ସ୍ତ୍ରୀ ସହ ଦୁଇ ଝିଅଙ୍କୁ ନଦୀର ପ୍ରଖର ଜଳକୁ ପେଲିଦେଲା ବାପା, ହେଲେ ଜଣେ ଝିଅ ବଞ୍ଚାଇଦେଲା ଜୀବନ, ଜାଣନ୍ତୁ ପୁରା ଘଟଣା

 
Jhia

କାହିଁକି ନଦୀର ଜଳ ଭିତରକୁ ସ୍ୱାମୀ, ସ୍ତ୍ରୀ ଆଉ ଦୁଇ ପିଲାଙ୍କୁ ଠେଲିଦେଲା ? ଗୋଦାବରୀ ନଦୀର ଗଭୀର ସ୍ରୋତ ଭିତରକୁ ପୁରା ପରିବାରକୁ ବାପା ଠେଲିଦେଲା। ଏହି ଗଭୀର ଜଳରେ ଭାସିଗଲେ ସ୍ତ୍ରୀ ସୁହାସୀ ଆଉ ତାଙ୍କ ବର୍ଷକର ଝିଅ ଜର୍ଷି କିନ୍ତୁ ନିଜର ବୁଦ୍ଧି ଖଟାଇ ବଡ ଝିଅ କୀର୍ତ୍ତନା ବଞ୍ଚିଗଲା।

ଏଭଳି ମର୍ମାହତ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଗୁନ୍ତୁର ଜିଲ୍ଲାରେ। 13 ବର୍ଷର ଝିଅ ସହ ମା ଆଉ ସାନ ଝିଅକୁ ସାବତ ବାପା ଗୋଦାବରୀ ନଦୀରେ ପେଲିଦେଇଥିବା ଜଣାପଡିଛି। କିନ୍ତୁ ଠିକ ସମୟରେ ପୋଲରେ ଲାଗିଥିବା ପାଇପକୁ ଧରି ବଡ ଝିଅ ଓହଳି ରହିଯାଇଥିଲା।

ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ପାଇପରେ ଓହଳି ଧର୍ଯ୍ୟର ସହ ରହିବା ପରେ ନିଜର ବୁଦ୍ଧି ଖଟାଇ ପୋଲିସର ଟୋଲ ଫ୍ରି ନମ୍ବରକୁ କଲ କରି ନିଜର ଜୀବନ ବଞ୍ଚାଇଥିଲା। ସୂଚନା ପାଇ ପୋଲିସ ଆସି ତେର ବର୍ଷର ଝିଅକୁ ଉଦ୍ଧାର କରିଥିଲା ଏବଂ ପୋଲିସ ଅଧିକାରୀ ଝିଅର ସାହସକୁ ବହୁତ ପ୍ରଶଂସା କରିଛନ୍ତି।

Jhia

                                                                          ସୂଚନାଯୋଗ୍ୟ, ଗୁନ୍ତୁର ଜିଲ୍ଲାର ସୁରେଶ ନାମକ ବ୍ୟକ୍ତି ନିଜର ସ୍ତ୍ରୀ ସୁହାସୀ, ବଡ ଝିଅ କୀର୍ତ୍ତନା ଏବଂ ବର୍ଷକର ସାନ ଝିଅ ଠାରୁ ଦୁରେଇ ଯିବା ପାଇଁ କାର ରେ ବୁଲିଯିବା ପାଇଁ କହିଥିଲା। ପୂର୍ବରୁ ଯୋଜନା କରିଥିବା ସାବତ ବାପା ଠିକ ଗୋଦାବରୀ ନଦୀ ବ୍ରିଜ ଉପରେ ଗାଡ଼ିରୁ ଓହ୍ଲାଇ ସମସ୍ତଙ୍କ ସହିତ ସେଲ୍ଫି ନବାପାଇଁ କହିଥିଲା ଆଉ ସେଲ୍ଫି ନେବା ସମୟରେ ତିନି ଜଣଙ୍କୁ ବ୍ରିଜ ଉପରୁ ତଳକୁ ଠେଲିଦେଇଥିଲା।

ପ୍ରଖର ଜଳ ସ୍ରୋତରେ ମା ଏବଂ ସାନ ଭଉଣୀ ଭାସି ନିଖୋଜ ହୋଇ ଯାଇଥିଲେ କିନ୍ତୁ ଭାଗ୍ୟ ବଶତଃ ବଡ଼ ଝିଅ ପୋଲ ରେ ଲାଗିଥିବା ପ୍ଲାଷ୍ଟିକ ପାଇପି ରେ ଓହଳି ରହିଯାଇଥିଲା ଏବଂ ନିଜ ପକେଟରେ ଥିବା ମୋବାଇଲ ଉପରେ ନଜର ପଡିଥିଲା ଆଉ ସାହସର ସହିତ ପୋଲିସର ଟୋଲ ଫ୍ରି ନମ୍ବର କୁ କଲ କରିଥିଲା। ପୋଲିସ ଅଧିକାରୀ ଟିମ ନିଖୋଜ ହୋଇଥିବା ମା ଏବଂ ଝିଅଙ୍କୁ ଖୋଜିବା ଜାରି ରଖିଛି ଆଉ ଗୋଟେ ଟିମ ଅଭିଯୁକ୍ତ ବାପାଙ୍କୁ ଖୋଜିବାରେ ଲାଗିଛି।