ଶୀତ ଦିନରେ ପିକନିକ କରିବାକୁ ଆସନ୍ତୁ ଏହି ସ୍ଥାନ, ମୋବାଇଲ ନେଟୱର୍କ ଠାରୁ ଦୂରରେ ରହି ନିଅନ୍ତୁ ପ୍ରକୃତିର ମଜା

 

ମାତ୍ର ଦିନ କେଇଟା ମଧ୍ୟରେ ହିଁ ଶେଷ ହେବାକୁ ଯାଉଛି ବର୍ଷ ୨୦୨୩। ୨୦୨୪ ନୂଆବର୍ଷକୁ ପାଳନ କରିବା ପାଇଁ ସମସ୍ତେ କାହିଁ କେତେ ପ୍ଲାନ କରୁଛନ୍ତି। ଖାସ୍ କରି ଶୀତ ଦିନରେ ପିକନିକ୍ ଯିବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି। କିନ୍ତୁ, ପିକନିକ୍ ପାଇଁ କେଉଁଠିକୁ ଯିବେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ତେବେ, ଆସନ୍ତୁ ଏଭଳି ହିଁ ଏକ ମନମୋହକ ପିକନିକ୍ ପଏଣ୍ଟ ବିଷୟରେ ଜାଣିବା।

ସହରର ଭିଡ଼ ଏବଂ ବ୍ୟସ୍ତବହୁଳ ଜୀବନଶୈଳୀ ଠାରୁ ଦୂରରେ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦ ଦେଶରେ ଅବସ୍ଥିତ ପର୍ଯ୍ୟଟନସ୍ଥଳୀ ଲୁଲୁଙ୍ଗ। ପାହାଡ଼ ଏବଂ ସୁନ୍ଦର ଝରଣା ମଧ୍ୟରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀଟି ବେସ୍ ମନୋରମ ଅଟେ। ଏଠାକାର ଶାନ୍ତ ଏବଂ ସୁନ୍ଦର ପରିବେଶ ପର୍ଯ୍ୟଟକମାନଙ୍କୁ ବେସ୍ ଆକୃଷ୍ଟ କରିଥାଏ। ସବୁଠାରୁ ବଡ଼ କଥା ହେଉଛି ଏହି ସ୍ଥାନରେ କୌଣସି ମୋବାଇଲ ନେଟୱାର୍କ ନାହିଁ।

ସୋସିଆଲ ମିଡିଆ ଏବଂ ଇଣ୍ଟରନେଟ ଠାରୁ ବହୁ ଦୂରରେ ପ୍ରକୃତିର କୋଳରେ ରହିଛି ଏହି ପର୍ଯ୍ୟଟନସ୍ଥଳୀ। ବାରିପଦା ଠାରୁ ମାତ୍ର ୨୦ କିମି ଦୂରରେ ଶିମିଳିପାଳ ପାଦଦେଶରେ ଅବସ୍ଥିତ ଘଞ୍ଚ ଅରଣ୍ୟ ଏବଂ ପାହାଡ଼ ମଧ୍ୟରୁ ଭାସି ଆସିଥିବା ପଳାପଲ ଲୁଲୁଙ୍ଗର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ। ଖାସ୍ କରି ଶୀତ ଋତୁ ଆସିଲେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।

<a href=https://youtube.com/embed/EnpAXOSq1qk?autoplay=1&mute=1><img src=https://img.youtube.com/vi/EnpAXOSq1qk/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

କିନ୍ତୁ, ଦୁଃଖର ବିଷୟ ଏହିକି ଯେ ଏଭଳି ପର୍ଯ୍ୟଟନ ସ୍ଥଳୀରେ ସରକାରଙ୍କ ପକ୍ଷରୁ ସମାନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉନାହିଁ। କେବଳ ସେତିକି ନୁହେଁ ବରଂ କିଛି ଅସାମାଜିକ ମଧ୍ୟ ଏଠାରେ ପର୍ଯ୍ୟଟକଙ୍କୁ ହଇରାଣ ହରକତ କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ଏହାଦ୍ୱାରା ସୌନ୍ଦର୍ଯ୍ୟ ନଷ୍ଟ ହେବାସହିତ ପର୍ଯ୍ୟଟକଙ୍କ ମନକୁ ଆଘାତ ପହଞ୍ଚୁଛି। ଆଗକୁ ସରକାର ଏଥିନେଇ ପଦକ୍ଷେପ ନେବେ ବୋଲି ଆଶା କରାଯାଉଅଛି।

ଆହୁରି ପଢ଼ନ୍ତୁ:- ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ମିଳିଲାନି ନିମନ୍ତ୍ରଣ, ଜାଣନ୍ତୁ କ’ଣ କହିଲେ ସୁନିଲ ଲହରୀ