ସାନିଆଙ୍କୁ କାହିଁକି ବିବାହ କରିଥିଲେ ଶୋଏବ? ସାହରୁଖଙ୍କ ଏପରି ଏକ ପ୍ରଶ୍ନର ଅଜବ ଉତ୍ତର ଦେଲେ ଶୋଏବ୍ ମଲ୍ଲିକ୍….

 
Sohaib

ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଏବଂ କ୍ରିକେଟର୍ ଶୋଏବ ମଲିକଙ୍କ ସମ୍ପର୍କରେ ଯବନିକା ପଡିଛି। ଆଜ୍ଞା ହଁ, ଦିନେ ଏହି ଷ୍ଟାର ଯୋଡିକୁ ଉଭୟ ପାକିସ୍ତାନ ଏବଂ ଭାରତରେ ବେସ୍ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏବେ କିନ୍ତୁ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ସାନିଆ ନିଜ ପୁଅ ସହିତ ଭାରତ ଚାଲି ଆସିଛନ୍ତି।

Sania

ଅନ୍ୟପକ୍ଷରେ ସାନିଆଙ୍କ ସହିତ ଶୋଏବ ଦ୍ଵିତୀୟ ବିବାହ କରିଥିଲେ। ଏବେ ସେ ଅଭିନେତ୍ରୀ ସନା ଜାଭେଦଙ୍କ ସହିତ ତୃତୀୟ ବିବାହ କରିଛନ୍ତି। ନିଜେ ଶୋଏବ୍ ଏବଂ ସନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହର ଫୋଟୋ ପୋଷ୍ଟ କରିଛନ୍ତି। ଅବଶ୍ୟ ସାନିଆଙ୍କର ଏଥିନେଇ କୌଣସି ବୟାନ ଆସିନାହିଁ। ତଥାପି ତାଙ୍କର ପିତା ଏଥିନେଇ ମିଡିଆ ଆଗରେ ସୂଚନା ଦେଇଛନ୍ତି।

Follow our WhatsApp channel and get all the Latest news:-

WhatsApp Channel (Join Now) Join Now

ଅନ୍ୟପକ୍ଷରେ ଉଭୟଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ବିବାହ ପରେ ଏକ ପ୍ରୋଗ୍ରାମରେ ଉଭୟେ କିଙ୍ଗ ଖାନଙ୍କୁ ଦେଖା କରିଥିଲେ। ସାକ୍ଷାତକାରରେ ଶୋଏବଙ୍କୁ ଶାହରୁଖ ପ୍ରଶ୍ନ କରିଥିଲେ ଯେ, ତୁମେ ସାନିଆଙ୍କ ଭିତ‌ରେ ଏଭଳି କ’ଣ ଦେଖିଲ ଯେ ତାଙ୍କୁ ବିବାହ କଲ? ଏହାର ଉତ୍ତରରେ ଶୋଏବ କହିଥିଲେ, ଚିନ୍ତା କରିବାକୁ ବା ଭାବିବାକୁ ସମୟ ମିଳିଲା ନାହିଁ। ଏହା ପୂର୍ବରୁ ବିବାହ ହୋଇଗଲା।  

Sahrukh

ଏବେ ଏହି କଥା ସୋସିଆଲ ମିଡିଆରେ ପୁଣିଥରେ ଭାଇରାଲ ହେଉଛି। ପ୍ରଥମରୁ ହିଁ ଶୋଏବ୍ ସାନିଆଙ୍କୁ ଗୁରୁତ୍ୱ ଦେଉନଥିଲେ ବୋଲି ଚର୍ଚ୍ଚା ହେଲାଣି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶୋଏବଙ୍କ ସହିତ ବିବାହ ପୂର୍ବରୁ ସାନିଆଙ୍କର ମଧ୍ୟ ଶୋହରାବ୍ ନାମକ ଜଣେ ଯୁବକଙ୍କ ସହିତ ନିର୍ବନ୍ଧ ସରିଥିଲା। କିନ୍ତୁ, ଏହାର କିଛିଦିନ ପରେ ହିଁ ସାନିଆ ଶୋଏବଙ୍କୁ ବିବାହ କରିଥିଲେ।

Sana zaved

ଶୋଏବଙ୍କର ଗତ କିଛି ମାସ ହେବ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରହିଥିବା ସାନିଆ ଜାଣି ପାରିଥିଲେ। ଏଥିନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କର ଫାଟ ସୃଷ୍ଟି ହୋଇଥିଲା। ମିଡିଆ ରିପୋର୍ଟ ଅନୁଯାଇ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ସରି ଯାଇଛି। ଏବେ ଶୋଏବ୍ ସନା ଜାଭେଦଙ୍କୁ ବିବାହ କରି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।

ଆହୁରି ପଢ଼ନ୍ତୁ:- ଚାକିରିଆ ଗାର୍ଲଫ୍ରେଣ୍ଡକୁ ଓୟୋ ନେଇ ପ୍ରଥମେ ଭରପୁର୍ ଦେହର ମଜା ନେଲା ପ୍ରେମିକ, ଆଉ ତାପରେ ଗୁଳି ପୁରେଇ କଣ କଲା ଜାଣନ୍ତୁ