ଦେଖନ୍ତୁ ଭିଡ଼ିଓ: ଅଳ୍ପ ସମୟ ପାଇଁ ନାଚିବାକୁ ଆସିଲେ ନିଶା ମହାରଣା, ଉତକ୍ଷିପ୍ତ ହୋଇ ଦର୍ଶକ କରିଲେ ଚେୟାର ମାଡ଼….

 

ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ପାଇଁ ଦର୍ଶକ କରିଲେ ଗଣ୍ଡଗୋଳ। ଆଜ୍ଞା ହଁ, ଅନୁଗୁଳ ଜିଲ୍ଲା କିଶୋରନଗର ବରପଡ଼ିଆରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ନିଶା ମହାରଣା ଅଳ୍ପ ସମୟ ପାଇଁ ନୃତ୍ୟ ପରିବେଷଣ କରିବା ପାଇଁ ଆସିଥିବାରୁ ଲୋକେ ପାଟିତୁଣ୍ଡ କରିବା ସହିତ ଷ୍ଟେଜ୍ ଉପରକୁ ଚେୟାର ମାଡ଼ କରିଥିବା ଜଣାପଡିଛି।

ଗତ କିଛିଦିନ ତଳେ କିଶୋରନଗର ବରପଡ଼ିଆରେ ଯାତ୍ରା ପାର୍ଟି ଓଡ଼ିଶା ସମ୍ରାଟର ନାଟକ ମଞ୍ଚସ୍ଥ ହୋଇଥିଲା। ଯେଉଁଥିରେ ଭାଗ ନେବାପାଇଁ ନିଶା ମହାରଣା ଆସିଥିବା ବେଳେ ତାଙ୍କୁ ଦେଖିବା ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ତେବେ, ମେଲୋଡ଼ି ଆରମ୍ଭ ହେବା ବେଳକୁ ନିଶା ଅଳ୍ପ ସମୟ ପାଇଁ ଆସିବେ ବୋଲି ଦର୍ଶକ ଜାଣିବାକୁ ପାଇଥିଲେ। 

<a href=https://youtube.com/embed/IczHvDRNWL4?autoplay=1&mute=1><img src=https://img.youtube.com/vi/IczHvDRNWL4/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଯାହାପରେ ଦର୍ଶକ ଉତକ୍ଷିପ୍ତ ହେବା ସହିତ ପାଟି କରିବା ଆରମ୍ଭ କରି ଦେଇଥିଲେ। ଏପରିକି କିଛି ଦର୍ଶକ ଷ୍ଟେଜ୍ ଉପରକୁ ଚେୟାର ଫୋଫାଡ଼ିବାକୁ ମଧ୍ୟ ପଛାଇନଥିଲେ। ପରିସ୍ଥିତି ଅସମ୍ଭାଳ ହେବା ସହିତ କିଛି ସମୟ ପାଇଁ ଯାତ୍ରା ବନ୍ଦ ମଧ୍ୟ କରିବାକୁ ପଡିଥିଲା। ତେବେ, ଏଭଳି ହେବାର ପ୍ରକୃତ କାରଣ ସ୍ପଷ୍ଟ ଭାବରେ ଜଣାପଡିନାହିଁ।

ଆହୁରି ପଢ଼ନ୍ତୁ:- ବୋହୂ ଖାଇଦେଲା ଚିକେନ୍ ପକୋଡା ତ ରାଗିଗଲେ ଶାଶୁଘର ଲୋକେ, ଆଉ ବୋହୂକୁ ପିଟିପିଟି ମାରିଦେଲେ, ଜାଣନ୍ତୁ ପୁରା ଘଟଣା