ପରୀକ୍ଷା ଖାତାରେ ଛାତ୍ର ଲେଖିଲା ବାହାଘରର ଏମିତି ଅର୍ଥ, ଯାହାକୁ ପଢି ଶିକ୍ଷକଙ୍କ ଉଡିଗଲା ହୋସ୍

 
Marriage

ସୋସିଆଲ ସାଇନ୍ସ ଖାତାରେ ଛାତ୍ର ଲେଖିଲେ ବାହାଘରର ଅର୍ଥ। ପୁରା ଭଲ ଭାବେ ନିଜ ଭାଷାରେ ବୁଝାଇ ଦେଲେ ବାହାଘର କେତେବେଳେ ହୁଏ, କେମିତି ହୁଏ ଓ କାହିଁକି ହୁଏ। ଶିକ୍ଷକ ଖାତା ପଢି ହେଲେ ଅବାକ୍। ଦଶରୁ ମାର୍କ ଦେଲେ ପୁରା ଶୁନ। ଏପରି କାହିଁକି କଲେ ଛାତ୍ର। ନା ପ୍ରଶ୍ନ ବାହାଘର ବିଷୟରେ ପଚରା ଯାଇଥିଲା ନା ଏ ପ୍ରଶ୍ନ ସମ୍ବନ୍ଧୀୟ ଉତ୍ତର ଥିଲା। ଏହା ତ ସମ୍ପୂର୍ଣ ମନ ଗଢା କାହାଣୀ ପରି ଲାଗୁଥିଲା।

Exam copy

ଆଜ୍ଞା ହଁ, ଏପରି ଏକ ପରୀକ୍ଷା ଖାତା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାର ଲାଗିଛି। ପରୀକ୍ଷା ହଲରେ ପିଲା ମାନେ ସାଧାରଣତଃ ନ ଆସୁଥିବା ପ୍ରଶ୍ନକୁ ଛାଡ଼ି ଦିଅନ୍ତୁ। ଅଥବା ପାଖା ପାଖି ଉତ୍ତର ଲେଖିବାକୁ ଚେଷ୍ଟା କରନ୍ତି।

ପୁର୍ବରୁ ମଧ୍ୟ ଏମିତି ଅନେକ ଘଟଣା ଆଖି ସାମ୍ନାକୁ ଆସିଛି ଯେଉଁଥିରେ ଛାତ୍ର ମାନେ ସଠିକ୍ ଉତ୍ତର ବଦଳରେ ନିଜର ମନ ଇଛା ଉତ୍ତର ଲେଖିଛନ୍ତି।

Chatra

ବର୍ତ୍ତମାନର ଏହି ଭାଇରାଲ ଫଟୋ ଟିରେ ଛାତ୍ର ଜଣକ ନିଜ ସୋସିଆଲ ସାଇନ୍ସ ଖାତାରେ ଇଂରାଜୀରେ ନିଜ ମନକୁ ଆସୁଥିବା ବାହାଘରର ଅର୍ଥ ଲେଖିଛନ୍ତି। ସେ ଇଂରାଜୀ ଲେଖାରେ ମଧ୍ୟ ଅନେକ ବ୍ୟାକରଣଗତ ତ୍ରୁଟି ଥିବା ବେଳେ ଶବ୍ଦକୁ ଦେଖି ବାକ୍ୟର ଭାବ ବୁଝା ପଡୁଛି। ଏବେ ଏହି ଉତ୍ତର ଖାତାଟି ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚାରେ। ଲୋକେ ଏ ନେଇ ଅନେକ ହାସ୍ୟାସ୍ପଦ କମେଣ୍ଟ୍ କରିଥିବା ଦେଖିବାକୁ ମିଳିଛି।