RRC SR Recruitment 2024: ବିନା ଲିଖିତ ପରୀକ୍ଷାରେ ମିଳିବ ରେଲୱେ ଚାକିରୀ! ପୂରଣ ହେବ ୨୮୬୦ ପଦବୀ

 

କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଚାକିରୀ ପୁଣି ରେଲୱେ ଚାକିରୀ, କିଏ ଅବା କରିବାକୁ ନ ଚାହିଁବ? ଯଦି ଆପଣ ମଧ୍ୟ ଏହି ଚାକିରୀ କରିବାକୁ ଚାହୁଁଛନ୍ତି ତେବେ ଏକ ସୁବର୍ଣ୍ଣ ସୁଯୋଗ ଆସି ପହଞ୍ଚି ଯାଇଛି। ଆଜ୍ଞା ହଁ, ଦକ୍ଷିଣ ରେଳ(RRC SR) ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ମାତ୍ର ଦଶମ ପାସ୍ କରିଥିଲେ ମଧ୍ୟ ଆପଣ ଏଥିପାଇଁ ଆବେଦନ କରିପାରିବେ।

ଏହି ନିଯୁକ୍ତି ମାଧ୍ୟମରେ ୨୮୬୦ ପଦବୀ ପୂରଣ କରାଯିବ। ଯୋଗ୍ୟ ବିବେଚିତ ଏବଂ ଚାକିରୀ ପାଇଲେ ଆପଣଙ୍କୁ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ନିଯୁକ୍ତି ମିଳବ। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ https://sr.indianrailways.gov.in/ କୁ ଯାଇ ଆବେଦନ କରିପାରିବେ। ୨୯ ଜାନୁଆରୀ ୨୦୨୪ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ବେଳେ ୨୮ ଫେବୃଆରୀ ୨୦୨୪ ଆବେଦନ କରିବାର ଶେଷ ତାରିଖ ରହିବ। 

Follow our WhatsApp and Telegram channel and get all the Latest news:-

WhatsApp Channel (Join Now) Join Now
Telegram Group (Join Now) Join Now

ଫ୍ରେଶର୍ ବର୍ଗ ପାଇଁ ୧୨୩ ପୋଷ୍ଟ୍, Ex ITI ବର୍ଗ ପାଇଁ ୨୭୩୭ ପୋଷ୍ଟ୍ ଏବଂ ମୋଟ୍ ୨୮୬୦ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଅଛି। ସାଧାରଣ / OBC / EWS ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରଖାଯାଇଥିବା ବେଳେ SC, ST, PWD, ମହିଳାମାନଙ୍କ ପାଇଁ ଏହା ଦେୟମୁକ୍ତ ଅଟେ। ଆବେଦନ ପାଇଁ ବୟସ ଗଣନା ୨୯ ଜାନୁଆରୀ ୨୦୨୪ ଆଧାରରେ ହେବ। ଏଥିପାଇଁ ସର୍ବନିମ୍ନ ବୟସ ସୀମା ୧୫ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୨୨ ବର୍ଷ ଅଟେ। ଅନ୍ୟପକ୍ଷରେ x-ITI ଓ MLT ପାଇଁ ଏହା ୨୪ ବର୍ଷ ରହିବ।

ଆବେଦନ କରିବା ପାଇଁ ଆପଣଙ୍କୁ ରେଳବାଇର ଅଫିସିଆଲ୍ ୱେବସାଇଟ୍ https://sr.indianrailways.gov.in/ କୁ ଯିବାକୁ ହେବ। ଏହା ପରେ Recruitment ବିଭାଗକୁ ଯାଇ ଆପଣଙ୍କୁ ସାଉଥ୍ ରେଲୱେ ଆପ୍ରେଣ୍ଟିସ୍ ନିଯୁକ୍ତି ୨୦୨୪ର ଅନ୍‌ଲାଇନ୍ ଲିଙ୍କ୍ ଉପରେ କ୍ଲିକ୍ କରିବାକୁ ହେବ। 

ଆବେଦନ ଫର୍ମରେ ପଚରାଯାଇଥିବା ସମସ୍ତ ସୂଚନା ସଠିକ୍ ଭାବରେ ପୂରଣ ପରେ ଆବଶ୍ୟକ ଆବେଦନ ଶୁଳ୍କ ଦେଇ Submit ଉପରେ କ୍ଲିକ୍ କରନ୍ତୁ। ଚୟନ ପ୍ରକ୍ରିୟା ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ। ଦଶମ / ଆଇଟିଆଇ ମାର୍କ ଆଧାରରେ ସର୍ଟ ଲିଷ୍ଟ ପ୍ରସ୍ତୁତ କରାଯିବ। ଏହାପରେ ଡକ୍ୟୁମେଣ୍ଟ୍ ଯାଞ୍ଚ ଏବଂ ଡାକ୍ତରୀ ପରୀକ୍ଷା କରାଯାଇ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ।

ଆହୁରି ପଢ଼ନ୍ତୁ:- ସାନିଆଙ୍କୁ କାହିଁକି ବିବାହ କରିଥିଲେ ଶୋଏବ? ସାହରୁଖଙ୍କ ଏପରି ଏକ ପ୍ରଶ୍ନର ଅଜବ ଉତ୍ତର ଦେଲେ ଶୋଏବ୍ ମଲ୍ଲିକ୍….