ଗୋମାଂସ ଖିଆ ଙ୍କୁ ଶ୍ରୀମନ୍ଦିର ରେ ପୁରେଇବା କଥା କେତେ ସତ ? ପାଣ୍ଡିଆନ୍ ଏବଂ କାମିଆଙ୍କୁ ଗିରଫ ଦାବି କରିଲା ବିଜେପି

 

ସୋସିଆଲ ମିଡିଆରେ ଇଂଫ୍ଲୁଏନ୍ସର ତଥା କର୍ଲି ଟେଲ୍ସ ପ୍ରତିଷ୍ଠାତା କାମିଆ ଜାନି ଜଗନ୍ନାଥ ମନ୍ଦିର ପରିସରକୁ ଆସିବା ଅଭଡ଼ା ଖାଇବା ଏବଂ ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ସହ କଥାବାର୍ତ୍ତା ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ, ଭିଡ଼ିଓକୁ ନେଇ ବିବାଦ ମଧ୍ୟ ଉପୁଜିବାରେ ଲାଗିଛି।

ଭାରତୀୟ ଜନତା ପାର୍ଟିର ଓଡିଶା ୟୁନିଟ୍ ଏଥିନେଇ ଆପତ୍ତି ଉଠାଇବା ସହିତ ଏହାକୁ ବିରୋଧ କରିଛି। ବିଜେପି କହିବା ଅନୁଯାଇ କାମିଆ ଜାନି ଗୋମାଂସ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଜଣାଶୁଣା। ଏଭଳି ଜଣେ ମହିଳାଙ୍କୁ ପୁରୀରେ ସମ୍ମାନିତ ଶ୍ରୀକ୍ଷେତ୍ରକୁ କିପରି ପ୍ରବେଶ ଅନୁମତି ଦିଆଯାଇଛି ସେଥିନେଇ ପ୍ରଶ୍ନ ଉଠିଛି।

ଭାଇରାଲ ହୋଇଥିବା ଭିଡିଓରେ କାମିଆ ଜାନି ବିଜେଡି ନେତା ପାଣ୍ଡିଆନଙ୍କ ସହ ପୁରୀ ଶ୍ରୀମନ୍ଦିର ହେରିଟେଜ୍ କରିଡର ପ୍ରକଳ୍ପ ଏବଂ ମହାପ୍ରସାଦକୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଓଡିଶା ବିଜେପି କହିଛି ଯେ ଏହି ଘଟଣା ଲକ୍ଷ ଲକ୍ଷ ହିନ୍ଦୁଙ୍କ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରିଛି।

ଆହୁରି ପଢ଼ନ୍ତୁ:- ଡାଟା କେବୁଲ୍ ପୁରେଇ ଆକାର ମାପୁଥିଲେ ଯୁବକ, ଯୌନାଙ୍ଗ ଭିତରେ ଫସିରହିଗଲା କେବୁଲ୍, ଆଉ ତା ପରେ...