ମନୋଜ ମିଶ୍ରଙ୍କୁ ନେଇ ପୋଷ୍ଟ କରିଲେ ଅରିନ୍ଦମ, କହିଲେ, "ଯିଏ ବୁଝିବାକୁ ଚାହିଁବନାହିଁ, ତାକୁ…"

 

କିଛି ପ୍ରଯୋଜକ ଏବଂ ଅଭିନେତା ମନୋଜ ମିଶ୍ରଙ୍କ ମଧ୍ୟରେ ଚାଲିଥିବା ବାଦ ବିବାଦ କାହାକୁ ଅବା ଅଛପା ରହିଛି। ସମ୍ବଲପୁର ଠାରେ ଏକ ଚଳଚିତ୍ରକୁ ବୟକଟ କରାଯିବା ଘଟଣାରେ ତାଙ୍କର ମୁଖ୍ୟ ଭୂମିକା ରହିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହି ଘଟଣାରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରୀ କ୍ଷତିଗ୍ରସ୍ତ ହେଉଥିବା ସ୍ପଷ୍ଟ ଭାବରେ ବାରି ହୋଇ ଯାଉଛି।

ଏଭଳି ପରିସ୍ଥିତିରେ ମନୋଜ ମିଶ୍ରଙ୍କୁ ଓଡ଼ିଆ ଇଣ୍ଡଷ୍ଟ୍ରୀରୁ ବ୍ୟାନ କରାଯିବା ପରେ ସ୍ଥିତି ଆହୁରି ଜଟିଳ ହୋଇ ପଡ଼ିଥିଲା। ଏବେ ସମାଧାନ ପାଇଁ ବାରମ୍ବାର ମନୋଜଙ୍କୁ ଡକା ଯାଉଥିବା ବେଳେ ସେ ସହଯୋଗ କରୁନଥିବା ନେଇ କିଛି ଅଭିନେତା ଅଭିଯୋଗ କରିଛନ୍ତି। ଏଥିନେଇ ଅଭିନେତା ଅରିନ୍ଦମ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।

ସେ ଲେଖିଛନ୍ତି ଯେ,"ପ୍ରିୟ ମନୋଜ ଭାଇ ଅତି ଦୁଃଖର ସହିତ କହୁଛି ଯେ ମୁଁ ଯେତେ ଚେଷ୍ଟା କଲେ ମଧ୍ୟ କୌଣସି ସମାଧାନ ପାଇଁ ଆପଣ ରାଜି ହୋଇନାହାନ୍ତି। ବାରମ୍ବାର ଚେଷ୍ଟା କରି ବିଫଳ ହୋଇଛି।

ଆପଣଙ୍କୁ ଯିଏ ଭଲ କଥା କହୁଛନ୍ତି କିମ୍ବା କିଛି ଭଲ କଥା ଲେଖୁଛନ୍ତି ଜବାବ ମାଗୁଛନ୍ତି ଆପଣ ତାର କୌଣସି ପ୍ରତିଉତ୍ତର ରଖୁନାହାନ୍ତି। କାଲି ରାତିରେ ମଧ୍ୟ ବହୁତ ମେସେଜ କରିଛି ଫୋନ ବି କରିଛି ହେଲେ ଆପଣ କେବଳ ଆପଣଙ୍କ ସୁବିଧା ଅନୁଯାୟୀ ଉତ୍ତର ଦେଇଛନ୍ତି।

କିନ୍ତୁ ଯଦି କିଏ ବିବାଦୀୟ ମନ୍ତବ୍ୟ ରଖୁଛନ୍ତି ତେବେ ଆପଣ ତାଙ୍କୁ ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି"। କେବଳ ସେତିକି ନୁହେଁ ବରଂ ମନୋଜଙ୍କ ପତ୍ନୀ ବୟକଟ ନେଇ ସୂଚନା ଦେଇଥିବା ମଧ୍ୟ ଅରିନ୍ଦମ କହିଛନ୍ତି। ଏହି ଘଟଣାରେ ମନୋଜଙ୍କ କାକାଙ୍କର ସମ୍ପୃକ୍ତି ରହିଥିବା ସୂଚନା ମିଳିଥିବା ବେଳେ ଏଥିନେଇ ମିଡିଆ ଆଗରେ ସ୍ୱୀକାର କରିବା ପାଇଁ ଅରିନ୍ଦମ ଅନୁରୋଧ କରିଛନ୍ତି। 

<a href=https://youtube.com/embed/mLxakraxhSM?autoplay=1&mute=1><img src=https://img.youtube.com/vi/mLxakraxhSM/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

କେବଳ ସେତିକି ନୁହେଁ ବରଂ ଯେତେ ଯାହା ହୋଇଯାଉ ପଛେ ଏହି ବିବାଦରେ ପୂର୍ଣ୍ଣଛେଦ ପକାଇବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି। କୁହାଯାଏ ଅବୁଝାକୁ ବୁଝାଇହେବ କିନ୍ତୁ, ଯିଏ ଜାଣି ଶୁଣି ବୁଝିବାକୁ ଚେଷ୍ଟା ନ କରିବ ତାକୁ କଦାପି ବୁଝାଇ ହେବନାହିଁ। ସେହି ମର୍ମରେ ଯଦି ମନୋଜ ମିଶ୍ର ବୁଝିବାକୁ ଚାହୁଁନାହାନ୍ତି ତେବେ ତାଙ୍କୁ କେହି ବୁଝାଇ ମଧ୍ୟ ପାରିବେ ନାହିଁ। ଏଭଳି ପରିସ୍ଥିତିରେ ଆଗକୁ କେଉଁ ପାଣି କେଉଁ ଆଡକୁ ଯାଉଛି ତାହା ଦେଖିବା ବାକି ରହିଛି।

ଆହୁରି ପଢ଼ନ୍ତୁ:- ପରୀକ୍ଷା ଖାତାରେ ଛାତ୍ର ଲେଖିଲା ବାହାଘରର ଏମିତି ଅର୍ଥ, ଯାହାକୁ ପଢି ଶିକ୍ଷକଙ୍କ ଉଡିଗଲା ହୋସ୍