ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ମିଳିଲାନି ନିମନ୍ତ୍ରଣ, ଜାଣନ୍ତୁ କ’ଣ କହିଲେ ସୁନିଲ ଲହରୀ

 
Ramayan
ରାମ ମନ୍ଦିରକୁ ଲକ୍ଷ୍ମଣଙ୍କୁ ନାହିଁ ପ୍ରବେଶ । ଲକ୍ଷ୍ମଣଙ୍କୁ ଦିଆ ଯାଇ ନାହିଁ ନିମନ୍ତ୍ରଣ । ପତ୍ର । ନିକଟରେ ରାମ ମନ୍ଦିର ପ୍ରତିଷ୍ଠା ଦିବସ ଉପଲକ୍ଷେ ଦେଶରେ ଅନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ସହିତ ରାମ ଓ ସୀତାଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ଦିଆ ଯାଇଥିଲା । ହେଲେ ସେହି ନିମନ୍ତ୍ରଣ ପତ୍ରରୁ ବାଦ୍ ପଡି ଯାଇଥିଲେ ଲକ୍ଷ୍ମଣ । ଏହା ଲକ୍ଷ୍ମଣଙ୍କ ପାଇଁ ଏକ ନିରାଶର ବିଷୟ ନିଶ୍ଚିତ ।

ଫି

ଆସନ୍ତା ଜାନୁଆରୀ ମାସ , ୨୦୨୪ ମସିହାରେ ପ୍ରତିଷ୍ଠା ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିର । ଯେଉଁଥି ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଲାଣି । ଦେଶର ବଡ଼ ବଡ଼ ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ମିଳି ସାରିଲାଣି ନିମନ୍ତ୍ରଣ ପତ୍ର । ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗ ଦେବା ପାଇଁ ରହିଛି ନିମନ୍ତ୍ରଣ ପତ୍ର । ଦୀର୍ଘ ଦିନର ହିନ୍ଦୁ ଧର୍ମାବଲମ୍ବୀ ଲୋକ ମାନଙ୍କର ପୂର୍ଣ୍ଣ ହୋଇଛି ମନସ୍କାମନା ।

ଏହି ଉତ୍ସବରେ ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗର୍ଭର ଓ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକାଙ୍କୁ ନିମନ୍ତ୍ରଣ ପତ୍ର ଦିଆ ଯାଇଛି । ହେଲେ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନିଲ ଲହରୀଙ୍କୁ ଦିଆ ଯାଇ ନାହିଁ ନିମନ୍ତ୍ରଣ ପତ୍ର ।

Sunil lahri

ସୁନିଲ ଏକ ସାକ୍ଷାତକାର ରେ କହିଛନ୍ତି , ଉତ୍ସବର କର୍ମକର୍ତ୍ତା ମାନେ ବୋଧ ହୁଏ ଲକ୍ଷ୍ମଣଙ୍କ ଭୂମିକାକୁ ଗୁରୁତ୍ବ ମନେ କରି ନାହାନ୍ତି । ମୁଁ ଏଥି ପାଇଁ ମଧ୍ୟ ବିଶେଷ ଦୁଃଖିତ ନୁହେଁ । ହେଲେ ରାମାୟଣ ରେ ଅଭିନୟ କରିଥିବା ଅନ୍ୟ କଳାକାର ଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ଦିଆ ଯାଇ ନାହିଁ । ଯାହା ମତେ ଆଶ୍ଚର୍ଯ୍ୟ ଲାଗୁଛି । ସୁନିଲ ଏହି ବୟାନ ଦେବା ସମୟରେ ତାଙ୍କ ମୁଖ ମଣ୍ଡଳରେ ଏକ ଦୁଃଖର ସାୟା ଦେଖିବାକୁ ମିଳିଥିଲା ।