ରେଳବାଇରେ ନିଯୁକ୍ତି ସୁଯୋଗ, ଏମିତି ଭାବରେ କରନ୍ତୁ ଅନଲାଇନ ଆବେଦନ

 
Railway

ରେଳବାଇରେ ଚାକିରୀ କରିବାକୁ ଚାହୁଁଛନ୍ତି କି? ଆପଣଙ୍କ ପାଇଁ ଆସିଛି ବଡ଼ ସୁଯୋଗ। ଆଜ୍ଞା ହଁ, ରେଳବାଇ ନିଯୁକ୍ତି ବୋର୍ଡ (RRB) ନିଯୁକ୍ତି ପାଇଁ RRB 2024 ବାର୍ଷିକ କ୍ୟାଲେଣ୍ଡର ପ୍ରକାଶ କରିଛି। ALP, ଟେକ୍ନିସିଆନ୍, ଅଣ ଟେକ୍ନିସିଆନ୍, JE ଏବଂ ଅନ୍ୟାନ୍ୟ ପଦବୀ ପୂରଣ ପାଇଁ କ୍ୟାଲେଣ୍ଡରରେ ପ୍ରକାଶ ପାଇଛି।

Railways

ନିଯୁକ୍ତି ପାଇଁ ଇଚ୍ଛୁକ ରହିଥିଲେ ଆପଣ ତୁରନ୍ତ ରେଳବାଇ ନିଯୁକ୍ତି ବୋର୍ଡ (RRB) ର ଅଫିସିଆଲ୍ ୱେବସାଇଟ୍ rrbajmer.gov.in କୁ ପରିଦର୍ଶନ କରି ଏଥିନେଇ ଅଧିକ ସୂଚନା ପାଇପାରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରକାଶ ପାଇଥିବା କ୍ୟାଲେଣ୍ଡର ଅନୁଯାଇ ALP ପୋଷ୍ଟ୍‌ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାନୁୟାରୀ ଠାରୁ ଆରମ୍ଭ ହୋଇଛି ମାର୍ଚ୍ଚ ମଧ୍ୟରେ ସରିବ। 

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now
Telegram Group (Join Now) Join Now

ସେହିଭଳି ଭାବରେ ଟେକ୍ନିସିଆନ ନିଯୁକ୍ତି ଏପ୍ରିଲରୁ ଜୁନ ମଧ୍ୟରେ ଚାଲୁ ରହିବ। ସେହିଭଳି ଭାବରେ ଜୁଲାଇ ରୁ ସେପ୍ଟେମ୍ବର ମଧ୍ୟରେ ନନ୍-ଟେକ୍ନିସିଆନ ପପୁଲାର୍ କ୍ୟାଟେଗୋରୀ – ଗ୍ରାଜୁଏଟ୍ (ସ୍ତର ୪, ୫ ଏବଂ ୬), ନନ୍-ଟେକ୍ନିସିଆନ ପପୁଲାର୍ କ୍ୟାଟେଗୋରୀ – ଅଣ୍ଡର୍ ଗ୍ରାଜୁଏଟ୍ (ସ୍ତର ୨, ୩), ଜୁନିୟର ଇଞ୍ଜିନିୟର ଏବଂ ପାରାମେଡିକାଲ୍ ବର୍ଗ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିବ।

Recruitment

ସମାନ ଭାବରେ ଦେଖୁବାକୁ ଗଲେ ଜୁନରୁ ଅଗଷ୍ଟ ୨୦୨୪ ମଧ୍ୟରେ RRB ALP ପୋଷ୍ଟ CBT ପରୀକ୍ଷା ଅନୁଷ୍ଠିତ ହେବ। ନଭେମ୍ବର ମାସରେ CABT ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ। ଦକ୍ଷତା ପରୀକ୍ଷଣ ପରେ, ନଭେମ୍ବର / ଡିସେମ୍ବର ୨୦୨୪ରେ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯିବ।

Railways

ଚଳିତବର୍ଷ ଫେବୃଆରୀ ମାସରେ ୯୦୦୦ ପୋଷ୍ଟ ପାଇଁ RRBର ଟେକ୍ନିକାଲ୍ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଏପ୍ରିଲ୍ ୨୦୨୪ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଅଧିକ ସୂଚନା ପାଇଁ ଆପଣଙ୍କୁ RRBର ଅଫିସିଆଲ ୱେବସାଇଟକୁ ପରିଦର୍ଶନ କରିବା ପାଇଁ ହେବ।

ଆହୁରି ପଢ଼ନ୍ତୁ:- ଯୌତୁକରେ ମାଗିଥିଲା ନଗଦ ଟଙ୍କା, ୧୫୦ ବରଯାତ୍ରୀ କହି ଏକା ନକଲି ସୁନା ଆଣି ବାହା ହେବା ପାଇଁ ପହଞ୍ଚିଲା ବର, ଜାଣନ୍ତୁ ପୁରା ଘଟଣା