍ଷ ପରେ ଖୁସି ଘରକୁ ଫେରିଛନ୍ତି। କିନ୍ତୁ, ଏବେ ମଧ୍ୟ ସେ ଠିକ୍ ଭାବରେ ଚାଲି ପାରୁନାହାନ୍ତି। ଦିନେ ଯେଉଁ ଖୁସି ସମସ୍ତଙ୍କ ମୁହଁରେ ହସ ଫୁଟାଇ ଦେଉଥିଲେ ଆଜି ନିଜେ ଠିକ ଭାବରେ କଥା ହୋଇପାରୁନାହାନ୍ତି। ତେବେ, ଏହି ରୋଗ ହେବାପରେ ତାଙ୍କ ସ୍ୱାମୀ ତାଙ୍କୁ କେତେ ଭଲ ପାଆନ୍ତି ଏବଂ ସେ କେତେ ଭଲ ମଣିଷ ତାହା ଜଣାପଡ଼ିଥିବା ଖୁସି କହିଛନ୍ତି।
ଆହୁରି ପଢ଼ନ୍ତୁ:- ଡିସେମ୍ବର ମାସରେ ସୃଷ୍ଟି ହେବାକୁ ଯାଉଛି ୪ଟି ରାଜଯୋଗ, ଯେଉଁଥିରେ ଲାଭବାନ ହେବେ ୩ଟି ରାଶିର ଲୋକ