ଦେଖନ୍ତୁ ଭିଡ଼ିଓ: ଆଖି ଆଗରେ ଜଳୁଥିଲା ଶବ, ଫୋନ କରି ଝିଅ କହିଲା,'ବାପା ମୁଁ ବଞ୍ଚିଛି, ଆଉ ତାପରେ….

 

ଆଖି ଆଗରେ ଜଳି ଯାଉଥିଲା ଝିଅର ଶବ। କିନ୍ତୁ, ହଠାତ ଝିଅ ଜୀବିତ ଅଛି ବୋଲି ମିଳିଲା ଖବର। ଆପଣମାନେ ଭାବୁଥିବେ ଏହା କେମିତି ସମ୍ଭବ? ମୃତ୍ୟୁ ପରେ ଜଣେ କିପରି ପୁଣିଥରେ ବଞ୍ଚିପାରିବ? କିନ୍ତୁ, ବିହାରର ପାଟନା ଅଞ୍ଚଳରେ ଘଟିଛି ଏଭଳି ଏକ ଘଟଣା ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାଇ ସେଠାରେ ଗତ କିଛି ଦିନ ହେବ ଜଣେ ଯୁବତୀ ନିଖୋଜ ରହିଥିଲେ। ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ପରିବାର ଲୋକଙ୍କ ତରଫରୁ ଏଥିନେଇ ଥାନାରେ ଏତଲା ଦିଆଯାଇଥିଲା। ତେବେ, ଦିନେ ପୋଲିସକୁ ଏକ ଅଜଣା ମୃତଦେହ ମିଳିବା ପରେ ଚିହ୍ନଟ ପାଇଁ ପରିବାର ଲୋକଙ୍କୁ ଡକା ଯାଇଥିଲା। 

<a href=https://youtube.com/embed/PPjYS_4Sb7E?autoplay=1&mute=1><img src=https://img.youtube.com/vi/PPjYS_4Sb7E/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ପରିବାର ଲୋକେ ଝିଅର ଶବ ବୋଲି ଚିହ୍ନଟ କରି ଶବ ସତ୍କାର ମଧ୍ୟ କରିଥିଲେ। କିନ୍ତୁ, ହଠାତ ଯୁବତୀ ଜଣକ ନିଜ ବାପାଙ୍କ ଫୋନକୁ କଲ୍ କରି ସେ ବଞ୍ଚିଥିବା ଏବଂ ଭଲରେ ଥିବା କହିଥିଲା। ଏପରିକି ନିଜ ଇଚ୍ଛାରେ ଘର ଛାଡ଼ି ପ୍ରେମିକକୁ ବିବାହ କରିଥିବା ମଧ୍ୟ ସ୍ୱୀକାର କରିଥିଲା। ଗୋଟିଏ ପଟେ ଝିଅ ବଞ୍ଚିଥିବା ଜାଣି ସମସ୍ତେ ଖୁସି ଥିବାବେଳେ ସତ୍କାର ହୋଇଥିବା ଶବଟି କାହାର ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ:- “ମୁଁ ମୋ ବାପାଙ୍କୁ ବାହାହୋଇ ବହୁତ ଖୁସି” ବାପାକୁ ବାହା ହେଇ ଚତୁର୍ଥ ପତ୍ନୀ ହେଲେ ଯୁବତୀ, ପୁରା ଘଟଣା ଜାଣି ହେବେ ତାଜୁବ୍