କଲେଜ ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଜୟ ଶ୍ରୀ ରାମ କହିବାରୁ ଛାତ୍ରଙ୍କୁ ଗାଳି କରି ବାହାର କଲେ ଶିକ୍ଷୟିତ୍ରୀ, ଭିଡ଼ିଓ ଭାଇରଲ

 

ଏବିଏସ୍ ଇଞ୍ଜିନିୟରିଂ କଲେଜରେ ଶୁକ୍ରବାର ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା ଏବଂ ଛାତ୍ରମାନେ ଏହି ସମୟରେ ଜୟ ଶ୍ରୀ ରାମ କହିଥିଲେ । ଏହା ପରେ ଜଣେ ହିନ୍ଦୁ ମହିଳା ଶିକ୍ଷକ, ଯିଏ କି ନିଜକୁ ଜଣେ ବ୍ରାହ୍ମଣ ବୋଲି କହୁଥିଲେ ସେ ଜୟ ଶ୍ରୀ ରାମ ନାରା ଯୋଗୁଁ ରାଗିଯାଇ ଛାତ୍ରଙ୍କୁ ମଞ୍ଚରୁ ଓହ୍ଲାଇ ହାଦେଇଥିଲେ ।

ଭାରତ ଭଳି ଦେଶରେ ଏମିତିକା ଘଟଣା ସତରେ ହିନ୍ଦୁ ମାନଙ୍କୁ ଶକ୍ତ ଚାପୁଡ଼ା ମରିଥାଏ । ଯଦି ଭାରତରେ ଜୟ ଶ୍ରୀ ରାମ କୁହାଯିବନି ତ କଣ ପାକିସ୍ତାନ ରେ କୁହାଯିବ ? ହିନ୍ଦୁ ମାନଙ୍କ ସତରେ କେହି ଯଦି ଶତ୍ରୁ ଅଛନ୍ତି ତେବେ ତାହା କେବଳ କିଛି ମୂର୍ଖ ଏବଂ ନିଜର ମାନସିକ ଭାରସାମ୍ୟ ହରେଇଥିବା ହିନ୍ଦୁ । 

ତେବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ଭାଇରଲ ହେବା ପରେ ବିଭିର୍ନ ହିନ୍ଦୁ ସଂଗଠନ ତରଫରୁ କଲେଜ ଉପରେ ପ୍ରେସର ପକାଇବା ପରେ ଦୁଇଜଣ ମହିଳା ଶିକ୍ଷକଙ୍କୁ ଅନୁଷ୍ଠାନ ପକ୍ଷରୁ ନିଲମ୍ବିତ କରାଯାଇଛି । ଆଜି କାଲି ସୋସିଆଲ ମିଡିଆରେ ଏମିତିକା ଭିଡ଼ିଓ ଭାଇରାଲ ହେଉଛି ବୋଲି ଏମିତିକା ହିନ୍ଦୁ ବିରୋଧୀ ଙ୍କ ଉପରେ ପଦକ୍ଷେପ ନିଆଯାଇ ପାରୁଛି ।

ମିଳିଥିବା ସୂଚନା ଅନୁଯାଇ ଏହି ଘଟଣା ପରେ ଛାତ୍ରଛାତ୍ରୀମାନେ ଗଣଧାରଣା ଦେଇଥିଲେ । ଏହି ଘଟଣା ପାଇଁ ଶୁକ୍ରବାର ଅନୁଷ୍ଠାନ ଦ୍ୱାରା ଏକ ତିନି ଜଣିଆ ଅନୁସନ୍ଧାନ କମିଟି ଗଠନ କରାଯାଇଥିଲା ।  ଅନୁସନ୍ଧାନ ଆଧାରରେ ଦୁଇ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା ।

ସେତେବେଳେ ଶିକ୍ଷକ ସେମାନଙ୍କୁ ଗାଳି ଦେଇ ମଞ୍ଚରୁ ଓହ୍ଲାଇ ଦେଇଥିଲେ । ଶନିବାର ପୂର୍ବାହ୍ନରେ ହିନ୍ଦୁ ରକ୍ଷା ରାଷ୍ଟ୍ରୀୟ ରାଷ୍ଟ୍ରପତି ପିଙ୍କି ଚୌଧୁରୀ ଏବଂ ଅନ୍ୟ କର୍ମକର୍ତ୍ତାଙ୍କ ସହ ଛାତ୍ରମାନେ ଏହି ପ୍ରସଙ୍ଗରେ ଏକ ଧର୍ମଘଟ କରିଥିଲେ ।  ମାମଲାର ଗମ୍ଭୀରତାକୁ ଦେଖି କମିଟି ଦେଇଥିବା ତଦନ୍ତ ରିପୋର୍ଟ ଆଧାରରେ ଅନୁଷ୍ଠାନ ଉଭୟ ଶିକ୍ଷକଙ୍କୁ ନିଲମ୍ବିତ କରିଥିଲା । 

ଆହୁରି ପଢ଼ନ୍ତୁ:- ମହାଷ୍ଟମୀରେ ହେବାକୁ ଯାଉଛି ରବି ଓ ସର୍ବାର୍ଥ ସିଦ୍ଧି ଯୋଗ, ଏହି ୪ ରାଶିଙ୍କ ଆରମ୍ଭ ହେବ ଭଲଦିନ