ବିବାହ ପୂର୍ବରୁ ଝିଅକୁ ପଚାରନ୍ତୁ ଏସବ ପ୍ରଶ୍ନ, ନଚେତ୍ ବୈବାହିକ ଜୀବନରେ ହୋଇପାରେ ସମସ୍ୟା….

 

ବର୍ତ୍ତମାନ ସମୟରେ ଚାଲିଛି ବିବାହ ଋତୁ। ଅନେକଙ୍କର ବିବାହ ହୋଇ ସାରିଥିବା ବେଳେ ଆପଣଙ୍କ ମଧ୍ୟରୁ କେତେଜଣ ବିବାହର ପ୍ରସ୍ତୁତି ମଧ୍ୟ କରୁଥିବେ ନିଶ୍ଚିତ। ତେବେ, ବିବାହ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହୋଇଥିବା ବେଳେ ଏହା ପୂର୍ବରୁ ଉଭୟ ବର ଏବଂ କନ୍ୟାଙ୍କ ମଧ୍ୟରେ ସମ୍ମତି ରହିଥିବା ନିତ୍ୟାନ୍ତ ଜରୁରୀ ଅଟେ।

ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ତ ଆପଣ ନିଶ୍ଚିତ ଭାବରେ ଜାଣିଥିବେ। ସେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥିବା ବେଳେ ତାଙ୍କର ବୁଦ୍ଧି ଏବଂ କୂଟନୀତି ମାଧ୍ୟମରେ ସେ ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦୀରେ ବସାଇଥିଲେ। ତେବେ, ଚାଣକ୍ୟ ନୀତି ଅନୁଯାଇ ବିବାହ ପୂର୍ବରୁ ଏଭଳି ୫ଟି ପ୍ରଶ୍ନ ଯାହାକି ଜଣେ ପୁଅ କନ୍ୟାକୁ ପଚାରିବା ନିହାତି ଜରୁରୀ ଅଟେ:-

୧. ସାଧାରଣତଃ ଜଣେ ଝିଅର ବିବାହ ତାଙ୍କ ମାଆ ବାପାଙ୍କ ଦ୍ଵାରା ଠିକ୍ କରାଯାଇଥାଏ। ତେଣୁ ଝିଅଟିର ଏହି ବିବାହରେ ସମ୍ମତି ରହିଛି ଅଥବା ନାହିଁ ତାହା ପଚାରିନେବା ଅତ୍ୟନ୍ତ ଜରୁରୀ ଅଟେ।

୨. ଝିଅଟି କଣ ଖାଇବାକୁ ଭଲ ପାଏ। ସେ ସାକାହାରୀ କିମ୍ବା ମାଂସାହାରୀ। ଯଦି ଉଭୟଙ୍କ ଖାଦ୍ୟ ଅଭ୍ୟାସ ସମାନ ରହିନଥାଏ ତେବେ ଆଗକୁ ଝିଅଟି ନିଜ ଖାଦ୍ୟ ଅଭ୍ୟାସ ବଦଳାଇବାକୁ ଇଚ୍ଛୁକ କି? ଏହି ପ୍ରଶ୍ନ ନିହାତି ପଚାରନ୍ତୁ।

Follow our WhatsApp channel and get all the Latest news:-

WhatsApp Channel (Join Now) Join Now

୩. ସାଧାରଣତଃ ଝିଅମାନଙ୍କ ମନରେ ନିଜ ବରକୁ ନେଇ ଅନେକ ପ୍ରଶ୍ନ ରହିଥାଏ। ତେଣୁ, ଝିଅଟିକୁ କିଭଳି ପୁଅ ପସନ୍ଦ ତାହା ପଚାରିନେବା ଜରୁରୀ ଅଟେ।

୪. ବିବାହ ସରିବା ପରେ ଝିଅଟି ପରିବାର ସହିତ ରହିବାକୁ ଇଚ୍ଛୁକ ଅଥବା ସେ ଅଲଗା ରହିବାକୁ ଚାହାଁନ୍ତି ଏଥିନେଇ ନିଶ୍ଚିତ ପଚାରନ୍ତୁ। ବିବାହ ପରେ ଏଥିନେଇ କୌଣସି କଳହ ନ ହେଉ ସେଥିପାଇଁ ଏପରି ପ୍ରଶ୍ନ ପଚାରିବା ନିତ୍ୟାନ୍ତ ଜରୁରୀ ଅଟେ।

୫. ଏହା ବ୍ୟତୀତ ଝିଅଟିର ଜୀବନଶୈଳୀ, ଖାଦ୍ୟଅଭ୍ୟାସ, କେଉଁ ପ୍ରକାର ପୋଷାକ ପସନ୍ଦ କିଭଳି ଲାଇଫଷ୍ଟାଇଲ ପସନ୍ଦ ସେଥିନେଇ ମଧ୍ୟ ପ୍ରଶ୍ନ ପଚାରନ୍ତୁ। ଏଭଳି କରିବା ଦ୍ୱାରା ଆଗକୁ ବୈବାହିକ ଜୀବନରେ କୌଣସି ଅସୁବିଧା ହେବନାହିଁ।

ଆହୁରି ପଢ଼ନ୍ତୁ:- ​​​କଣ ଏହି ‘ରେ’ ସିଣ୍ଡ୍ରମ ଯେଉଁଥିରେ ଚାଲିଗଲା ଶୁବଜିତର ଜୀବନ, କେମିତି ନିଜ ପିଲାଙ୍କୁ ଏଥିରୁ ସୁରକ୍ଷା ଦେବେ, ପ୍ରତ୍ୟେକ ବାପାମା'ଙ୍କ ପାଇଁ ଜରୁରୀ କଥା