ସାବଧାନ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ପ୍ରଭୁ ରାମଙ୍କ ଫୋଟୋ ସହିତ ଫେକ୍ ନୋଟ୍, ଏବଂ…..

 

ଆସନ୍ତା ଜାନୁଆରୀ ୨୨ ତାରିଖ ରେ ଅଜୋଧ୍ୟାରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଅଛି। ଏଥିନେଇ ସାରା ଦେଶ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥିବା ବେଳେ ଅଯୋଧ୍ୟାକୁ ଭବ୍ୟ ଭାବରେ ସଜାଇ ଦିଆଯାଇଛି। ଦୀର୍ଘ ୫୦୦ ବର୍ଷ ପରେ କେବଳ ମନ୍ଦିର ନୁହେ ନିଜ ଜନ୍ମ ସ୍ଥଳୀକୁ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଫେରିବାକୁ ଯାଉଛନ୍ତି। 

Follow our WhatsApp channel and get all the Latest news.

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର:-

WhatsApp Channel (Join Now) Join Now

ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏଥିନେଇ ଟିକ୍ ନିକ୍ ଖବର ପ୍ରକାଶ ପାଉଛି। ମନ୍ଦିର ନିର୍ମାଣ ଠାରୁ ଆରମ୍ଭ କରି ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି। କିନ୍ତୁ, ଏବେ ଏକ ଭୁଲ ଖବର ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଲାଣି। ଏହା ପୂର୍ବରୁ ରାମ ମନ୍ଦିର ପ୍ରତିଷ୍ଠା ଓ ଅଜୋଧ୍ୟାକୁ ନେଇ ବହୁତ ଖବର ସୋସିଆଲ ମିଡିଆ ରେ ଭାଇରାଲ ହେଉଥିଲେ ହେଁ ଏବେ ଏକ ମିଛ ଖବର ଭାଇରାଲ ହୋଇଛି। 

ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଉପଲକ୍ଷେ ସରକାର ଏକ ନୂଆ ୫୦୦ ଟଙ୍କିଆ ନୋଟ ବଜ଼ାରକୁ ଆଣିଥିବା ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ଏହି ୫୦୦ ଟଙ୍କିଆ ନୋଟରେ ଏବେ ଲାଲ କିଲ୍ଲାର ଚିତ୍ର ବଦଳରେ ରାମ ମନ୍ଦିର ଚିତ୍ର ଛପା ଯାଇଛି। କେବଳ ସେତିକି ନୁହେଁ ବରଂ ମହାତ୍ମା ଗାନ୍ଧୀଙ୍କ ସ୍ଥାନରେ ପ୍ରଭୁ ରାମଙ୍କ ଫୋଟୋ ଲଗା ଯାଇଛି। ଅନେକେ ଏହି ନୋଟଟିକୁ ସତ ବୋଲି ଭାବୁଛନ୍ତି।

ଏହି ଫଟୋଟିକୁ ଲୋକେ ସୋସିଆଲ ମିଡିଆରେ ଶେୟାର କରୁଥିବା ଦେଖିବାକୁ ମିଳିଛି। ତେବେ ଭାଇରାଲ ହେଉଥିବା ଏହି ପୋଷ୍ଟର କୌଣସି ସତ୍ୟତା ନାହିଁ। ଏହି ସବୁ ଖବର ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ରିଜର୍ଭ ବ୍ଯାଙ୍କ ଓ ତାଙ୍କ ୱେବସାଇଟରେ ଏହିଭଳି ନୋଟର କିଛି ସୂଚନା ରହି ନାହିଁ। ଏହି ଭଳି କିଛି ହେବା ପୂର୍ବରୁ ସରକାରଙ୍କ ପକ୍ଷରୁ ନିଶ୍ଚିତ ଭାବରେ ସୂଚନା ଦିଆଯାଇଥାନ୍ତା ଯାହାକି ଏପର୍ଯ୍ୟନ୍ତ ସୁଦ୍ଧା ମିଳିନାହିଁ।

ଆହୁରି ପଢ଼ନ୍ତୁ:- ଚାହୁଁନଥିଲେ ବି ପ୍ରେମିକ ସହ ଓୟୋରେ ଶାରୀରିକ ସମ୍ବନ୍ଧ ରଖୁଥିଲେ ଯୁବତୀ, ହଠାତ୍ ହେଲା ଏମିତି ଚାଲିଗଲା ଜୀବନ