ଦେଖନ୍ତୁ ଭିଡ଼ିଓ: ବାର୍ ଡ୍ୟାନ୍ସ ହେଲା କି କାଳ? ଶୁଭଲକ୍ଷ୍ମୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟରେ ହେଲା ବଡ଼ ଖୁଲାସା….

 

କଲେଜରେ ପାଠ ପଢିବା ପାଇଁ ଘର ଛାଡ଼ି ଭୁବନେଶ୍ୱର ଆସିଥିଲେ ଶୁଭଲକ୍ଷ୍ମୀ। କିନ୍ତୁ, ଏଠାକୁ ଆସି ପାଇଯାଇଥିଲେ ରୋଜଗାର କରିବାର ନୂଆ ତରିକା। ବାର୍ ଗୁଡିକରେ ଡ୍ୟାନ୍ସ କରି ରାତି ପିଛା ସେ ୧୦ ହଜ଼ାର ଟଙ୍କାରୁ ଅଧିକ କମାଉଥିଲେ। ତେବେ, ତାଙ୍କର ଏହି କାମ ହିଁ ତାଙ୍କ ମୃତ୍ୟୁର କାରଣ ହୋଇଗଲା କି? ଦିନ ବଢ଼ିବା ସହିତ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। 

ମିଳିଥିବା ସୂଚନା ଅନୁଯାଇ ଶୁଭଲକ୍ଷ୍ମୀ ଅନ୍ୟ ଏକ ହୋଟେଲରେ ବାର୍ ଡ୍ୟାନ୍ସର ଭାବରେ କାମ କରୁଥିଲେ। କିନ୍ତୁ, ସେଠା ଅପେକ୍ଷା ଦୀପାଳି ହୋଟେଲରେ ତାଙ୍କର ଅଧିକ ରୋଜଗାର ହେଉଥିଲା। ଯେଉଁଥିପାଇଁ ମାତ୍ର କିଛି ଦିନ ହେବ ସେ ଏଠାରେ କାମ କରୁଥିଲେ। ତେବେ, କୁଆଡେ ପୂର୍ବ ହୋଟେଲ ମାଲିକ ଏହିସବୁକୁ ସହିପାରି ନଥିଲା ଏବଂ ଭିଡ଼ିଓ ଗୁଡିକୁ ଭାଇରାଲ କରିବାକୁ ଧମକ ଦେଇଥିବା ଶୁଣିବାକୁ ମିଳୁଛି।

  <a href=https://youtube.com/embed/TSHlpp-u66w?autoplay=1&mute=1><img src=https://img.youtube.com/vi/TSHlpp-u66w/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

କେବଳ ସେତିକି ନୁହେଁ ଶୁଭଲକ୍ଷ୍ମୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟରେ ସେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ନିଶା ସେବନ କରିଥିବା ମଧ୍ୟ ଜଣାପଡିଛି। କିଏ ତାଙ୍କୁ ନିଶା ଦେଇଛି ଅଥବା ସେ ନିଜେ ନେଇଛନ୍ତି। ଏହା ନିଶା ନା କେଉଁ ପ୍ରକାରର ବିଷ ତାହା ସ୍ପଷ୍ଟ ହୋଇପାରିନାହିଁ। ଏଥିନେଇ ସ୍ପଷ୍ଟ ହେବାପାଇଁ ଶୁଭଲକ୍ଷ୍ମୀଙ୍କ ଭିସେରା ନମୁନା ଏବଂ ପୋଷ୍ଟମର୍ଟମ ରିପୋର୍ଟକୁ ଷ୍ଟେଟ୍ ଫରେନସିକ୍ ଲାବକୁ ପଠାଯାଇଥିବା ଜଣାପଡିଛି। ତେବେ, ବର୍ତ୍ତମାନ ସୁଦ୍ଧା ବାର କର୍ମଚାରୀ, ପରିବାର ସଦସ୍ୟ ଏବଂ ବୟଫ୍ରେଣ୍ଡକୁ ମିଶାଇ ଲକ୍ଷ୍ମୀସାଗର ପୋଲିସ ୧୨ ଜଣଙ୍କୁ ଜେରା କରି ସାରିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ:- ସ୍ତ୍ରୀ ସହ ଦୁଇ ଝିଅଙ୍କୁ ନଦୀର ପ୍ରଖର ଜଳକୁ ପେଲିଦେଲା ବାପା, ହେଲେ ଜଣେ ଝିଅ ବଞ୍ଚାଇଦେଲା ଜୀବନ, ଜାଣନ୍ତୁ ପୁରା ଘଟଣା