ଧୋକା ଦେଇଦେଲା ବିଜେପି! BJD ଛାଡ଼ି ଟିକେଟ ଆଶାରେ ଯାଇଥିଲେ, ବିଜେପି ୟୁଜ୍ କରି ଛାଡିଦେଲା

 

ନିର୍ବାଚନ ଟିକେଟ ପାଇଁ ବସିଥିଲେ ଅନାଇ। କିନ୍ତୁ, ଆଶା ଦେଖାଇ ଧୋକା ଦେଇଦେଲା ବିଜେପି। ଏବେ ବାରଦୁଆର ଶୁଣ୍ଢି ପିଣ୍ଢା ହୋଇ ହୀନସ୍ତା ହେଉଛନ୍ତି ସେଲିବ୍ରିଟି ରାଜନେତା। ଆଜ୍ଞା ହଁ, ସିନେ ସେଲିବ୍ରିଟି ରୁ ରାଜନେତା ହେବାର ସ୍ୱପ୍ନ ଦେଖୁଥିବା ଅରିଂଦମ ରାୟ ଏବଂ ଅନୁଭବ ମହାନ୍ତିଙ୍କୁ ଲାଗିଛି ବଡ଼ ଝଟକା।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଚଳିତବର୍ଷ ନିର୍ବାଚନ ପାଇଁ ବିଜେଡ଼ିରୁ ଟିକେଟ ନ ମିଳିବାରୁ ଆଉ କିଛି ଅଭିନେତାଙ୍କ ସହିତ ଏହି ଦୁଇଜଣ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ଉଭୟଙ୍କର ଆଶା ଥିଲା ଯେ ସେମାନଙ୍କୁ ଲଢ଼ିବା ପାଇଁ ଟିକେଟ ମିଳିବ। କିନ୍ତୁ, ହେଲା ସମ୍ପୂର୍ଣ୍ଣ ଓଲଟା। ଅନୁଭବ କିମ୍ବା ଅରିଂଦମଙ୍କୁ ଟିକେଟ ମିଳିବନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ହୋଇ ସାରିଲାଣି। 

ଅରିଂଦମଙ୍କୁ ସାଲେପୁରରୁ ଟିକେଟ ମିଳିବ ବୋଲି ସେ ଆଶା ବାନ୍ଧିଥିଲେ। କିନ୍ତୁ, ତାଙ୍କୁ କେବଳ ଜଣେ ଷ୍ଟାର ପ୍ରଚାରକ ଭାବରେ ବିଜେପି ବ୍ୟବହାର କରିବା ସହିତ ତାଙ୍କୁ ଟିକେଟ ଦିଆଯିବନାହିଁ ବୋଲି ଶୁଣିବାକୁ ମିଳୁଛି। ଅରିଂଦମ ବିଜେପିରେ ମିଶିବା ପରେ ଲୋକମାନେ ସୁଯୋଗ ଦେଲେ ସେମାନଙ୍କ ପାଇଁ କାମ କରିବେ ବୋଲି କହିଥିଲେ। କିନ୍ତୁ, ଏପଟେ ଖୋଦ୍ ବିଜେପି ହିଁ ତାଙ୍କ ବଦଳରେ ସାଲେପୁରରୁ ଅନ୍ୟ ପ୍ରାର୍ଥୀଙ୍କୁ ଦଳ ଥଇଥାନ କରିବ ବୋଲି ଜଣାପଡିଛି।

<a href=https://youtube.com/embed/4N5HoPc3YPI?autoplay=1&mute=1><img src=https://img.youtube.com/vi/4N5HoPc3YPI/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଅନ୍ୟପକ୍ଷରେ ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ଦୁଃଖ କହିଲେ ନ ସରେ। ଅନୁଭବ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ତାଙ୍କୁ କଟକ ବାରବାଟିରୁ ଲଢ଼ିବା ପାଇଁ ବିଜେପି ପକ୍ଷରୁ ଟିକେଟ ମିଳିବ ବୋଲି ଆଶାକରାଯାଉଥିଲା। କିନ୍ତୁ, ସେଠାରୁ ଅନୁଭବଙ୍କ ଜିତିବା ଆଶା କ୍ଷୀଣ ବୋଲି ବିଜେପି ଗୋଇନ୍ଦା ରିପୋର୍ଟ ଦେବାପରେ ଅନୁଭବଙ୍କ ପତ୍ତା କଟିଯାଇଛି। ଅନ୍ୟପକ୍ଷରେ ଅନୁଭବଙ୍କ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ପକ୍ଷରୁ ଟିକେଟ ମିଳିଛି। ଏହା ଅନୁଭବଙ୍କ କଟା ଘା’ରେ ଚୂନ ଦେବା ସଦୃଶ ହେବ ନିଶ୍ଚିତ ଅଟେ। ନିର୍ବାଚନ ପରେ ଏହି ସବୁ କଥାକଥିତ ଷ୍ଟାର ପୁଣି ନିଜର ପୁରୁଣା ପେଷାକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ:- “ଫିଲ୍ମ ଦେବା ପାଇଁ ସେ ମତେ କହିଥିଲେ ମୋ‌ ସହ ରାତି କଟେଇବାକୁ” ଅଙ୍କିତା ଲୋଖଣ୍ଡେ ଖୋଲିଲେ ବଡ ରହସ୍ୟ