ଦେଖନ୍ତୁ ଭିଡିଓ: ମୋବାଇଲ୍ ପାଇଁ ବାପା-ମା ଗାଳି କରିବାରୁ ଜଳପ୍ରପାତ ଉପରକୁ ଚଢି ପାଣିକୁ ଡେଇଁ ପଡ଼ିଲା ଝିଅ

 

ଆଜିକାଲିର ଯୁବପିଢ଼ିଙ୍କୁ ଘାରିଛି ମୋବାଇଲ ନିଶା। ଆଜ୍ଞା ହଁ, ମୋବାଇଲ ଦେଖିବା ନିଶା ଏପରି ଭାବରେ ଘାରୁଛି ଯେ ପିଲାମାନେ ନିଜର ହିତାହିତ ଜ୍ଞାନ ଭୁଲି ଭୁଲ ପଦକ୍ଷେପ ମଧ୍ୟ ଉଠାଉଛନ୍ତି। ଏଭଳି ହିଁ ଏକ ଘଟଣା ଛତିଶଗଡ଼ ଚିତ୍ରକୋଟ ଜଳପ୍ରପାତ ଠାରେ ଦେଖିବାକୁ ମିଳିଛି। ମୋବାଇଲ ଚଲାଇବାକୁ ନେଇ ଘରେ ଗାଳି ଦେବାରୁ ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। 

ମିଳିଥିବା ସୂଚନା ଅନୁଯାଇ ୨୧ ବର୍ଷିୟ ଯୁବତୀ ସରସ୍ୱତୀ ମୌର୍ଯ୍ୟ ଅଧିକାଂଶ ସମୟ ମୋବାଇଲରେ ବିତାଉଥିଲେ। ଏପରିକି ଘରେ ରହୁଥିବା ସମୟରେ ମଧ୍ୟ ସେ ପରିବାରକୁ ସମୟ ଦେବା ବଦଳରେ ମୋବାଇଲ ଦେଖିବାରେ ବିତାଉଥିଲେ। ଏଥିପାଇଁ ଘର ଲୋକେ ତାଙ୍କୁ ଗାଳି ମଧ୍ୟ ଦେଉଥିବା ଜଣାପଡିଛି। ତେବେ, ଘଟଣାଦିନ ମଧ୍ୟ ସେହିପରି କିଛି ହୋଇଥିଲା। ମୋବାଇଲ ନିଶା ପାଇଁ ଘରୁ ଗାଳି ଖାଇ ସରସ୍ୱତୀ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। 

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡ଼ିଓ: ରଙ୍ଗ୍ ନମ୍ବରରୁ ହୋଇଥିଲା ପ୍ରେମ ! କିନ୍ତୁ, ଟଙ୍କା ପାଇଁ ଭିଡ଼ିଓ କଲରେ ପ୍ରେମିକା ବିକି ଦଉଚି ଇଜ୍ଜତ, ଛଟପଟ ହେଉଛନ୍ତି ଯୁବକ