ବୋହୂ ଖାଇଦେଲା ଚିକେନ୍ ପକୋଡା ତ ରାଗିଗଲେ ଶାଶୁଘର ଲୋକେ, ଆଉ ବୋହୂକୁ ପିଟିପିଟି ମାରିଦେଲେ, ଜାଣନ୍ତୁ ପୁରା ଘଟଣା

 
Chicken pakoda

ଚିକେନ୍ ପକଡା ଖାଇବାରୁ ବୋହୂକୁ ପିଟି ପିଟି ମାରିଦେଲେ ଶାଶୁ ଘର ଲୋକେ। କଣ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଛି କି କଥା ଟି ? ଆଜ୍ଞା ହଁ ଏଭଳି ଏକ ଘଟଣା ଆସିଛି ଆଖି ସାମ୍ନାକୁ। ଘଟଣାଟି ଘଟି ଯାଇଛି ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟା ଥାନା ଛକ ନିକଟରେ।

Couple

ମୃତ ମହିଳାଙ୍କର ନାମ ଇତିଶ୍ରୀ ପଣ୍ଡା।ପୂର୍ବଦିନ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଆସିଥିଲେ ଇତିଶ୍ରୀ ତାଙ୍କ ସ୍ୱାମୀଙ୍କ ସହିତ। ବେଶ୍ ହସ ଖୁସିରେ ଦିନ ବିତାଇ ଥିଲେ ନିଜ ପରିବାର ଲୋକଙ୍କ ସହିତ। ଭାଇ ହାତରେ ରାକ୍ଷୀ ବାନ୍ଧି ମିଠା ମଧ୍ୟ ଖାଇବାକୁ ଦେଇଥିଲେ। ପରେ ସ୍ଵାମୀଙ୍କ ସହିତ ଘର ଲୋକଙ୍କ ଠାରୁ ବିଦାୟ ନେଇ ଯାଇଥିଲେ ଶାଶୁ ଘରକୁ। କିଏ ଜାଣି ଥିଲା ଇତିଶ୍ରୀ ଙ୍କର ଏହି ବିଦାୟ ଶେଷ ବିଦାୟ ପାଲଟି ଯିବ ବୋଲି। ଆଉ କେବେ ସେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଆସିବେ ନାହିଁ। କାରଣ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି ଇତିଶ୍ରୀ ସବୁଦିନ ପାଇଁ।

ସେ ଦିନ ବାପ ଘରୁ ଶାଶୁ ଘରକୁ ଫେରିବା ବାଟରେ ଇତିଶ୍ରୀ ବାଟରେ କୁଆଡେ ଚିକେନ ପକଡା ଖାଇକି ଯାଇଥିଲେ। ଶାଶୁ ଘର ଲୋକେ ଏକଥା ଜାଣିବା ମାତ୍ରେ ଇତିଶ୍ରୀଙ୍କୁ ଗାଳି ଗୁଲଜ କରିଥିଲେ ଏବଂ ଇତିଶ୍ରୀ ଙ୍କୁ କୁଆଡେ ନିର୍ଧୁମ୍ ମାଡ ମଧ୍ୟ ମାରିଥିଲେ। ମାରିବା ବେଳେ କହୁଥିଲେ ଆଜି ଯାଏ ତ ଛୁଆ ଟିଏ ଜନ୍ମ କରି ପାରି ଲୁନି, ଏଇ ମାଛ ମାଂସ ଖାଇ ଛୁଆକୁ ପେଟରେ ମାରୁଛୁ । ପୁଣି ଆଜି ପୂର୍ଣ୍ଣିମାରେ ଚିକେନ ଖାଇ ଆସିଛୁ।

Couple

ପରେ ଇତିଶ୍ରୀ ଙ୍କ ଶାଶୁ ଘର ଲୋକେ ତାଙ୍କ ବାପ ଘର ଲୋକଙ୍କୁ ଫୋନ୍ କରି କହିଥିଲେ ତୁମ ଝିଅ ଆଉ ନାହିଁ, ସେ ମରି ଯାଇଛି ଆତ୍ମ ହତ୍ୟା କରି। ଯାହାକୁ ବିଶ୍ୱାସ କରି ପାରିନଥିଲେ ଘର ଲୋକେ। ଘର ଲୋକେ ଇତିଶ୍ରୀ ଙ୍କ ଶାଶୁ ଘରକୁ ଆସି ଦେଖନ୍ତି ତ ଇତିଶ୍ରୀ ନିଜ ଖଟରେ ଶୋଇଛନ୍ତି। ଦେହ ହାତ ତାଙ୍କର କ୍ଷତ ବିକ୍ଷତ। ରକ୍ତ ବାହାରୁଛି। ଶରୀରରେ ବାଡେଇବା ପରି ଦାଗ ରହିଛି ସବୁ ଆଡ଼େ। ଏହା ପରେ ଘର ଲୋକେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ୍ୟୁର କାରଣ ଜାଣିବା ନିମନ୍ତେ ଏପଟେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରି ଦେଇଛି ଘଟଣାକୁ ନେଇ।