ଦେଖନ୍ତୁ ଭିଡିଓ: ଉଦୟଗିରିରେ ପୁଅଝିଅ କରୁଥିଲେ ଏମିତି ପର୍ଯ୍ୟଟକଙ୍କୁ ଦେଖି ଦଉଡିଲେ, ପର୍ଯ୍ୟଟନସ୍ଥଳୀରେ ଚାଲୁଛି ଏଇ ସବୁ

 
Udayagiri

ଉଦୟଗିରି ରେ ଚାଲିଛି ଖୁଲମ୍ ଖୁଲା ରାସଲୀଳା। ଉଦୟଗିରିର ଅନେକ ମହତ୍ତ୍ଵ ରହିଥିବା ବେଳେ ନା ସରକାର ଏହାକୁ ନେଇ ରକ୍ଷଣଶିଳ ନା ଯୁବ ସମାଜ। ଯୁବ ପିଢିଙ୍କ ପାଇଁ ସେ ଯେପରି ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ ତ ହୋଟେଲ୍ ରୁମ୍। ବିନା ଭୟ ବିନା ଲଜ୍ଜାରେ କରୁଛନ୍ତି ଖୋଲା ପ୍ରେମ।

ଦୁଇ

ପ୍ରେମ କି ରୋମାନ୍ସ କରିବା ବ୍ୟକ୍ତିଗତ କଥା। ଏଥିରେ ଅନ୍ୟ କାହାର ହସ୍ତକ୍ଷେପ ହୁଏ ତ ବେଆଇନ୍ ଅଟେ। ହେଲେ ସବୁ କାର୍ଯ୍ୟର ଏକ ସ୍ଥାନ କାଳ ପାତ୍ର ରହିଛି। ଯଦି ଏହାକୁ ଆମେ ଭୁଲି ଯାଉ ତେବେ ନିଜର ସମ୍ମାନ ହରାଇବା ସହ ନିଜ ପରିବାରର ବି ସମ୍ମାନ ହରାଇ ବସୁ। ଉଦୟଗିରି, ଧଉଳିଗିରି, ଖଣ୍ଡଗିରି ଇତ୍ୟାଦି ସ୍ଥାନ ଗୁଡିକର ଇତିହାସ ଅତି ପ୍ରାଚୀନ। ଏପରି ସ୍ଥାନ ଗୁଡ଼ିକ ହିଁ ଓଡ଼ିଶାର ଇତିହାସକୁ ଅଧିକ ଆକର୍ଷଣ କରିଥାଏ।

ବିଶ୍ଵ ପ୍ରସିଦ୍ଧ ବୌଧ, ଜୈନ ଧର୍ମ ଗୁଡ଼ିକର ମୂଳଦୁଆ ଯେ ଏହି ଠାରୁ ଆରମ୍ଭ ହୋଇଥିଲା ତାର ପ୍ରମାଣ ଦିଏ। କେବଳ ରାଜ୍ୟ କି ଦେଶ ନୁହେଁ ବିଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ଏହି ଜାଗାର ପରିଦର୍ଶନ ନିମନ୍ତେ ଧାଇଁ ଆସନ୍ତି।

ହେଲେ ଆମେ ହୁଏ ତ ଏହାର ଗରିମା ବଜାୟ ରଖିବାରେ ବିଫଳ ହୋଇଛେ। ସରକାର ପର୍ଯ୍ୟଟନ ସ୍ଥଳୀ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥଲେ ମଧ୍ୟ କିପରି ଏକ ମହାନ୍ ପୀଠକୁ ଅଣଦେଖା କରୁଛନ୍ତି ତାହା ତ ବୁଝା ପଡୁନି।

ଉଦୟଗିରିର ଅବସ୍ଥା ଦିନକୁ ଦିନ ଅତି ସ୍ଵଛନିୟ ହେବାରେ ଲାଗିଛି। ଯୁବକ ଯୁବତୀଙ୍କ ଅଶ୍ଳୀଳ କାରୁକାର୍ଯ୍ୟ, ବିଭିନ୍ନ ଜିନିଷର ଏଣେ ତେଣେ ଫିଙ୍ଗା, କେଉଁଠି ଗାଈ ଚରୁଛନ୍ତି ତ କେଉଁଠି ଷଣ୍ଢ ବୁଲୁଛନ୍ତି।ଏଇ କଣ ଆମ ସଂସ୍ମୃତି , ଐତିହ୍ୟ ପ୍ରତି ଆମର ସମ୍ମାନ । କଣ ଗୋଟିଏ ଶିକ୍ଷିତ ନାଗରିକ ଭାବେ ଆମର କୌଣସି ବ୍ୟକ୍ତିଗତ କର୍ତ୍ତବ୍ୟ ନାହିଁ ଏହା ପ୍ରତି।