ସତ ହେଉଛି ମାଳିକା ବଚନ! ଦେଖା ଦେଲାଣି ଘୋର କଳି ର ପ୍ରମାଣ, ଶେଷ ହେବାକୁ ଯାଉଛି କଳିଯୁଗ

 

କଳିଯୁଗ କେବେ ଶେଷ ହେବାକୁ ଯାଉଛି? ଶେଷ ହେବା ବେଳକୁ କଣ ହେବ ପରିସ୍ଥିତି? ଏହି ବିପତ୍ତି ଆସିଲେ ମଣିଷ ଏଥିରୁ କିଭଳି ଭାବରେ ନିସ୍ତାର ପାଇବ? ସମସ୍ତଙ୍କ ମନରେ ଏବେ ଏହି ଗୋଟିଏ ପ୍ରଶ୍ନ। ତେବେ, ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦ୍ଵାରା ଲେଖା ଯାଇଥିବା ମାଳିକା ବଚନ ପୁସ୍ତକରେ ଏହି ସବୁ ପ୍ରଶ୍ନର ଉତ୍ତର ରଖାଯାଇଅଛି। ମାଳିକା ବଚନ ଅନୁଯାଇ ଏପର୍ଯ୍ୟନ୍ତ ସୁଦ୍ଧା ପ୍ରାୟ ସମସ୍ତ ଭବିଷ୍ୟବାଣୀ ସତ ହେଉଛି। 

ମାଳିକା ବଚନ ଅନୁଯାଇ ଖୁବଶୀଘ୍ର କଳିଯୁଗର ଅନ୍ତ ହେବାକୁ ଯାଉଛି। ଏହି ସମୟରେ ସାରା ଦୁନିଆରେ ଅନାଚାର ଏବଂ ପାପ ବଢ଼ିବାରେ ଲାଗିବ। ପରିବାର ମଧ୍ୟରେ ପୁଅ ବାପକୁ ବାଡେଇବ। ଭୀଷଣ ଅତ୍ୟାଚାର ହେତୁ ଗୋମାତା ଲୋପ ପାଇଯିବେ। କେବଳ ଜର୍ସି ଗାଈ ରହିଯିବେ ଯାହାଫଳରେ କ୍ଷୀର, ଦହି ଏବଂ ଘିଅ ଆଦିରେ ଅପମିଶ୍ରଣ ହେବ ଏବଂ ଏହାର କୌଣସି ସ୍ୱାଦ ରହିବନାହିଁ।

   <a href=https://youtube.com/embed/vaaPfgaOck0?autoplay=1&mute=1><img src=https://img.youtube.com/vi/vaaPfgaOck0/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ମଣିଷ କାମନା ବାସନାରେ ବୁଡ଼ି ରହିବ ଯାହାକି ଭିନ୍ନ ଭିନ୍ନ ପ୍ରକାରର ରୋଗକୁ ଡାକି ଆଣିବ। ନାରୀମାନେ ନାରୀଙ୍କୁ ରମଣ କରିବେ, ପୁରୁଷମାନେ ପୁରୁଷଙ୍କ ସହିତ ସମ୍ପର୍କ ରଖିବେ। ଏହି ସବୁ କଥା ବର୍ତ୍ତମାନ ସମୟରେ ଆମ ସମାଜରେ ଦେଖାଗଲାଣି। ତେବେ, ମାଳିକା ଅନୁଯାଇ ଘୋର କଳିରୁ ମୁକ୍ତି ପାଇବା ପାଇଁ କେବଳ ମହାପ୍ରଭୁଙ୍କର ନାମ ହିଁ ଏକମାତ୍ର ସାହାରା। କଳିର ଏହି ପାପ ସାଗରରୁ କେବଳ ମହାପ୍ରଭୁ ହିଁ ରକ୍ଷା ପାଇବାର ରାସ୍ତା ଦେଖାଇବେ ବୋଲି ମାଳିକାରେ ଉଲ୍ଲେଖ କରାଯାଇଛି।

ଆହୁରି ପଢ଼ନ୍ତୁ:- ବିଜେଡିକୁ ବାମ୍ଫ ଦେଇ ରାଜ୍ୟପାଳ ହେବେ ସୌମ୍ୟ! ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ ହୋଇଛି ଡିଲ୍, ଜାଣନ୍ତୁ ପୁରା ଖବର