ISRO ପକ୍ଷରୁ ଲଞ୍ଚ ହେବ 'Bikini' ମିଶନ, ଜାଣନ୍ତୁ କଣ ରହିଛି ଏହାର କାମ, ଇତିହାସ ରଚିବ ଭାରତ….

 

'ଚନ୍ଦ୍ରଯାନ-୨'ର ସଫଳତା ପରେ ଏବେ ପୁଣି ଥରେ ଇତିହାସ ରଚିବାକୁ ଯାଉଛି 'ଇସ୍ରୋ'। ଆସନ୍ତା ବର୍ଷ ଇସ୍ରୋ ମହାକାଶକୁ 'ବିକିନୀ' ସ୍ପେସକ୍ରାଫ୍ଟ ଲଞ୍ଚ କରିବାକୁ ଯାଉଅଛି। ଏହି ସ୍ପେସକ୍ରାଫ୍ଟ ମାତ୍ର ୪୦ କେଜି ଓଜନର ହୋଇଥିବା ବେଳେ ବଡ଼ ରିୟୁଜେବଲ ରିଏଣ୍ଟ୍ରି ମଡ୍ୟୁଲ ନିକ୍ସର ଏହା ଏକ ଛୋଟ ଭର୍ସନ୍ ଅଟେ। ଏଥିନେଇ ୟୁପରୋପିଆନ ଷ୍ଟାଟଅପ ଦି ଏକ୍ସପ୍ଲୋରେସନ କମ୍ପାନୀ ସହିତ ଇସ୍ରୋର ଚୁକ୍ତି ହୋଇଛି।

ଏହି ସ୍ପେସକ୍ରାଫ୍ଟକୁ ୧୨୦ରୁ ୧୪୦ କିମି ଉଚ୍ଚତାକୁ ନେଇଯିବା ପରେ ଏକ ଖାସ୍ ଉଦ୍ଦେଶ୍ୟ ନେଇ ମହାକାଶରେ ଛଡ଼ାଯିବ। ଏହି ମିଶନ ପାଇଁ ଭାରତର PSLV ରକେଟକୁ ବ୍ୟବହାର କରାଯିବ।

ପ୍ରକୃତରେ ଏକ୍ସପ୍ଲୋରେସନ କମ୍ପାନୀ ସ୍ପେସ ଡେଲିଭରି ସିଷ୍ଟମ୍ ଉପରେ ଲଗାତାର କାର୍ଯ୍ୟ ଜାରି ରଖିଛି। 'ବିକିନୀ' ସ୍ପେସକ୍ରାଫ୍ଟ ସଫଳ ହୋଇପାରିଲେ ଏହା ମହାକାଶରେ କମର୍ଶିଆଲ ଉଡ଼ାଣର ରାସ୍ତା ପରିଷ୍କାର କରିଦେବ।

ଏହି ମିଶନ ଜରିଆରେ ଯେଉଁ ସୂଚନା ଓ ତଥ୍ୟ ମିଳିବ, ତାହାକୁ ଉପଯୋଗ କରି ରି-ଏଣ୍ଟ୍ରି ଓ ରିକଭରୀ ଟେକ୍ନୋଲୋଜିକୁ ବିକଶିତ କରାଯିବ। ସହଜରେ କହିବାକୁ ଗଲେ ଏହି ପ୍ରୋଜେକ୍ଟ ସଫଳ ହୋଇପାରିଲେ ମହାକାଶ ପର୍ଯ୍ୟନ୍ତ ଯେକୌଣସି ଜିନିଷ ପଠାଇବା ସହଜ ହୋଇପାରିବ। କମର୍ସିଆଲ ସ୍ପେସ୍ ମିଶନ ଗୁଡିକ ଆହୁରି ଶସ୍ତା ଏବଂ ଉପଯୋଗୀ ସାବ୍ୟସ୍ତ ହୋଇପାରିବ।

ଆହୁରି ପଢ଼ନ୍ତୁ:- ବେଡରୁମ ଦୁଃଖ କହିଦେଲେ ଅନୁଭବ, ଛାଡ଼ପତ୍ର ଚାହୁଁନଥିବା ବର୍ଷା କାହିଁକି ଅନୁଭବଙ୍କୁ ଶାରୀରିକ ସମ୍ବନ୍ଧ ରଖିବାକୁ ଦେଉନଥିଲେ?