ସେମିଫାଇନାଲରେ ପୁଣି ଭାରତ ଓ ପାକିସ୍ଥାନ! ବାଂଲାଦେଶର ପରାଜୟ ସୃଷ୍ଟି କଲା ନୂଆ ସୁଯୋଗ, ଜାଣନ୍ତୁ କେମିତି

 
India Pakistan

ଏଥର ସେମିଫାଇନାଲରେ ମୁହାଁ ମୁହିଁ ହେବେ କି ଭାରତ ଓ ପାକିସ୍ତାନ । ଯଦି ଏପରି ହୁଏ ତେବେ ଖେଳ ପୂର୍ବ ଅପେକ୍ଷା ଅଧିକ ରୋମାଞ୍ଚକର ହେବ । ହେଲେ ଏହାର ସମ୍ଭାବନା ବହୁତ୍ କମ୍ ରହିଛି । ପାକିସ୍ତାନ ପୂର୍ବ ଭଳି ଏତେ ଭଲ ଖେଳୁ ନାହିଁ । ପ୍ରାୟ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ହାରି ଚାଲିଛି ପାକିସ୍ତାନ । 

ସି

ସ୍କୋର ପଏଣ୍ଟରେ ମଧ୍ୟ କିଛି ଭଲ ସ୍ଥାନରେ ନାହିଁ ପାକିସ୍ତାନ । ଯଦି ପାକିସ୍ତାନର ଏଭଳି ପରିସ୍ଥିତି ଲାଗି ରୁହେ ତେବେ ଦଳ ସେମିଫାଇନାଲ ଖେଳିବାର ପ୍ରଶ୍ନ ଉଠୁ ନାହିଁ । ବର୍ତ୍ତମାନ ଦଳ ୫ମ ସ୍ଥାନରେ ରହିଛି । ଯଦି କୌଣସି ପ୍ରକାରରେ ଦଳ ଚତୁର୍ଥ ସ୍ଥାନ ହାତେଇ ପାରେ ତେବେ ଦଳ ସେମି ଫାଇନାଲ ଖେଳି ପାରିବ । ହେଲେ ପାକିସ୍ତାନକୁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର ହେବାକୁ ପଡ଼ିବ।

ଦଳକୁ ଆଗକୁ ଆଉ ଦୁଇଟି ମ୍ୟାଚ୍ ଖେଳିବା ବାକି ରହିଛି । ଏହି ଦୁଇଟି ଯାକ ମ୍ୟାଚରେ ଯଦି ଦଳ ଜିତି ଯାଏ ତେବେ ଦଳ ଚତୁର୍ଥ ସ୍ଥାନକୁ ଆସି ପାରିବ ଓ ସେମି ଫାଇନାଲ ବି ଖେଳି ପାରିବ । ଭାରତୀୟ କ୍ରିକେଟ ଟିମ୍ ସେମି ଫାଇନାଲ ପାଇଁ ଆଗରୁ ହିଁ ନିଜ ସ୍ଥାନକୁ ସୁରକ୍ଷିତ କରି ସାରିଛି । ତେବେ ଯଦି ପାକିସ୍ତାନ କିଛି ମୀରାକଲ୍ କରିପାରେ ତେବେ ଦୁଇ ଦେଶର ଖେଳ ପୁଣି ଦେଖି ପାରିବ ବିଶ୍ଵ ।

ପାକିସ୍ତାନ ଏବେ ୭ଟି ମ୍ୟାଚରୁ ୩ଟି ବିଜୟ ସହ ମୋଟ ୬ ପଏଣ୍ଟ ହାସଲ କରିଛି । ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ୬ଟି ମ୍ୟାଚରୁ ୮ ପଏଣ୍ଟ ପାଇ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ଯଦି ଏହି ଦୁଇଟି ଟିମ ମଧ୍ୟରୁ ଗୋଟିଏ ଟିମ୍ ଖରାପ ପ୍ରଦର୍ଶନ କରେ ତେବେ ପାକିସ୍ତାନ ପାଇଁ ବଡ଼ ସୁଯୋଗ ସୃଷ୍ଟି ହେବ ।

India Pakistan

ଏପରି ସ୍ଥିତିରେ ପାକିସ୍ତାନକୁ ପରବର୍ତ୍ତୀ ମ୍ୟାଚଗୁଡ଼ିକ ଜିତିବାକୁ ପଡ଼ିବ । ଯଦି ଦୁଇଟି ଟିମର ପଏଣ୍ଟ ସମାନ ହେବ ତେବେ ସେଭଳି ସ୍ଥିତିରେ ନେଟ୍ ରନରେଟ୍ ନିର୍ଣ୍ଣାୟକ ସାଜିବ । ତେଣୁ ସେମିରେ ପ୍ରବେଶ କରିବା ପାକିସ୍ତାନ ପାଇଁ ଏତେ ସହଜ ହୋଇନପାରେ, ମାତ୍ର ଅସମ୍ଭବ ନୁହେଁ ।