ଦେଖନ୍ତୁ ଭିଡିଓ: କି ଲଜ୍ଜାଜନକ କଥା ! ଆଗ ଧାଡ଼ିରେ ବସିବାକୁ ତଳେ ପଡ଼ି ଗଡ଼ାଗଡ଼ି ହେଲେ ଦୁଇ କଂଗ୍ରେସ ନେତା

 

ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା କଂଗ୍ରେସର କନ୍ଦଳ । ଆଗ ଧାଡ଼ିରେ ବସିବାକୁ ଏମିତି କଳି ଲାଗିଲା ଯେ, ପାର୍ଟି ଅଫିସ୍ ଭିତରେ ଲାଗିଲେ ଝଗଡା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲାରେ କଂଗ୍ରେସ ପାର୍ଟି ଅଫିସରେ । ଆଜି ପୂର୍ବାହ୍ନ ସମୟରେ ଏହି ଘଟଣା ଘଟିଛି । ଯେଉଁଠି ଦୁଇ ବରିଷ୍ଠ ନେତା ସବିର ହୁସେନ ଓ ଉମେଶ ସରନ ଗଣ୍ଡଗୋଳ କରିଛନ୍ତି ।

ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । କିନ୍ତୁ ଆଗ ଧାଡ଼ିରେ କିଏ ବସିବ ତାକୁ ନେଇ ସବିର ଓ ଉମେଶଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଠେଲାପେଲା ଓ ମୁଥ ମରାମରି ହୋଇଥିଲେ ଦୁଇ ଜଣ । ଖଣ୍ଡେ ଚେୟାର ପାଇଁ ହିତାହିତ ଜ୍ଞାନ ଭୁଲିଗଲେ ଦୁଇ ନେତା । ଦଳର ଅନ୍ୟ କର୍ମୀଙ୍କ ସାମ୍ନାରେ ଚାଲିଲା ଖଣ୍ଡଯୁଦ୍ଧ ।

ଦେଖନ୍ତୁ ଭିଡିଓ :-

ଆହୁରି ପଢନ୍ତୁ :- ବିରୋଧୀ ଙ୍କୁ ସାହାର୍ଯ୍ୟ କରିବେ କି ନବୀନ ବାବୁ ? 2024 ନିର୍ବାଚନ ପୂର୍ବରୁ ନୀତୀଶ-ନବୀନଙ୍କ ଯୋଜନା କଣ ?

ସାରା ଦେଶରେ ହେଉ କିମ୍ବା ଓଡ଼ିଶାରେ ହେଉ ଗୋଷ୍ଠୀ କନ୍ଦଳ ପାଇଁ କଂଗ୍ରେସ ନିଜର ସ୍ଥିତି ପାଇଁ ନିଜେ ଦାୟୀ ବୋଲି କୁହାଯାଉଛି । ଏହି ନୀତି ପାଇଁ କଂଗ୍ରେସ ହାତରୁ ଯାଇଛି ଓଡ଼ିଶାର ଶାସନ ଭାର । ପ୍ରଥମେ ସେମାନେ ନେତା ଚୟନ କରିପାରୁନାହାନ୍ତି, କିଏ ଦଳର ନେତୃତ୍ୱ ନେବ, ଆଉ ଏଭଳି ସ୍ଥିତିରେ ପୁଣି ପାର୍ଟି ଅଫିସ୍‌ରେ ଗଡ଼ାପଡ଼ା ହୋଇ ମାଡ଼ଗୋଳ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।