କଂଗ୍ରେସ ନେତ୍ରୀଙ୍କ ବିବାଦୀୟ ବୟାନ, ପାକିସ୍ତାନ ବିଶ୍ୱକପ ଜିତିବ ବୋଲି କରିଲେ ଭବିଷ୍ୟବାଣୀ, କଲେ ଭାରତ କୁ ବିରୋଧ

 

ଭାରତରେ ଚାଲୁରହିଛି କ୍ରିକେଟ ବିଶ୍ୱକପ ୨୦୨୩। ଏପର୍ଯ୍ୟନ୍ତ ସୁଦ୍ଧା ଭାରତୀୟ ଦଳ ୫ଟି ମ୍ୟାଚ ଖେଳିଥିବା ବେଳେ ସେଥିମଧ୍ୟରୁ ସମସ୍ତ ମ୍ୟାଚ ଜିତି ଅଙ୍କ ତାଲିକାରେ ଶୀର୍ଷରେ ରହିଅଛି। ଟିମ୍ ଇଣ୍ଡିଆର ଏଭଳି ପ୍ରଦର୍ଶନରେ ଭାରତୀୟ ଫ୍ୟାନ୍ସ ବେସ୍ ଖୁସି ନଜ଼ର ଆସୁଛନ୍ତି। ତେବେ, ଭାରତ ବିଶ୍ୱକପ ଜିତୁ ବୋଲି ସମସ୍ତେ ଚାହୁଁଥିଲେ ହେଁ ଏପରି ମଧ୍ୟ କିଛି ଲୋକେ ଅଛନ୍ତି ଯେଉଁମାନେ ଏଠାରେ ରହି ପାକିସ୍ତାନକୁ ସପୋର୍ଟ କରିବାକୁ ପଛାଉନାହାନ୍ତି।

ଗତ ଅକ୍ଟୋବର ୧୪ ତାରିଖରେ ଅହମଦାବାଦ୍ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା। ସେଠାରେ ଭାରତୀୟ ପ୍ରଶଂସକ ଲକ୍ଷାଧିକ ମାତ୍ରାରେ ଉପସ୍ଥିତ ରହିଥିଲେ ଏବଂ ଦଳକୁ ସପୋର୍ଟ କରିଥିଲେ।

ତେବେ, ଏହାକୁ ବୋଧେ କଂଗ୍ରେସ ଦଳର ନେତ୍ରୀ ଦିବ୍ୟା ମାରୁନ୍ଥାୟା ସହଜରେ ଗ୍ରହଣ କରିପାରିନାହାଁନ୍ତି। କାରଣ ସେ ବ୍ୟକ୍ତିଗତ ଭାବରେ ପାକିସ୍ତାନ ଏହି ବିଶ୍ୱକପ ଜିତୁ ବୋଲି ଚାହୁଁଥିବା ସୋସିଆଲ ମିଡିଆ ମାଧ୍ୟମରେ କହିଛନ୍ତି।

ପ୍ରକୃତରେ ସେହିଦିନ ଷ୍ଟାଡିୟମରେ ଭାରତୀୟ ପ୍ରଶଂସକମାନେ 'ଜୟ ଶ୍ରୀ ରାମ' ନାରା ଲଗାଉଥିବା ଦେଖିବାକୁ ମିଳିଥିଲା। ଏହା ଲୋକଙ୍କୁ ପସନ୍ଦ ଆସୁଥିବା ବେଳେ କିଛି ଚରମପନ୍ଥୀ ଏହାକୁ ଗ୍ରହଣ କରିପାରିନଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ଜରିଆରେ ଦିବ୍ୟା କହିଛନ୍ତି ଯେ,'ଏହାକୁ ମନେ ରଖିବ। ଆଜି ଏହି ଦେଶ ଧାର୍ମିକ ଚରମପନ୍ଥୀଙ୍କ ଠାରୁ ହାରି ଯାଇଛି। ପାକିସ୍ତାନ ଚଳିତବର୍ଷ ନିଶ୍ଚିତ ବିଶ୍ୱକପ ଜିତିବ ବୋଲି ମୁଁ ଚାହେଁ। 'ଜୟ ଶ୍ରୀରାମ'। 

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: ଉଦୟଗିରିରେ ପୁଅଝିଅ କରୁଥିଲେ ଏମିତି ପର୍ଯ୍ୟଟକଙ୍କୁ ଦେଖି ଦଉଡିଲେ, ପର୍ଯ୍ୟଟନସ୍ଥଳୀରେ ଚାଲୁଛି ଏଇ ସବୁ