“କାର୍-ଖାନା” ନେହା ଭାଉଜଙ୍କୁ ନେଇ ଏମିତି କହିଲେ ମିଷ୍ଟର ଗଜପତି, ଟ୍ରୋଲ କରିବାକୁ ନେଇ ଖୋଲିଲେ ମୁହଁ

 

ବର୍ତ୍ତମାନ ସମୟରେ ରାଜଧାନୀରେ ଗୋଟିଏ ନାମକୁ ନେଇ ଖୁବ ଚର୍ଚ୍ଚା ହେଉଛି। ସେ ହେଉଛି “କାରଖାନା”, ଆଜ୍ଞା ହଁ, ଆମ୍ଭେ ସେହି “କାରଖାନା” ବିଷୟରେ କହୁଛୁ ଯେଉଁଠି ନେହା ନାମକ ଜଣେ ମହିଳା ମାତ୍ର ୫୦ ଟଙ୍କାରେ ଲୋକଙ୍କୁ ମିଲ୍ ଯୋଗାଇ ଦେଉଛନ୍ତି। ତାଙ୍କୁ ନେଇ ଏବେ ବହୁତ ଚର୍ଚ୍ଚା ହେଉଥିବା ବେଳେ କିଛି ବିବାଦ ମଧ୍ୟ ମୁଣ୍ଡ ଟେକିଛି।

ପ୍ରକୃତରେ ନେହା ଏକ କାର ଯୋଗେ ଆସି ଖାଦ୍ୟ ବିକ୍ରି କରିଥାନ୍ତି। କିନ୍ତୁ, ସେ ଯେଉଁଠାରେ ଖାଦ୍ୟ ଦେଉଥିଲେ ସେଠାରେ ବିଏମସି ପକ୍ଷରୁ ଲାଇସେନ୍ସ ମଗାଯିବା ପରେ ଏବେ ତାଙ୍କ ବେପାର ବନ୍ଦ ରହିଛି। କେବଳ ସେତିକି ନୁହେଁ ନେହା ନିଜ ଇଂଷ୍ଟାଗ୍ରାମ ଚ୍ୟାନେଲରେ ପୂର୍ବରୁ ହଟ ପୋଜ୍ ଦେଇ କିଛି ଭିଡ଼ିଓ ଏବଂ ଫୋଟୋ ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ତାଙ୍କୁ କିଛି ଲୋକ ଟ୍ରୋଲ କରୁଛନ୍ତି।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର।

Follow our WhatsApp channel and get all the Latest news:-

WhatsApp Channel (Join Now) Join Now

ଏହି ମାମଲାରେ କିନ୍ତୁ ନେହା ଭାଉଜଙ୍କ ସପକ୍ଷରେ ବାହାରି ଆସିଛନ୍ତି ମିଷ୍ଟର୍ ଗଜପତି। ମିଷ୍ଟର ଗଜପତିଙ୍କ କହିବା ଅନୁଯାଇ ଇଂଷ୍ଟାଗ୍ରାମରେ ନେହା ପୂର୍ବରୁ ଏପରି ଭିଡ଼ିଓ କରୁଥିବା ସେ ନିଜେ ସ୍ୱୀକାର କରି ସାରିଛନ୍ତି। କିନ୍ତୁ, ଏବେ ତ ସେ ଭଲ କାମ କରୁଛନ୍ତି ନିଜେ ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରୁଛନ୍ତି। ଅନ୍ୟ କିଛି ମହିଳାଙ୍କୁ ରୋଜଗାର ମଧ୍ୟ ଦେଇ ପାରୁଛନ୍ତି।

<a href=https://youtube.com/embed/jGqbvgdRkJg?autoplay=1&mute=1><img src=https://img.youtube.com/vi/jGqbvgdRkJg/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଏହା କେତେ ଭଲ କଥା। ଜଣଙ୍କ ଅତୀତ ପାଇଁ ତାଙ୍କୁ ବର୍ତ୍ତମାନ ସମୟରେ ଅପମାନିତ କରିବା ଉଚିତ ନୁହେଁ ବୋଲି କହିଛନ୍ତି ମିଷ୍ଟର ଗଜପତି। ନେହାଙ୍କୁ ନେଇ ଭିଡ଼ିଓ ପୋଷ୍ଟ କରିଥିବା “ବାମ୍ଫ“ ଚ୍ୟାନେଲକୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି। ଏହି ଚ୍ୟାନେଲ ଯାହା କରୁଛି ତାହା ଆଦୌ ଗ୍ରହଣୀୟ ନୁହେଁ, କିଛି କରିବା ପୂର୍ବରୁ ଆଗକୁ ପଛକୁ ଭାବିବା ଦରକାର ବୋଲି କହିଛନ୍ତି ମିଷ୍ଟର ଗଜପତି।

ଆହୁରି ପଢ଼ନ୍ତୁ:- ମିଠା ମିଠା କଥା କହି ପ୍ରେମିକା ଙ୍କୁ ଜଙ୍ଗଲ କୁ ଡାକିଲା ଯୁବକ, ପ୍ରଥମେ କଲା ଦୁଷ୍କର୍ମ ଏବଂ ତାପରେ...