ଇସ୍ରାଏଲରେ ହମାସ୍ ଆତଙ୍କବାଦୀ ଖେଳୁଛନ୍ତି ରକ୍ତର ହୋଲି, ଗର୍ଭବତୀଙ୍କ ପେଟକୁ ଚିରି ପିଲା କୁ ବାହାର କରି କଲେ ଏପରି ନୃଶଂସ କାମ

 

ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଯୁଦ୍ଧ ଓ ସଂଘର୍ଷର ଭୟଙ୍କର ଚିତ୍ର ସାରା ଦୁନିଆକୁ ଏକପ୍ରକାର ସ୍ତବ୍ଧ କରି ଦେଇଛି। ଏହାରି ମଧ୍ୟରେ ହମସ୍ ଆତଙ୍କବାଦୀ ସଂଘଠନ ପକ୍ଷରୁ କରାଯାଉଥିବା ଆକ୍ରମଣକୁ ବିଭିନ୍ନ ମହଲରୁ ନିନ୍ଦା ମଧ୍ୟ କରାଯାଉଅଛି। ତେବେ, ପ୍ରତିଶୋଧ ଏବଂ ହିଂସାର ନିଆଁରେ ମଣିଷ କେତେ ମାତ୍ରାରେ ଅନ୍ଧ ହୋଇଯାଇଛି ତାହାର ସ୍ପଷ୍ଟ ଚିତ୍ର ଇସ୍ରାଇଲରେ ଦେଖିବାକୁ ମିଳିଛି।

ଏଭଳି ଏକ ବର୍ବରତାର କାହାଣୀକୁ ବଖାଣିଛନ୍ତି ସ୍ୱେଚ୍ଛାସେବୀ ୟଶି ଲାନ୍ଦୁ। ସେ ଏଭଳି ଏକ ସଂଗଠନ ସହିତ ଜଡ଼ିତ, ଯାହା ଅସ୍ୱାଭାବିକ ମୃତ୍ୟୁ ଭୋଗୁଥିବା ଲୋକଙ୍କ ମୃତଦେହ ଉଦ୍ଧାର କରିଥାନ୍ତି। ହମସ୍ ଯେବେ ଇସ୍ରାଇଲ ଉପରେ ଆକ୍ରମଣ କରିଥିଲା।

ସେତେବେଳେ ୟସି ନିଜ ସଂଘଠନ ସହିତ ଦୁର୍ଘଟଣାଗ୍ରସ୍ତ ଏକ କୋଠା ମଧ୍ୟକୁ ଯାଇଥିଲେ। ଉକ୍ତ ଘର ମଧ୍ୟରେ ସେ ଯାହା ଦେଖିବାକୁ ପାଇଥିଲେ ତାହାକୁ ଅମାନବିକତାର ଶେଷ ସୀମା ଭାବରେ ବର୍ଣ୍ଣନା କରିବା ଉଚିତ ହେବ ନିଶ୍ଚିତ।

ଉକ୍ତ ଘର ଭିତରେ ଅନେକଙ୍କର ମୃତଦେହ ମିଳିଥିବା ବେଳେ ଜଣେ ଗର୍ଭବତୀଙ୍କର ମଧ୍ୟ ଦେହ ମିଳିଥିଲା। ହମାସ୍ ଆତଙ୍କବାଦୀମାନେ ମହିଳାଙ୍କୁ ହତ୍ୟା କରିବା ସହିତ ତାଙ୍କ ପେଟ ଚିରି ଗର୍ଭରେ ଥିବା ଶିଶୁକୁ ବାହାର କରିଥିଲେ। କେବଳ ସେତିକି ନୁହେଁ ଉକ୍ତ ଶିଶୁଟିକୁ ମଧ୍ୟ ଛୁରାମାଡ଼ କରି ହତ୍ୟା କରାଯାଇଥିଲା। କେବଳ ସେତିକି ନୁହେଁ ଏଠାରେ ମହିଳା ଏବଂ ଛୋଟ ଛୋଟ ପିଲାଙ୍କର ହାତ ବାନ୍ଧି ଗୁଳି କରାଯାଇଥିବାର ଅନେକ ଦୃଷ୍ଟାନ୍ତ ସାମ୍ନାକୁ ଆସିଛି। 

ଆହୁରି ପଢ଼ନ୍ତୁ:- ଶୁଣନ୍ତୁ ଅଡିଓ: “ସାବୁନ ମାରି ସଫା କରି ଆସିବୁ ଅନ୍ଧାରରେ ମତେ ଖୁସି କରିବୁ” ପଦାରେ ପଡ଼ିଲା ପୋଲିସ୍ ଅଧିକାରୀଙ୍କ ରାସଲୀଳା