ଶ୍ରୀମୟୀଙ୍କ ପ୍ରଶ୍ନବାଣରେ ଘାଇଲା ଅପରାଜିତା, ଦଳୀୟ ନେତା ଚେର କାଟୁଥିବା ବେଳେ ଏବେ ଅଡୁଆରେ ବାଘୁଣୀ

 

୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସିବା ସହିତ ବିଜେପି ନେତ୍ରୀ ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଖୋଦ୍ ତାଙ୍କର କିଛି ଦଳୀୟ ନେତାଙ୍କ ସହିତ ପଡୁନଥିବା ବେଳେ ସେମାନେ ତାଙ୍କର ଚେର କାଟିବାକୁ ତୟାର ହୋଇ ବସିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ପାଇଁ ବିଜେଡିକୁ ନେଇ ତାଙ୍କର ଚିନ୍ତା ଦ୍ଵିଗୁଣିତ ହୋଇଛି।

ଖାସ୍ କରି ନିର୍ବାଚନ ପାଇଁ ବିଜେଡି ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ ଭାବରେ ଛିଡ଼ା କରାଇବା ଅପରାଜିତାଙ୍କୁ ମହଙ୍ଗା ପଡିପାରେ ବୋଲି ଚର୍ଚ୍ଚା ହେଉଛି। ଏବେ କୁଆଡେ ଅପରାଜିତାଙ୍କ ସଂସଦୀୟ ଅଞ୍ଚଳର ଲୋକେ ମଧ୍ୟ ତାଙ୍କୁ ସପୋର୍ଟ କରୁନଥିବା ଶୁଣିବାକୁ ମିଳୁଛି। ଭୁବନେଶ୍ୱର ଠାରେ ତାଙ୍କୁ ବିରୋଧ କରାଯାଉଥିବା ସ୍ପଷ୍ଟ ଭାବରେ ବାରିହୋଇ ପଡୁଛି।

Follow our WhatsApp channel and get all the Latest news:-

WhatsApp Channel (Join Now) Join Now

ଖାସ୍ କରି ବିପକ୍ଷ ଶ୍ରୀମୟୀଙ୍କର ଗୋଟିଏ ପ୍ରଶ୍ନ ଯେ ବିଗତ ୪.୫ ବର୍ଷ ମଧ୍ୟରେ ଅପରାଜିତା ଭୁବନେଶ୍ୱର ଏବଂ ଭୁବନେଶ୍ୱରବାସୀଙ୍କ ପାଇଁ କଣ କରିଛନ୍ତି? ଏହି ପ୍ରଶ୍ନର ଉତ୍ତର ବୋଧେ ଅପରାଜିତା କିମ୍ବା ରାଜ୍ୟ ବିଜେପି ପାଖରେ ନାହିଁ ବୋଲି ଜଣାପଡ଼ୁଛି। କେବଳ ଫୁଟ ଓଭରବ୍ରିଜ୍ ପାଇଁ ଗାତ ଖୋଳିବାକୁ ଛାଡିଦେଲେ କଣ ଅବା କରିଛନ୍ତି ଅପରାଜିତା?

ତାହା ପୁଣି ପାର୍ବଣ ଋତୁରେ ରାସ୍ତା ଖୋଳିଦେଲେ। ଫୁଟ ଓଭରବ୍ରିଜ୍ କରି ଲୋକଙ୍କ ସୁବିଧା କରିବେ କଣ ଓଲଟା ସେମାନଙ୍କ ପାଇଁ ନୂଆ ଅସୁବିଧା ସୃଷ୍ଟି କରିଦେଲେ। ସାଧାରଣ ଲୋକେ ଏବଂ ଶ୍ରୀମୟୀଙ୍କର ଏହି ସବୁ ପ୍ରଶ୍ନର ଉତ୍ତର ଏବେ ଅପରାଜିତାଙ୍କ ପାଖରେ ନାହିଁ। ଏହି କାରଣରୁ ଭୁବନେଶ୍ୱରରୁ ପୁଣିଥରେ ଅପରାଜିତା ଲଢ଼ିଲେ ତାଙ୍କର ହାର ଏକପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି। 

ଅନ୍ୟପକ୍ଷରେ ବିଜେଡିର ଏଣ୍ଟ୍ରି ପରେ ଅପରାଜିତାଙ୍କ ଗୋଷ୍ଠୀ ଲୋକସଭା ଛାଡ଼ି ବିଧାନସଭା ମୁହାଁ ହୋଇଥିବା କୁହାଯାଉଛି। କିନ୍ତୁ, ଏଠି ମଧ୍ୟ ଅପରାଜିତାଙ୍କ ପାଇଁ କମ୍ ସମସ୍ୟା ନାହିଁ। ଅପରାଜିତାଙ୍କର ବିଗତ କିଛି ବର୍ଷ ହେବ ବିଜେପିର କିଛି ବରିଷ୍ଠ ନେତାଙ୍କ ସହିତ ଭଲ ପଡୁନାହିଁ। ଦଳରେ ଗୋଷ୍ଠିବାଦ୍ ସମସ୍ୟା କରିଥିବା ବେଳେ ଅପରାଜିତା ନିଜ ଗୋଷ୍ଠୀ ସହିତ କ୍ୟାମପେନ୍ ଚଳାଉଥିଲେ।

ଏବେ ତାଙ୍କ ପାଇଁ କିଏ ରାଜ୍ୟସଭା ଆସନ ଛାଡ଼ିବା ଏକ ପ୍ରକାର ଅସମ୍ଭବ ମନେ ହେଉଅଛି। ଏପରିକି ଯଦି ଅପରାଜିତା ବଳପ୍ରୟୋଗ କରି ଜବରଦସ୍ତ ଟିକେଟ ହତେଇ ନିଅନ୍ତି ତେବେ ତାଙ୍କ ବିରୋଧୀ ସ୍ୱାଧୀନ ପ୍ରାର୍ଥୀ ହୋଇ ଠିଆ ହେବେ ବୋଲି ଚର୍ଚ୍ଚା ହେଉଛି। ଏପରି ପରିସ୍ଥିତିରେ ଅପରାଜିତାଙ୍କର ବେଳକାଳ ଆଦୌ ଠିକ୍ ନଥିବା ସ୍ପଷ୍ଟ ଭାବରେ ବାରି ହୋଇପଡୁଛି।

<a href=https://youtube.com/embed/De3dw7CoiF4?autoplay=1&mute=1><img src=https://img.youtube.com/vi/De3dw7CoiF4/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଆହୁରି ପଢ଼ନ୍ତୁ:- ଚାକିରୀ ଆଶାୟୀଙ୍କ ପାଇଁ ଆସୁଛି ବଡ଼ ସୁଯୋଗ! ରେଳବାଇରେ ମିଳିବ ଚାକିରୀର ଅନେକ ସୁଯୋଗ…..