ଟଳିଲା ବଡ଼ ବିପଦ! ୪ ମିଟର ବଡ଼ ଗାତରେ ପଡିବାରୁ ବର୍ତ୍ତିଲା ରୋଭର, ନିଜେ ସବୁ ଜାଣିପାରୁଛି ରୋଭର ପ୍ରଜ୍ଞାନ୍ !

 

ସଫଳ ହୋଇଛି ଚନ୍ଦ୍ରଯାନ-୩, ଚନ୍ଦ୍ରପୃଷ୍ଠରେ ସଫଳ ଲ୍ୟାଣ୍ଡିଂ କରି ଇତିହାସ ରଚିଛି ଭାରତ। ତେବେ, ଲ୍ୟାଣ୍ଡିଂ କରିବାର ମାତ୍ର କିଛି ସମୟ ପରେ ରୋଭର ଏକ ବଡ଼ ଦୁର୍ଘଟଣାର ଶିକାର ହେବାଠାରୁ ବର୍ତ୍ତିଯାଇଛି। ଲ୍ୟାଣ୍ଡିଂ କରିଥିବା ସ୍ଥାନ ଠାରୁ ମାତ୍ର କିଛି ଦୂରରେ ଏକ ୪ ମିଟରର ଗାତ ରହିଥିଲା। ଯେଉଁଥିରେ ରୋଭର ପଡ଼ିଯିବାର ଭୟ ରହିଥିଲା, କିନ୍ତୁ ଠିକ୍ ସମୟରେ ରୋଭରକୁ ଅଟକାଇ ଏହାର ଗତିପଥ ବଦଳାଇ ଦିଆଯାଇଥିଲା।

ଏହି ରୋଭରଟିକୁ ପରବର୍ତ୍ତୀ ସମୟରେ ଏକ ନୂଆ ଗତିପଥର କମାଣ୍ଡ ଦିଆଯିବା ପରେ ଏହା ଆଗକୁ ଯାଇପାରିଥିଲା। ରୋଭରରେ ଖଞ୍ଜିତ କ୍ୟାମେରାରେ ତାର ଗତିପଥର ଚିତ୍ର କଏଦ ହୋଇଛି। ଏହା ଚନ୍ଦ୍ରପୃଷ୍ଠରେ କିପରି ଦାଗ ଛାଡି ଛାଡି ଯାଇଛି ତାହାର ଏକ ଚିତ୍ର ରୋଭରରେ ଖଂଜିତ କ୍ୟାମେରାରେ କଏଦ ହୋଇଛି। 

ଆହୁରି ପଢ଼ନ୍ତୁ:- ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର୍ ‘ପ୍ରଜ୍ଞାନ’ ନାମ ପଛର ରହସ୍ୟ ଜାଣନ୍ତି କି, କିଏ ଏହି ବିକ୍ରମ ଓ ପ୍ରଜ୍ଞାନ?