ଚାହୁଁନଥିଲେ ବି ପ୍ରେମିକ ସହ ଓୟୋରେ ଶାରୀରିକ ସମ୍ବନ୍ଧ ରଖୁଥିଲେ ଯୁବତୀ, ହଠାତ୍ ହେଲା ଏମିତି ଚାଲିଗଲା ଜୀବନ

 
Oyo re jubati mruta
ଓୟୋ ଯିବା ଯୁବତୀଙ୍କ ପାଇଁ ବନିଲା କାଳ ! ସିଧା ଘରକୁ ଗଲା ଯୁବତୀଙ୍କ ମୃତ୍ୟୁ ଖବର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗୋଲାନ୍ତରା ଥାନା ଅନ୍ତର୍ଗତ ହଳଦିଆ ପଦର ଅଟୋ ନଗର ସ୍ଥିତ ନିର୍ମାଲ୍ୟ ପ୍ଲାଜା ଓୟୋ ହୋଟେଲ୍ ରୁ ।

R

ସୂଚନା ଅନୁସାରେ ଯୁବକ ଜଣଙ୍କ ହେଉଛନ୍ତି ରାୟଗଡ଼ା ବାସିନ୍ଦା । ସେ ଗୋଟିଏ କମ୍ପାନୀରେ ସେଲ୍ସ ମ୍ୟାନେଜର ଭାବେ କାମ କରନ୍ତି । ଏବଂ ମୃତ ଯୁବତୀ ଜଣକ ହେଉଛନ୍ତି ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଂଚଳର । ଯୁବତୀ ଜଣକ ଜଣେ ଅଙ୍ଗନବାଡ଼ି କର୍ମୀ ଅଟନ୍ତି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଦୁହେଁ ସୋସିଆଲ ମିଡ଼ିଆରେ ଭେଟ ହୋଇଥିଲେ । ପରେ ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ଗତ କାଲି ଯୁବକ ଜଣକ ଯୁବତୀଙ୍କୁ ପୁରୀରୁ ଆଣି ବ୍ରହ୍ମପୁର ଆସିଥିଲେ । ସେଠାରେ ଦୁହେଁ ଏକ ଓୟୋ ହୋଟେଲ୍ ରେ ରହିଥିଲେ । ହୋଟେଲ୍ ରେ ରହିଥିବା ବେଳେ ଯୁବତୀ ଜଣକଙ୍କର ହଠାତ୍ ଶରୀର ଅସୁସ୍ଥ ହୋଇ ପଡ଼ିଥିଲା ।

Oyo

ଶରୀର ଅଧିକ ଅସୁସ୍ଥ ହେବାରୁ ଯୁବକ ଜଣକ ତାଙ୍କୁ ଆମ୍ବୁଲାନ୍ସ ଡକାଇ ହସ୍ପିଟାଲ୍ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଏହି ଖବର ତାଙ୍କ ଘର ଲୋକଙ୍କୁ ଦିଆ ଯାଇଥିଲା । ସେମାନେ ଘଟଣା ସ୍ଥଳରେ ପହଞ୍ଚିବା ପରେ ଥାନାରେ ଏ ନେଇ ନିଜ ଝିଅକୁ ଧର୍ଷଣ କରି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ।