ବେଡରୁମ ଦୁଃଖ କହିଦେଲେ ଅନୁଭବ, ଛାଡ଼ପତ୍ର ଚାହୁଁନଥିବା ବର୍ଷା କାହିଁକି ଅନୁଭବଙ୍କୁ ଶାରୀରିକ ସମ୍ବନ୍ଧ ରଖିବାକୁ ଦେଉନଥିଲେ?

 
Anubhav Varsha

ବିବାଦ ବେଶୀ ବେଶୀ ବଢୁଛି ହେଲେ କମିବାର ନାଁ ନେଉନି। ବାହା ହୋଇଥିଲି ତାର ମୂଲ୍ୟ ସୁଝୁଛି। ଏପରି କହିଛନ୍ତି ଅନୁଭବ ମହାନ୍ତି।ଏପଟେ ବର୍ଷାଙ୍କର ବି ପ୍ରଥମେ ନିଜ ସ୍ୱାମୀଙ୍କ ପ୍ରତି ନିର୍ଯ୍ୟାତନାର ଅଭିଯୋଗ ଓ ପରେ ପୁଣି ଏକାଠି ରହିବାର ଆବେଦନ କିଛି ବୁଝା ପଡୁନି।

ସ୍ଡ

ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ କଟକର ଏକ ବିଶେଷ ଫ୍ୟାମିଲି କୋର୍ଟକୁ ଦିଆ ଯାଇଥିଲା ବର୍ଷା ଓ ଅନୁଭବଙ୍କ କେଶ୍।ଯେଉଁ କୋର୍ଟରେ ଅନୁଭବ ଛାଡ଼ପତ୍ରର ଆବେଦନ କରିଥିବା ବେଳେ ବର୍ଷା କିନ୍ତୁ ଏକାଠି ରହିବା ପାଇଁ କରିଥିଲେ ଆବେଦନ। ହେଲେ ଦୁଇଟି ଯାକ ଆବେଦନକୁ ଖାରଜ କରିଛି ନ୍ୟାୟାଳୟ। ଯାହାକୁ ନେଇ ଅଭିନେତ୍ରୀ ବର୍ଷା ଖୁବ୍ ଖୁସି ଥିବା ବେଳେ ଅଭିନେତା ଅନୁଭବ କିନ୍ତୁ ପ୍ରତିକ୍ରିୟା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୋସିଆଲ ମିଡ଼ିଆରେ।

Anubhav Mohanty tweet

ଅନୁଭବ ମହାନ୍ତି ଟୁଇଟ କରି ଲେଖିଛନ୍ତି ବର୍ଷାଙ୍କ ଏଭଳି ନିଚ୍ଚ ରାଜନୀତିର ମୁ ଶିକାର ହୋଇଗଲି। ବାହାଘର ପରଠାରୁ ଆମ ଦୁହିଁଙ୍କ ମଧ୍ୟରେ କୌଣସି ଶାରିରୀକ ସମ୍ପର୍କ ନ ଥିଲା।ଯେଉଁ କଥା ବର୍ଷା ବି ନିଜେ ସ୍ବୀକାର କରିଛନ୍ତି। ଏତେ ବଡ ବ୍ୟକ୍ତିଗତ କଥାର ଖୁଲାସା ପରେ ମତେ କାହିଁକି ନ୍ୟାୟ ମିଳିନାହିଁ। କାହିଁକି ସମସ୍ତେ ବର୍ଷାଙ୍କ ମିଛ ଡ୍ରାମାକୁ ବିଶ୍ୱାସ କରି ନେଉଛନ୍ତି।

ସୂଚନାଯୋଗ୍ୟ ୨୦୨୦ ମସିହାରୁ ଅନୁଭବ ଏବଂ ବର୍ଷାଙ୍କ ଭିତରେ ବିବାଦ ଲାଗି ରହିଥିଲା ଏବଂ ଏହି ମାମଲା ପରିବାର କୋର୍ଟରେ ବିଚାରାଧୀନ ଥିଲା। ହାଇକୋର୍ଟଙ୍କ ଆଦେଶ କ୍ରମେ ଏବେ ପରିବାର କୋର୍ଟ ତାଙ୍କ ଆବେଦନ ଶୁଣାଣି କରିଥିଲେ। ଏହାପରେ ଅନୁଭବଙ୍କ ଆବେଦନକୁ ଖାରଜ କରିଛନ୍ତି। ଏହାସହ ବର୍ଷାଙ୍କ ଆବେଦନକୁ ମଧ୍ୟ ଖାରଜ ରାଯାଇଛି। 'କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏବେ ଉଭୟ ଏକାଠି ରହିବାର ସମ୍ଭାବନା ରହୁନାହିଁ। ଆମେ କୋର୍ଟଙ୍କ ଏହି ଆଦେଶକୁ ପୁଙ୍ଖାନୁପୁଙ୍ଖ ପଢ଼ିଲାପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି କହିଥିଲେ ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର।