“ଫିଲ୍ମ ଦେବା ପାଇଁ ସେ ମତେ କହିଥିଲେ ମୋ‌ ସହ ରାତି କଟେଇବାକୁ” ଅଙ୍କିତା ଲୋଖଣ୍ଡେ ଖୋଲିଲେ ବଡ ରହସ୍ୟ

 
Ankita lokhonde
ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଏପରି କିଛି କହିଲେ ଅଙ୍କିତା ଲୌଖଣ୍ଡେ । ଅଙ୍କିତା ଏହି କଥା ଏକ ସାକ୍ଷାତକାରରେ କହିଥିଲେ । ସାକ୍ଷାତକାରରେ ଆଲୋଚନା ସମୟରେ ସେ ନିଜର ପୁରୁଣା କଥାକୁ ମନେ ପକାଇ ଭାବପ୍ରବଣ ହୋଇ ଯାଇଥିଲେ । ସେ କହିଥିଲେ ମୋ ଜୀବନର ଏହି ଯାତ୍ରା ଏତେ ସହଜ ନ ଥିଲା । 

Ankita lokhonde

ଅଙ୍କିତାଙ୍କ କହିବା ଅନୁସାରେ ସେ ମଧ୍ୟ ଦିନେ ଫିଲ୍ମ ପାଇଁ ଅଡିସନ୍ ଦେବାକୁ ଯାଇଥିଲେ । ଯେଉଁଥିରେ ସେ ମନୋନୀତ ମଧ୍ୟ ହୋଇଥିଲେ । ଅଡିସନ୍ ର ପର ଦିନ ସେ ଫିଲ୍ମ ପାଇଁ ସାଇନ୍ କରିବାକୁ ହୋଟେଲ୍ ଯାଇଥିବା ବେଳେ ତାଙ୍କୁ ଏପରି କିଛି କରିବାକୁ କହିଥିଲେ ଫିଲ୍ମ ନିର୍ମାତା। ଯାହା ଶୁଣିବା ପରେ ସଂପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସେ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସେଠାରେ ତାଙ୍କୁ ଫିଲ୍ମ କରିବାକୁ ହେଲେ ଡାଇରେକ୍ଟର ସହିତ ରାତି କଟେଇବାକୁ ପଡ଼ିବ ବୋଲି କୁହା ଯାଇଥିଲା। ଯାହାକୁ ସିଧା ସିଧା ମନା କରିଦେଇଥିଲେ ଅଙ୍କିତା। ସେ କହିଥିଲେ ମୁଁ ସେଭଳି ଝିଅ ନୁହେଁ ଯିଏକି ନିଜ କ୍ୟାରିଅର ପାଇଁ ନିଜ ଇଜତ୍ ବିକି ଦେବ । 

ସେ ଆହୁରି ମଧ୍ୟ କହିଥିଲେ ସେ ସମୟ ବିତି ଯାଇଛି । ଆଜି ମୁଁ ଯେଉଁ ସ୍ଥାନରେ ବି ଅଛି ଜଣେ ଅଭିନେତ୍ରୀ ଭାବେ ଖୁସିରେ ଅଛି । ସମସ୍ତଙ୍କ ପାଖରେ ପରିଚିତ ହୋଇ ପାରିଛି । ତାହା ହିଁ ମୋ ପାଇଁ ବଡ କଥା ।