ଘର କିଣିଲେ ଫ୍ରି’ରେ ମିଳିବ ସ୍ତ୍ରୀ! ଏଭଳି ଅଫର ଦେଇ ଚର୍ଚ୍ଚାରେ ଏହି କମ୍ପାନୀ…

 

ଘର କିଣିଲେ ତା ସହିତ ଫ୍ରିରେ ମିଳିବ ସ୍ତ୍ରୀ! କଥାଟି ଶୁଣି ଚମକି ପଡିଲେ କି? ଆଜ୍ଞା ଏଭଳି ହିଁ ଏକ ଅଫର ଦେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ଏକ ଚାଇନିଜ୍ ରିୟଲ୍ ଇଷ୍ଟେଟ୍ ଏଜେନ୍ସି। ନୂଆ ଘର କିଣିଲେ ଭଲ ରିହାତି ଠାରୁ ଆରମ୍ଭ କରି ଫ୍ରି ରେଜିଷ୍ଟ୍ରସନ ପର୍ଯ୍ୟନ୍ତ ଅନେକ ଅଫର ଦିଆଯାଇଥାଏ। କିନ୍ତୁ, ଏଭଳି ଏକ ଅଜବ ଅଫର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now

ପ୍ରକୃତରେ ଚାଇନାର ଏକ ରିୟଲ୍ ଇଷ୍ଟେଟ୍ ଏଜେନ୍ସି ଦ୍ୱାରା ଏଭଳି ବିଜ୍ଞାପନ ଦିଆ ଯାଇଥିବା ଜଣାପଡିଛି। ଅବଶ୍ୟ ଏହା ଭାଇରାଲ ହେବାପରେ ଲୋକେ ଏହାକୁ ଖୁବ୍ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି। ପ୍ରକୃତରେ ଚାଇନାରେ ରିୟଲ୍ ଇଷ୍ଟେଟ୍ ବିଜନେସ୍ ଭଲ ଚାଲିନାହିଁ। ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ଏକ ବିଜ୍ଞାପନ ପ୍ରସାରଣ କରାଯାଇଛି।

ପ୍ରକୃତରେ ଚାଇନାର ବୃହତ୍ତମ ରିଏଲ୍ ଇଷ୍ଟେଟ୍ କମ୍ପାନୀ Evergrande ଦେବାଳିଆ ହୋଇଯାଇଛି। ଯାହାର ସିଧା ସିଧା ପ୍ରଭାବ ସେୟାର ବଜାର ଏବଂ ରିଏଲ୍ ଇଷ୍ଟେଟ୍ ଉପରେ ପଡିଛି। ଦେଶର ଛୋଟ ବଡ଼ ରିଏଲ୍ ଇଷ୍ଟେଟ୍ ଏଜେନ୍ସିଙ୍କ ପାଇଁ ଏଥିନେଇ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଅବସ୍ଥା ଏପରି ହୋଇଛି ଯେ ଚାଇନାର ୪ ଟି ବଡ ସହରରେ ଘର ମୂଲ୍ୟ ୧୧ ରୁ ୧୪ ପ୍ରତିଶତ ହ୍ରାସ ପାଇଛି।

ଏହାରି ମଧ୍ୟରେ ତିଆଞ୍ଜିନ ଭିତ୍ତିକ ଏକ କମ୍ପାନୀ ‘ନୂଆ ଘର କିଣ ଏବଂ ମାଗଣା ପତ୍ନୀ ପାଅ’ ବୋଲି ଏକ ବିଜ୍ଞାପନ ପ୍ରସାରଣ କରିଥିଲା। ଏହା ଭାଇରାଲ ହେବାପରେ ମାର୍କେଟ ନିୟାମକ କମ୍ପାନୀ ଉପରେ ୪୧୮୪ ଡଲାର ଜରିମାନା ଆଦାୟ କରିଛନ୍ତି, ଯାହାକି ଭାରତୀୟ ଟଙ୍କା ପାଖାପାଖି ୩.୫ ଲକ୍ଷ ଟଙ୍କା ଅଟେ। କେବଳ ସେତିକି ନୁହେଁ ବରଂ ଆଉ ଏକ କମ୍ପାନୀ ଘର କିଣିଲେ ସୁନା ଇଟା ଫ୍ରିରେ ଦିଆଯିବ ବୋଲି ଅଜବ ଅଫର ଦେଇଛି।

ଆହୁରି ପଢ଼ନ୍ତୁ:- ରେଳବାଇରେ ନିଯୁକ୍ତି ସୁଯୋଗ, ଏମିତି ଭାବରେ କରନ୍ତୁ ଅନଲାଇନ ଆବେଦନ