ଡାଟା କେବୁଲ୍ ପୁରେଇ ଆକାର ମାପୁଥିଲେ ଯୁବକ, ଯୌନାଙ୍ଗ ଭିତରେ ଫସିରହିଗଲା କେବୁଲ୍, ଆଉ ତା ପରେ...

 
Jounanga

କିଶୋର ଅଵସ୍ଥାରେ ପିଲାମାନଙ୍କ ମାନସିକ ଏବଂ ଶାରୀରିକ କ୍ଷେତ୍ରରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖାଯାଇଥାଏ। ଏହାରି ଭିତରେ ବେଳେ ବେଳେ ସେମାନେ ଏପରି କିଛି କାମ କରିଥାନ୍ତି ଯାହା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଲଣ୍ଡନ ସହରରୁ ଏହିପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ଯୁବକ ନିଜ ଯୌନାଙ୍ଗରେ କେବୁଲ ପୁରାଇ ଦେଇଥିଲେ। ଏହି ଘଟଣାରେ ଯୁବକ ଜଣକ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Data cable

ଘଟଣା ମୁତାବକ ନିଜ ଯୌନାଙ୍ଗର ଆକାର ଜାଣିବା ପାଇଁ ଯୁବକ ଜଣକ ନିଜ ଯୌନାଙ୍ଗରେ ଏକ ଡାଟା କେବୁଲ ଭର୍ତ୍ତି କରିଦେଇଥିଲେ। ଡାଟା କେବୁଲଟି ଭିତରେ ପଶିଯାଇଥିଲେ ହେଁ ଆଉ ବାହାରକୁ ବାହାରି ନଥିଲା। ଯୁବକ ଜଣକ ଜବରଦସ୍ତି କେବୁଲଟିକୁ ବାହାର କରିବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇନଥିଲା। ଏହି ଘଟଣା ବିଷୟରେ ପରିବାର ଲୋକେ ଜାଣିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

Cable inside penis

ସେଠାରେ ମଧ୍ୟ ଡାକ୍ତର କେବୁଲଟିକୁ ଟାଣି ବାହାର କରିବାକୁ ଚେଷ୍ଟା କରିଥିଲେ ହେଁ ସେଠାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଶେଷରେ ଡାକ୍ତର ତାଙ୍କ ଯୌନଙ୍ଗରେ ଅସ୍ତ୍ରୋପଚାର କରି କେବୁଲଟିକୁ ବାହାର କରିଥିଲେ। ତେବେ, ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ଅଵସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଆଉ କେହି ଯୁବକ ଯୁବତୀ ଏପରି ମୂର୍ଖାମୀ ନ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।