ସାମ୍ବାଦିକାଙ୍କ ସହ କଣ କରିଥିଲେ ଟୁଟୁ ନାୟକ? ସାମ୍ନାକୁ ଆସିଲା ସିସିଟିଭି ଭିଡ଼ିଓ, ଟୁଟୁ କହିଲେ,"ମୁଁ ଟିକିଏ ହାତ ମାରିଦେଲି ଏବଂ.."

 

ପ୍ରଯୋଜକ ଟୁଟୁ ନାୟକଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମହିଳା ସାମ୍ବାଦିକ। ସମସ୍ତଙ୍କ ସାମ୍ନାରେ ତାଙ୍କୁ ଅଭଦ୍ର ଭାଷାରେ ଗାଳି କରିବା ସହିତ ଚାପୁଡ଼ା ମାରିଥିବା ନେଇ ହୋଇଛି ଅଭିଯୋଗ। ତେବେ, ଏଥିନେଇ ସମ୍ପୃକ୍ତ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି ପୋଲିସ। ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଗତକାଲି ଜଣେ ମହିଳା ସାମ୍ବାଦିକ ଟୁଟୁ ନାୟକ ତାଙ୍କୁ ମାଡ଼ ମାରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏକ ଫିଲ୍ମର ପ୍ରିମିୟର ସୋ ଚାଲିଥିବା ବେଳେ ସାମ୍ବାଦିକା ସେଠାକୁ ଯାଇଥିବା ବେଳେ ଟୁଟୁ ତାଙ୍କୁ ମାଡ଼ ମାରିଥିବା ନେଇ ହୋଇଥିଲା ଅଭିଯୋଗ। ତେବେ, କେଉଁ କାରଣରୁ ଏବଂ କାହିଁକି ସେ ଏପରି କରିଲେ ତାହା ସ୍ପଷ୍ଟ ହୋଇପାରିନଥିଲା।

ଅନ୍ୟପକ୍ଷରେ ଏବେ ଏହି ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ସାମ୍ବାଦିକା ଜଣକ ହଲ୍ ଗେଟ ସାମ୍ନାରେ ଠିଆ ହୋଇଥିବା ବେଳେ ଟୁଟୁ ନାୟକ ପଛରୁ ଆସି ତାଙ୍କୁ କିଛି କହିବା ସହିତ ଗାଲକୁ ଥାପୁଡାଇଥିବା ଦେଖିବାକୁ ମିଳିଛି। ସେଠାରେ ଉପସ୍ଥିତ ଅନ୍ୟ କିଛି ଗଣମାଧ୍ୟମ ପ୍ରତିନିଧି ହସୁଥିବାର ମଧ୍ୟ ଦେଖିବାକୁ ମିଳିଛି।

ଏଥିନେଇ ପଚରା ଯିବାରୁ ନିଜର ମୁହଁ ଖୋଲିଛନ୍ତି ଟୁଟୁ। ତାଙ୍କ କହିବା ଅନୁଯାଇ ମାଡ଼ ମାରିବାର ତାଙ୍କର କୌଣସି ଉଦେଶ୍ୟ ନଥିଲା। ମିଡିଆ ଭାଇ ଭଉଣୀମାନେ ତାଙ୍କ ଘର ସଦସ୍ୟ ଭଳି। ତେଣୁ ମୁଁ କେବଳ ଗେଲରେ ଟଚ୍ କରି ଦେଇଛି। ମୁଁ କଣ ଗୁଣ୍ଡା ଯେ ତାଙ୍କୁ ମାଡ଼ ମାରିବି ବୋଲି ପ୍ରଶ୍ନ କରିଛନ୍ତି ଟୁଟୁ। 

<a href=https://youtube.com/embed/PyhblEJ268s?autoplay=1&mute=1><img src=https://img.youtube.com/vi/PyhblEJ268s/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ତେବେ, ଏହି ଘଟଣାରେ ପୋଲିସ ନିଜର ତଦନ୍ତ ଜାରି ରଖିଛି। ଜଣେ ମହିଳାଙ୍କୁ ଟୁଟୁ ସର୍ବସାଧାରଣରେ କିପରି ଟଚ୍ କରିଲେ ସେଥିନେଇ ପ୍ରଶ୍ନବାଚୀ ଉଠିଥିବା ବେଳେ ଟି.ଅର୍.ପି ପାଇଁ ସାମ୍ବାଦିକ ଜଣକ ଏପରି ନାଟକ ରଚିଥିବା କିଛି ମତ ରଖିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ କିଛିଦିନ ତଳେ ଟୁଟୁଙ୍କ ନାମରେ କିଛି ଓଲିଉଡ଼ ଅଭିନେତ୍ରୀ କାଷ୍ଟିଂ କାଉଚ୍ ଅଭିଯୋଗ ମଧ୍ୟ ଆଣିଥିଲେ।

ଆହୁରି ପଢ଼ନ୍ତୁ:- ସେମିଫାଇନାଲରେ ପୁଣି ଭାରତ ଓ ପାକିସ୍ଥାନ! ବାଂଲାଦେଶର ପରାଜୟ ସୃଷ୍ଟି କଲା ନୂଆ ସୁଯୋଗ, ଜାଣନ୍ତୁ କେମିତି