ଚଳଚିତ୍ର 'ରାମ୍' କୁ ବୟକଟ୍ ଘଟଣା, ମୁହଁ ଖୋଲିଲେ ଅନୁଭବ କହିଲେ,"ମନୋଜ ଭାଇ ଦୟାକରି ଓଡିଶାକୁ..."

 

ଅଭିନେତା ମନୋଜ ମିଶ୍ରଙ୍କ ପାଇଁ ଦୁଇଭାଗ ହୋଇଛି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀ। ସମ୍ବଲପୁର ରେ ଅଭିନେତା ଅରିନ୍ଦମ ଓ ଅନୁଭବଙ୍କ ଫିଲ୍ମ “ରାମ”କୁ ବିରୋଧ କରାଯିବା ପରେ ଏଭଳି ଅଭିଯୋଗ ହୋଇଛି। ସମ୍ବଲପୁର ଠାରେ ଏହି ଚଳଚିତ୍ରକୁ ରିଲିଜ ନ କରାଇଦେବା ପଛରେ ମନୋଜଙ୍କର ହାତ ରହିଥିବା ଅରିନ୍ଦମ ଅଭିଯୋଗ କରିଛନ୍ତି।

ପ୍ରକୃତରେ ଅଭିନେତା ଜିତୁ ମଙ୍ଗରାଜ ଓ ମନୋଜ ମିଶ୍ରଙ୍କ ମଧ୍ୟରେ ବିବାଦ ଚାଲିଥିବା ବେଳେ ସେ 'ରାମ୍' ଚଳଚିତ୍ରରେ ଅଭିନୟ କରିଛନ୍ତି। ଏହି ଦୁଇଜଣଙ୍କ ବ୍ୟକ୍ତିଗତ ଶତ୍ରୁତା ପାଇଁ ତାଙ୍କ ଚଳଚିତ୍ର ବଳି ପଡିଯାଇଥିବା କହିଛନ୍ତି ଅରିନ୍ଦମ। ଗତ ୨୦ ତାରିଖରେ ପୂଜା ଉପଲକ୍ଷେ ଏହି ଚଳଚିତ୍ରଟି ଅଲ୍ ଓଡିଶା ମୁକ୍ତିଲାଭ କରିଥିଲା।

ତେବେ, ସମ୍ବଲପୁର ଠାରେ ଏହି ଚଳଚିତ୍ର ରିଲିଜ ହେବାପରେ କିଛି ଲୋକେ ହଲ୍ ମଧ୍ୟକୁ ପଶି ଫିଲ୍ମ ଚଲାଇ ଦେବୁନାହିଁ ବୋଲି ଧମକ ଦେଇଥିଲେ। ଯାହାଫଳରେ ସେଠାରେ ଏହାର ସ୍କ୍ରିନିଂକୁ ବନ୍ଦ କରାଯାଇଥିଲା। ଏହି ଅଭିଯୋଗ କରାଯିବା ପରେ ମନୋଜ ମିଶ୍ରଙ୍କୁ ଓଡିଆ ଫିଲ୍ମ ପ୍ରଯୋଜକ ସଂଘ ୨ ବର୍ଷ ପାଇଁ ବ୍ୟାନ କରିଛନ୍ତି।

ତେବେ, ଏଥିନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରିବା ସହିତ ଓଡିଶାକୁ ଦୁଇଭାଗରେ ବିଭକ୍ତ ନ କରିବାକୁ ସେ ମନୋଜ ମିଶ୍ରଙ୍କୁ ନିବେଦନ କରିଛନ୍ତି। ବ୍ୟକ୍ତିଗତ ବିବାଦ ପାଇଁ ଓଡିଶା ମାଟିକୁ ସେ ଦୁଇ ଭାଗ କରୁଥିବା ନେଇ ଅନୁଭବ ଅଭିଯୋଗ କରିଛନ୍ତି।

<a href=https://youtube.com/embed/QIchG07UuaA?autoplay=1&mute=1><img src=https://img.youtube.com/vi/QIchG07UuaA/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ସେ ପୋଷ୍ଟରେ ଆହୁରି ମଧ୍ୟ ଲେଖିଛନ୍ତି ଯେ,“ଯେଉଁ ବଡ ଭାଇ ମନୋଜ ଭାଇ ଙ୍କୁ ମୁଁ ଚିହ୍ନି ଥିଲି ଜାଣିଥିଲି ସେ ମନୋଜ ଭାଇ ଙ୍କୁ ଆଉ ଦେଖିବାକୁ ପାଉ ନାହିଁ। ଆମେ ସମସ୍ତେ ଏଠି ଗୋଟେ ପରିବାର ଭଳି ଚାଲି ଆସୁଛୁ ମନୋଜ ଭାଇ”। ଏହି ମାମଲାରେ ଯାହାର ଭୁଲ ଥାଉ ନା କାହିଁକି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀର ହିଁ କ୍ଷତି ହେଉଥିବା ଲୋକେ ମତ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ:- କୁମାରୀ ଝିଅମାନଙ୍କ ଅପେକ୍ଷା ବିବାହିତ ମହିଳାଙ୍କ ପ୍ରତି କାହିଁକି ଅଧିକ ଆକର୍ଷିତ ହୁଅନ୍ତି ଯୁବକ, ଗବେଷଣାରୁ ଜଣାପଡିଲା ବଡ଼ କାରଣ